ସବଡେଗା ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା ସହ ଗାନ୍ଧୀ ଜୟନ୍ତୀ ପାଳିତ

Spread the love

ସୁନ୍ଦରଗଡ ତା୩/୧୦/୨୦୨୬(ସନ୍ଧାନ ନ୍ୟୁଜ) ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ସବଡେଗା ପଞ୍ଚାୟତରେ ଗାନ୍ଧୀ ଜୟନ୍ତୀ ଉତ୍ସାହ ଓ ଶ୍ରଦ୍ଧାର ସହ ପାଳିତ ହୋଇଛି। ଏହି ଅବସରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବ୍ଲକ ଏବିଡ଼ିଓ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସ୍ଥାନିୟ ସରପଞ୍ଚ ଅଞ୍ଚଳ ର ବିକାଶ କୁ ନେଇ ବିଭିନ୍ନ ଯୋଜନା ଓ ତାର ଉପକାରିତା ବିଷୟରେ ଅବଗତ କରାଇବା ସହିତ କିପରି ଲାଭ ପାଇପାରିବେ ସେ ବିଷୟରେ ଅବଗତ କରାଇଥିଲେ । କାର୍ଯ୍ୟକ୍ରମରେ ବ୍ଲକ ବିଭିନ୍ନ ବିଭାଗରୁ ଆସି ଲୋକଙ୍କ ହିତ ପାଇଁ ରହିଥିବା ଯୋଜନା ବିଷୟରେ ଅବଗତ କରିବା ସହ ତାର ଲାଭ ନେବାପାଇଁ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ ପଞ୍ଚାୟତର ଜନପ୍ରତିନିଧି, କର୍ମଚାରୀ, ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟ ଓ ସ୍ଥାନୀୟ ଲୋକମାନେ ଯୋଗଦେଇ ଗାନ୍ଧୀଜୀଙ୍କ ଅହିଂସା, ସତ୍ୟ ଓ ସ୍ୱଚ୍ଛତାର ବାର୍ତ୍ତାକୁ ସ୍ମରଣ କରିଥିଲେ। ଏହା ସହିତ ପଞ୍ଚାୟତ ପରିସର ଓ ଆଖପାଖ ଅଞ୍ଚଳରେ ସ୍ୱଚ୍ଛତା ଅଭିଯାନ ମଧ୍ୟ କରାଯାଇଥିଲା। ଗାନ୍ଧୀଜୀଙ୍କ ସ୍ୱଚ୍ଛ ଭାରତ ଓ ସୁସ୍ଥ ସମାଜ ଗଠନର ସ୍ୱପ୍ନକୁ ସାକାର କରିବା ପାଇଁ ସମସ୍ତେ ଏକଜୁଟ ହୋଇ କାମ କରିବାକୁ ଆହ୍ୱାନ ଦିଆଯାଇଥିଲା। ଶେଷରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭାସାଙ୍ଗ କରିଥିଲେ ।

Related Posts

About The Author

Add Comment