ସଫଳ ମୁକ୍ତି ସଂଗ୍ରାମ ଆବଶ୍ୟକ- ସତୀଶ ବିଶ୍ୱାଳ ୮ଟି ସ୍ଥାନରେ ଜାତୀୟ ପତାକା ଉତ୍ତୋଳନ

Spread the love

ଯାଜପୁର,୧୬/୦୮ (ସନ୍ଧାନ ନ୍ୟୁଜ): ଦେଶର ସ୍ୱାଧୀନତା ସଂଗ୍ରାମର ମୂଳ ଲକ୍ଷ ବିପନ୍ନ ହୋଇ ପଡିଛି ।ଭ୍ରଷ୍ଟାଚାରୀ ରାଜନେତା ଏବଂ ପ୍ରଶାସକମାନେ ଇଂରେଜଙ୍କ ଠାରୁ ବି ଆମ ଦେଶ ପାଇଁ ଅଧିକ ବିପଦଜନକ ହୋଇ ପଡିଛନ୍ତି । ସେମାନଙ୍କ କବଳରୁ ଦେଶକୁ ରକ୍ଷା କରିବା ପାଇଁ ଆଂଚଳିକ ଠାରୁ ଜାତୀୟ ସ୍ତର ପର୍ଯ୍ୟନ୍ତ ସଫଳ ମୁକ୍ତି ସଂଗ୍ରାମ ଆବଶ୍ୟକ ବୋଲି ଧର୍ମଶାଳାର କ୍ରାନ୍ତିକାରୀ ଯୁବନେତା ସତୀଶ ବିଶ୍ୱାଳ ୭୭ ତମ ସ୍ୱାଧୀନତା ଦିବସ ଅବସରରେ ବିଭିନ୍ନ ସ୍ଥାନରେ ଜାତୀୟ ପତାକା ଉତୋଳନ କରି ମତ ପ୍ରକାଶ କରିଛନ୍ତି । ଧର୍ମଶାଳାର ପଟୁଣିଆ, କାଏମା, ବାରବାଟୀ, ସିଂହାପୁର, ଘାସିବର, ଜେନାପୁର, ରେଖିଦେଇପୁର ଆଦି ପ୍ରାୟ ୮ ଟି ସ୍ଥାନରେ ଜାତୀୟ ପତାକା ଉତୋଳନ କରି ସତୀଶ କହିଥିଲେ ଯେ, ନିଶା ନିବାରଣ, ଦୁର୍ନିତି ଓ ଭ୍ରଷ୍ଟାଚାର ମୁକ୍ତ ଶାସନ, ମହିଳା ସଶକ୍ତିକରଣ, କୃଷି ଓ କୃଷକଙ୍କ ଉନ୍ନତି, ସବୁଠାରୁ ପଛରେ ଥିବା ଦୁର୍ବଳତମ ବ୍ୟକ୍ତି ନିକଟରେ ସରକାରୀ ଯୋଜନା ତଥା ସୁବିଧା ପହଂଚିବା ଆଦି ମୂଳଲକ୍ଷ ନେଇ ଦେଶକୁ ସ୍ୱାଧୀନ କରାଯାଇ ଥିଲା । ମହାନ ସ୍ୱାଧୀନତା ହାସଲ ପରେ ଦେଶ ଏହା ପାଇବାର ଲକ୍ଷ ନେଇ ଲକ୍ଷାଧିକ ଲୋକ ନିଜ ଜୀବନ ଦେଇଥିଲେ । ହେଲେ ଜାତିର ପିତା ଗାନ୍ଧିଜୀଙ୍କ ସତ୍ୟ, ଅହିଂସା ସହ ଉପରୋକ୍ତ ଲକ୍ଷର ସଫଳ ରୂପାୟନ ହୋଇପାରୁନାହିଁ । ଏ କ୍ଷେତ୍ରରେ ବାଧକ ସାଜିଥିବା ଭ୍ରଷ୍ଟାଚାରୀ ରାଜନେତା ଏବଂ ପ୍ରଶାସକ ମାନେ ଇଂରେଜଙ୍କ ଠାରୁ ମଧ୍ୟ ଦେଶ ପାଇଁ ଅଧିକ ବିପଦ ଜନକ ହୋଇ ପଡିଛନ୍ତି । ଯେଉଁଥିପାଇଁ ଗଣତନ୍ତ୍ର ଏବେ ସ୍ୱେଚ୍ଛାଚାରତନ୍ତ୍ରରେ ପରିଣତ ହୋଇଛି । ଏଥିରୁ ଦେଶକୁ ମୁକ୍ତି କରିବା ପାଇଁ ଆଂଚଳିକ ସ୍ତର ଗାଁ ରୁ ଜାତୀୟ ସ୍ତର ପର୍ଯ୍ୟନ୍ତ ସଫଳ ମୁକ୍ତି ସଂଗ୍ରାମ ଆବଶ୍ୟକ । ଦେଶର ସାଧାରଣ ନାଗରିକ ଏବଂ ଯୁବ ସମାଜ ଏହି ଶୋଷଣକାରୀଙ୍କ ବିରୋଧରେ ଏହି ମୁକ୍ତି ସଂଗ୍ରାମରେ ପ୍ରତ୍ୟେକ ଗାଁରୁ ନେତୃତ୍ୱ ନେବାକୁ ସତୀଶ ଆହ୍ୱାନ ଦେଇଥିଲେ । ବିକାଶରେ ଦୁର୍ନିତି ପ୍ରଥମ ପ୍ରତିବନ୍ଧକ ହୋଇଥିବା ବେଳେ ଜାତୀୟ ସ୍ତରରୁ ଗାଁ ସ୍ତର ପର୍ଯ୍ୟନ୍ତ ଦୁର୍ନିତି ବିରୋଧରେ ନୀରପେକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଦେଶ ପାଇଁ ଦଃୁର୍ଭଗ୍ୟଜନକ ସ୍ଥିତି ସୃଷ୍ଟି କରିଛି ବୋଲି ସତୀଶ ଘୋର ଉଦବେଗ ପ୍ରକାଶ କରିଥିଲେ ।

Related Posts

About The Author

Add Comment