ସଫା ହେଉନି ଡ୍ରେନ୍; ପଚା କାଦୁଅ ସାଙ୍ଗକୁ ପୋକ ସାଲୁବାଲୁ

Spread the love

ବାରିପଦା ୧୩/୦୮/୨୦୨୦ (ସନ୍ଧାନ ନିଉଜ):- ପଚା ଦୁର୍ଗନ୍ଧ ସାଙ୍ଗକୁ ପୋକ ସାଲୁବାଲୁରେ ପୂରା ପରିବେଶ ଫାଟି ପଡୁଛି । ଦୁର୍ଗନ୍ଧର ମାତ୍ରା ଏତେ ଯେ ଘର ଦ୍ଵାର ମୁହଁରେ ଏକ ମିନିଟ୍ ଛିଡା ହେବା ସମ୍ଭବ ନୁହେଁ । ତେଣୁ ଦିନ ତମାମ ଲୋକେ କବାଟ ଦେଇ ଘର ଭିତରେ ରହିବାକୁ ବାଧ୍ୟ ହେଉଛନ୍ତି । ଘରୁ ବାହାରିବା କ୍ଷଣି ନାକରେ ବିଣ୍ଡା ନ ଦେଲେ ହେଉନି ନ ହେଲେ ବାନ୍ତି କରିବା ଥୟ ବାରିପଦା ପୌରପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର ୧୪ର ଶୂନଗଡିଆରୁ ଗଳାପୋଲ ଦେଇ ଟିଭି ହସ୍ପିଟାଲ ରାସ୍ତାଧାରରେ ଏମତି କଦର୍ଯ୍ୟ ପରିବେଶରେ ଜୀବନ ଅତିବାହିତ କରୁଛନ୍ତି ଅଞ୍ଚଳବାସୀ । ଦିନେ କି ଦୁଇଦିନ ନୁହେଁ ଦୀର୍ଘ ଦିନ ଧରି ଡ୍ରେନ୍ ସଫା ହେଉ ନ ଥିବାରୁ ପଙ୍କ, ଅଳିଆ ଆବର୍ଜନା ସବୁ ପଚି ଜମାଟ ବାନ୍ଧି ରହିଛି । ଫଳରେ ଡ୍ରେନ୍ ପାଣି ନିଷ୍କାସନ ହୋଇ ନ ପାରି ଘର ଭିତରକୁ ପଶିବାକୁ ଲାଗିଲାଣି । ନର୍ଦ୍ଦମା ପାଣିକୁ ଅଟାଇବା ପାଇଁ କିଏ ଦ୍ଵାରମୁହଁରେ ଇଟା ଓ ପଥର ଦେଇ ବନ୍ଧ ବାନ୍ଧିଛି ତ ଆଉ କିଏ ଘର ପଛପାଖ ଦ୍ବାରଦେଇ ଯିବାଆସିବା କରୁଛନ୍ତି । ଡ୍ରେନ୍ ସଫା କରିବା ସହ ଏହାର ସମ୍ପ୍ରସାରଣ କରିବା ପାଇଁ ସ୍ଥାନୀୟ ବାସିନ୍ଦା ପୌର କର୍ତ୍ତୁପକ୍ଷଙ୍କ ନିକଟରେ ବାରମ୍ବାର ଦାବି କରୁଥିଲେ ମଧ୍ୟ କେହି କିନ୍ତୁ କିଛି ଶୁଣିବାକୁ ନାରାଜା। ଫଳରେ ପୁତ୍ତିଗନ୍ଧମୟ ପରିବେଶରେ ରହି ରହି ଦେହସୁ ହାରେ ପରିଣତ ହୋଇଗଲାଣି ବୋଲି ସ୍ଥାନୀୟ ଯୁବକ ତଥା ଯୁବନେତା ସୁବ୍ରତ ମୁଖୀ କହିଛନ୍ତି । ସତେ ଯେମିତି ଏଠି ସ୍ଵଚ୍ଛ ଭାରତର ଗନ୍ଧବାସନା କିଛି ପଡି ନାହିଁ ଖାଲି ଏତିକି ନୁହେଁ । ଅସରାଏ ବର୍ଷା ହେଲେ କଥା ସରିଲା ଘର ଭିତରକୁ ଡ୍ରେନ୍ ପାଣି ପଶିଯାଉଥିବାବେଳେ ଅଳିଆ ଆବର୍ଜନା ସହ ଦୁର୍ଗନ୍ଧଯୁକ୍ତ ପାଣି ରାସ୍ତା ଘାଟରେ ଲହଡି ଭାଙ୍ଗୁଛି ଘର ଭିତରେ ଆଣ୍ଠୁଏ ଅଳିଆ ପାଣି ସାଙ୍ଗକୁ ପୋକଠୋକ, କାଦୁଅରେ ଘରଦ୍ଵାର ପୋତି ହୋଇପଡୁଛି । ସେପଟେ ଦୀର୍ଘଦିନ ଧରି ରାସ୍ତାରେ ଏହି ପାଣି ଜମାଟ ବାନ୍ଧି ରହୁଥିବାରୁ ରାସ୍ତା ବି କଦର୍ଯ୍ୟ ହେବାକୁ ବସିଲାଣି । ଦୁଇ ଚକିଆ ଯାନ ଯିବା ବି ସମ୍ବପର ହେଉ ନ ଥିବାବେଳେ ଆମ୍ବୁଲାନ୍ସ ଯାଆଆସ କରିବାରେ ନାହିଁ ପୌର କର୍ତ୍ତୁପକ୍ଷଙ୍କ ପ୍ରାଥମିକ କର୍ତ୍ତବ୍ୟ ହୋଇଥିବାବେଳେ ଘର ଭିତରେ ଡ୍ରେନ୍ର ଅଳିଆ ଆବର୍ଜନା ସହ ପଙ୍କ କାଦୁଅ ପଶିବା ପ୍ରଶାସନିକ କାର୍ଯ୍ୟଶୈଳୀ ଉପରେ ଆଙ୍ଗୁଳି ନିର୍ଦ୍ଦେଶ କରୁଛି । ଖାଲି ଶୂନଗଡିଆ ଅଞ୍ଚଳରେ ଏଭଳି ସଙ୍ଗୀନ ଅବସ୍ଥା ନୁହେଁ,ବାଘଡାରୋଡ ଲେବୁଲ କୁସିଂ ପାଖରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳୁଛି । ଡ୍ରେନ୍ ଏହି ରାସ୍ତାଧାରରେ ଯାଇଥିବା ଟ୍ରେନ୍‌ଟି ଲେବୁଲ କ୍ରସିଂ ପାଖରେ ଅଟକି ରହିଥିବାବେଳେ ଦୀର୍ଘଦିନ ହେଲା ଅଳିଆ ଆବର୍ଜନା ସଫା କରାଯାଉନି ଫଳରେ ଅନବରତ ଡ୍ରେନ୍ ନର୍ଦ୍ଦମା ପାଣି ରାସ୍ତାରେ ମାଡୁଛି । ଏନେଇ ବାରିପଦା ପୌର ନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳ ପି ଅମ୍ବେଷା ରେଡ଼ି କହିଛନ୍ତି ଯେ, ଶୂନଗଡିଆ ଅଞ୍ଚଳରେ ଥିବା ଡ୍ରେନ୍ ସମସ୍ୟା ବିଷୟ ଅବଗତ ନ ଥିଲି ତଥାପି ତୁରନ୍ତ ଏହାର ସମାଧାନ କରାଯିବ ବୋଲି କହିଛନ୍ତି ।

Related Posts

About The Author

Add Comment