ସବଡେଗା ପଞ୍ଚାୟତ ବିକାଶ ସୁପ୍ତ ଅବସ୍ଥାରେ

Spread the love

👉ତିଆରି ତିନିବର୍ଷ ପରେ ମଧ୍ୟ ଖତ ଖାଉଛି ସବଡେଗା ମାର୍କେଟ କମ୍ପ୍ଲେକ୍ସ
👉ବର୍ଷ ବର୍ଷ ଧରି ପଂଚାୟତର ରାଜସ୍ୱ ହାନି
👉ବୋଧହୁଏ ପ୍ରସାସନର ଚାବିକାଠି ଅନ୍ୟ ହାତରେ
👉 ସୁବିଧା ଜନତା ପାଇଁ ତ?
👉 ସବଡେଗା ପଞ୍ଚାୟତ ବିକାଶ ସୁପ୍ତ ଅବସ୍ଥାରେ
ସୁନ୍ଦରଗଡ଼ ତା:୩/୩/୨୦୨୪( ସନ୍ଧାନ ନିୟୁଜ/ରାଜୁ ପଟେଲ) ପ୍ରତ୍ୟେକ ପଂଚାୟତ ନିଜର ଆୟ ବୃଦ୍ଧି ପାଇଁ ଅନେକ ଯୋଜନା କରୁଥିବା ବେଳେ ତାହା ବର୍ଷ ବର୍ଷ ଧରି ପଡ଼ି ରହିବାର ଦୃଶ୍ୟ ଦେଖିବାକୁ ମିଳୁଛି ।ଏଭଳି ଏକ ଦୃଶ୍ୟ ସବଡେଗା ପଂଚାୟତରେ ଦେଖିବକୁ ମିଳିଛି।କାର୍ଯ୍ୟ ଶେଷ ହେବାର ୩ବର୍ଷରୁ ଉର୍ଦ୍ଧ ହୋଇଥିବା ବେଳେ ମଧ୍ୟ ବ୍ଲକ ପ୍ରସାସନ ପଂଚାୟତ କୁ ହସ୍ତାନ୍ତର କରୁ ନ ଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।ମନେହୁଏ ଯେପରି ପ୍ରସାସନର ଚାବିକାଠି ଅନ୍ୟ ହାତରେ ଅଥବା ଅନ୍ୟ ଇଙ୍ଗିତରେ ଚାଲିଛି ବ୍ଲକ ପ୍ରସାସନ। ସ୍ଥାନିୟ ସରପଞ୍ଚ ପଞ୍ଚାୟତକୁ ହସ୍ତାନ୍ତର ହୋଇ ନ ଥିବା ନିଜ ବକ୍ତବ୍ୟରେ ପ୍ରକାଶ କରିଥିବା ଜଣାପଡ଼ିଛି ।ବର୍ଷ ବର୍ଷ ଧରି ଏପରି କାର୍ଯ୍ୟରେ ଅବହେଳା ହେବା ଉଚ୍ଚ ପଦାଧିକାରୀ ସହିତ ବ୍ଲକ ପ୍ରସାସନ ର ମଧୁଚନ୍ଦ୍ରିକାର ଗନ୍ଧ ହେଉଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଏହିପରି ଆହୁରି ଅନେକ ପଂଚାୟତରେ ଘଟଣା ଘଟିବା ସହ ଜନସାଧାରଣଙ୍କ ବିକାଶ କ୍ଷେତ୍ରରେ ବାଧା ଯୋଗୁଁ ପଂଚାୟତର ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ରାଜସ୍ୱ ହାନି ହେଉଥିବା ଦେଖିବାକୁ ମିଳିଛି । ସରକାର ଗାଁ ରୁ ବିକାଶର ସଂକଳ୍ପ କରୁଥିବା ବେଳେ ତାହା ପାଣି ଫୋଟକା ସଦୃଶ ବୋଲି ଅଂଚଳରେ କ୍ଷୋଭ ବଢ଼ିବାରେ ଲାଗିଛି ।ଦେଖିବାକୁ ବାକି ରହିଲା ଗାଁ ରୁ ବିକାଶ କେବେ?

Related Posts

About The Author

Add Comment