ସୁନ୍ଦରଗଡ, ୧୯/୪/୨୦୨୧ (ସନ୍ଧାନ ନିଉଜ/ରାଜୁ ପଟେଲ) : ସୁନ୍ଦରଗଡ ଜିଲ୍ଲା ରେ କରୋନା ର ଦ୍ଵିତୀୟ ଲହରୀ ଚରମ ସୀମାରେ ବଢିଚାଲିଛି ସୁନ୍ଦରଗଡର ସୀମାନ୍ତ ଅଞ୍ଚଳ ସବଡେଗା ବ୍ଲକ ରେ ବିସ୍ତାରିତ ରୂପ ନେଉଛି ବୋଲି ଗଣନା ସୂତ୍ରରୁ ଜଣାପଡ଼ିଛି । ଏହି କାରଣରୁ ସବଡେଗା ପଞ୍ଚାୟତ ରେ ସାପ୍ତାହିକ ହାଟ ବନ୍ଧ କରାଯାଇ ଥିଲା ମାତ୍ର କରୋନା ର ଅନିୟନ୍ତ୍ରିତ ସୁଆକୁ ଦେଖି ପ୍ରଶାସନ ସାପ୍ତାହିକ ହାଟ ସହିତ ଆସନ୍ତା ତିନି ଦିନଧରି ସଟଡାଉନ ଘୋଷଣା କରିଛନ୍ତି । ଆଜି କରୋନରେ ଜଣଙ୍କର ମୃତ୍ୟୁ ହେବାର ସୂଚନା ମିଳିଛି । ତଥା ମୃତକ ବ୍ୟକ୍ତିଙ୍କ ପରିବାରଙ୍କୁ ସଂଘରୋଧରେ ରହିବାକୁ ପ୍ରଶାସନ ତରଫରୁ କୁହାଯାଇଛି । ଅନ୍ୟ ଜଣେ କରୋନା ବ୍ୟକ୍ତିଙ୍କୁ ରାଉରକେଲା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଲୋକଙ୍କୁ ମାଇକିଙ୍ଗ ମାଧ୍ୟମରେ ଅଂଚଳର ପ୍ରତ୍ୟେକ ଗଲି କନ୍ଦିରେ ବୁଲି ସଚେତନ କରାଯାଉଛି । ଏ ସବୁ ନେଇ ସବଡେଗା ପଞ୍ଚାୟତ ରୁ ନୋଟିସ ଜାରି ହୋଇଛି । ଘରେ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ ବୋଲି ପଞ୍ଚାୟତ ସରପଞ୍ଚ ଆହ୍ୱାନ ଦେଇଛନ୍ତି ।
ସବଡେଗା ପଂଚାୟତର ସଟଡାଉନ ନୋଟିସ ଜାରି
|
April 19, 2021 |


