ସବଡେଗା ବ୍ଲକ ଟାଙ୍ଗର ଗାଁ ରେ ଗାଈ ଓ ଗୋରୁ ଚାଲାଣ ସକ୍ରିୟ; ୩ଜଣ ଗିରଫ

Spread the love

ସୁନ୍ଦରଗଡ ତା:୨୦/୬/୨୦୨୧ ( ସନ୍ଧାନ ନିଉଜ / ରାଜୁ ପଟେଲ )  ଗତକାଲି ମଧ୍ୟାହ୍ନରେ ୭ ଗୋଟି ଗାଈ ଓ ଗୋରୁ ବୋଝେଇ ପିକଅପ ଭେନ କୁ ତଲସରା ପୋଲିସ ଅଟକ ରଖିଛି । ଏହି ପିକଅପରେ ଥିବା ଗାଈ ଓ ଗୋରୁର ଆନୁସାଙ୍ଗିକ କାଗଜପତ୍ର ନଥିବା ବେଳେ ଏହା ଅନ୍ୟତ୍ର ଚାଲାଣ କରାଯାଉଥିବା ଜଣାପଡିଛି । ଏଥିରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋଟ ଚାଲାଣ କରାଯାଇଛି । ଅଭିଯୁକ୍ତ ମାନେ ଯଥା କୁତ୍ରା ଥାନା ଅନ୍ତର୍ଗତ ଘୋଷା ବାହାଲ ଗ୍ରାମର କୂଳଦୀପ ଡୁଙ୍ଗଡୁଙ୍ଗ(୧୯ବର୍ଷ)  ମଙ୍ଗର କୁଣ୍ଡା ଗ୍ରାମର ସୁଜିତ କେର୍କେଟା(୨୫ବର୍ଷ) ଓ ରାଜଗାଙ୍ଗପୁର ର ମୁକେଶ (୨୧ବର୍ଷ) ବୋଲି ଚିହ୍ନଟ କରାଯାଇଛି । ଗତକାଲି ଏକ ପିକଅପ ଯୋଗେ ଗାଡି ନମ୍ବର ଓ.ଡି  ୧୬ଏ ୩୯୭୨  ସାତ ଗୋଟି ଗାଈଗୋରୁଙ୍କୁ ଅନ୍ୟତ୍ର ଚାଲାଣ କରାଯାଉଥିଲା । ଏହାର ଖବର ପାଇ ପେଟ୍ରୋଲିଂ କରୁଥିବା ତଲସରା ପୋଲିସ ଅଟକ ରଖି ଉପଯୁକ୍ତ କାଗତପତ୍ର ଯାଞ୍ଚ କରିଥିଲେ ମାତ୍ର ସେମାନଙ୍କ ପାଖରେ  କୌଣସି କାଗଜପତ୍ର ନ ଥୁବା କାରଣରୁ ଗାଡିକୁ ଜବତ କରି ଏକ ମାମଲା ରୁଜୁ କରାଯାଇଥିଲା । ସାତ ଗୋଟି ଗାଈ ଓ ଗୋରୁ  ମଧ୍ୟରୁ ଗୋଟିଏର ଅବସ୍ଥା ଗୁରୁତର ଥିବା ଜଣାପଡିଥିଲା  ସୂଚନା ଅନୁସାରେ ତଲସରା ଥାନା ଅନ୍ତର୍ଗତ ଅନେକ ଗ୍ରାମର ଗାଈ ଓ ଗୋରୁ ଅନେକ ସମୟଧରି ଚୋରା ଚାଲାଣ କରି ଅନ୍ୟତ୍ର ଚାଲାଣ କରାଯାଉଥିବା ଅଭଯୋଗ ଆସିଛି । ଏହି ପରିପେକ୍ଷିରେ ଆଗରୁ ସବଡେଗା ବ୍ଲକ ତୁମଳିଆ ଗ୍ରାମର ଦୁଇ ଅଭିଯୁକ୍ତଙ୍କ ମଧ୍ୟ ଗିରଫ କରାଯାଇଥିଲା ।

Related Posts

About The Author

Add Comment