ସନ୍ଧାନ ନିଉଜର ପ୍ରଭାବ, ହିତାଧିକାରୀଙ୍କୁ ମିଳିଲା ୪ର୍ଥ କିସ୍ତି

Spread the love

ବଡଚଣା, ୪/୧୨ (ସନ୍ଧାନ ନିୟୁଜ/ବିମଲ ବେହେରା) ବଡଚଣା ବ୍ଲକ ଶାଳାପଡା ଗ୍ରାମ ପଂଚାୟତ ବନ୍ଧାପଲ୍ଲୀର ଗୁନା ଦେହୁରୀ ନିଜର ୨୦୧୮-୧୯ରେ ଏକ ପ୍ରଧାନମନ୍ତ୍ରୀ ଆବାସ ଗୃହ ପାଇ ଛାତପକାଇ ଶେଷ କରିଥିେ ସୁଧା ତାର ୪ର୍ଥ କିସ୍ତି ଟଙ୍କା ଦିଆଯାଉନଥିଲା । ଏନେଇ ଶାଳପଡା ଗ୍ରାମ ପଂଚାୟତର ପିଇଓ ତାଙ୍କୁ ଟଙ୍କା ମାଗିଥିଲା । ପରେ ଏହାକୁ ନେଇ ଗୁନା ବିଡିଓଙ୍କ ଲିଖିତ ଅଭିଯୋଗ କରିଥିଲେ । ପରେ ଗଣମାଧ୍ୟମ ପ୍ରତିିନିଧିଙ୍କ ନିକଟରେ ଅଭିଯୋଗ କରିବା ପରେ ଏନେଇ ଏକ ଖବର ପ୍ରକାଶ ପାଇଥିଲା । ପରେ ଜିଲ୍ଲା ପ୍ରଶାସନ ଏନେଇ ତଦନ୍ତ ରିପୋଟଁ କରିବା ପରେ ବ୍ଲକ ପ୍ରଶାସନର ତିନିଜଣିଆ ପ୍ରତିନିଧି ଦଳ ଯାଇ ସରଜମିନ ତଦନ୍ତ କରିବା ପରେ ସତ୍ୟତା ଥିବା ଜାଣି ବିଡିଓଙ୍କ ରିପୋର୍ଟ ଦେଇଥିଲେ । ପରେ ଗୁନା ଦେହୁରୀଙ୍କ ବାକି ରହିଥିବା ୪ର୍ଥ କିସ୍ତି ଦିଆଯାଇଥିବା ନେଇ ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Related Posts

About The Author

Add Comment