ସବଡେଗା, ୨୭/୪/୨୦୨୧ (ସନ୍ଧାନ ନିଉଜ/ରାଜୁ ପଟେଲ ) ସବଡେଗା ରେ କରୋନା କାୟା ବିସ୍ତାର କରିବାରେ ଲାଗିଛି । ସବଡେଗା ବ୍ଲକର ୧୪ ଗୋଟି ପଞ୍ଚାୟତ କୁ କରୋନା ବ୍ୟାପି ସାରିଲାଣି । ଗତ କାଲିଠାରୁ ଅଧିକ ୧୦୦ ପୋଜିଟିଭ ଚିହ୍ନଟ ହୋଇସାରିଛି ।ଏହା ୪୦୦ରୁ ଉର୍ଦ୍ଧକୁ ଟପିସାରିଥିବା ବେଳେ ୭ଜଣଙ୍କ ମୃତ୍ୟୁ ହୋଇସାରିଛି । କେବଳ ସବଡେଗା ପଞ୍ଚାୟତ ରେ ୯୩ ଜଣ ଚିହ୍ନଟ ହୋଇଥିବାବେଳେ ହମିରପୁର ପଞ୍ଚାୟତରେ ୨୫ ଜଣ, ଯାଇସର ପଂଚାୟତରେ ୯୬ ଜଣ, ଯମୁନା ପଞ୍ଚାୟତ ରେ ୨୭ ଜଣ,କୁରୁମକେଲ ପଂଚାୟତରେ ୨୮ଜଣ,କରମଡିହି ପଞ୍ଚାୟତରେ ୫୦ଜଣ,କୁକରିଡ଼ିହି ପଞ୍ଚାୟତ ରେ ୧୬ ଜଣ ଓ ସୁବଲୟାରେ ୩୦ ଜଣ ଚିଂହ୍ନଟ ହୋଇସାରିଛି । ଏହା ଅନବରତ ବୃଦ୍ଧି ପାଇବାରେ ଆଶଙ୍କା ଥିବାରୁ ସବଡେଗା,ଯାଇସର,ଡ଼ମକୁଡ଼ା କୁ କଣ୍ଟନମେଣ୍ଟ ଯୋନ ଘୋଷଣା କରାଯାଇଛି । ମହମାରୀର ନିୟନ୍ତ୍ରଣ ପାଇଁ ସାମାଜିକ ଦୂରତା,ମାସ୍କ ବ୍ୟବହାର,ସାନିଟାଇଜର ବ୍ୟବହାର କରିବାକୁ ଜନସାଧରଣଙ୍କୁ ନିବେଦନ କରାଯାଇଛି ତିନୋଟି ପଞ୍ଚାୟତ କୁ କଣ୍ଟନମେଣ୍ଟ ଯୋନ ଘୋଷଣା କରାଯାଇଥିବାବେଳେ ନୂତନ ଗାଇଡ଼ଲାଇନ ଦିଆଯାଇଛି । ଘରେ ଥାଇମଧ୍ୟ ମାସ୍କ ବ୍ୟବହାର କରିବା,ଛଅ ଫୁଟର ଦୂରତା ରକ୍ଷା କରିବା, ହାତକୁ ସାନିଟାଇଜ କରିବା,କୌଣସି କାରଣରୁ ଘର ବାହାରୁ ଆସିଲେ କପଡା ବିଶୋଧନ କରିବା ସହିତ ଗାଧୋଇବା,ଶରୀରରେ ନୂତନ ଲକ୍ଷଣ ଦେଖାଦେଲେ ଡାକ୍ତରଙ୍କ ପରାମର୍ଶ ନେବା ସହିତ କୋବିଡ଼ ପରୀକ୍ଷା କରିବା, ଗାଁ କୁ ବାହାର ଅଞ୍ଚଳରୁ ଆସିଲେ ସ୍ୱାସ୍ଥ୍ୟ କର୍ମୀଙ୍କୁ ସୂଚନଦେବା ଓ ୧୮ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ଟୀକା ପାଇଁ ସୂଚନଦେବା ।
ସବଡେଗା ବ୍ଲକରେ କରୋନା ର ପ୍ରକୋପ ବୃଦ୍ଧି,ତିନୋଟି ପଞ୍ଚାୟତ କଣ୍ଟନମେଣ୍ଟ ଯୋନ ଘୋଷଣା
|
April 27, 2021 |



