ସୁନ୍ଦରଗଡ ତା:୨୪/୧୦/୨୦୨୧( ସନ୍ଧାନ ନିଉଜ/ ରାଜୁ ପଟେଲ ) ସଦର ନିର୍ବାଚନ ମଣ୍ଡଳୀର ଟାଙ୍ଗରପାଳି ବ୍ଲକର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ଭୂମି ପୂଜନ କରିଛନ୍ତି ବିଧାୟିକା କୁସୁମ ଟେଟେ । ବିଗତ ଦୁଇବର୍ଷଧରି କରୋନାର ପ୍ରଭାବରେ ସମସ୍ତ କାର୍ଯ୍ୟ ବନ୍ଦ ହୋଇ ପଡିରହିଥିଲା । ଏହି କାର୍ଯ୍ୟ ମଧ୍ୟରେ କମ୍ୟୁନିଟି ସେଣ୍ଟର,ମଣ୍ଡପ ,ପି.ସି ରୋଡ଼,ପେଣ୍ଡଳ ରହିଛି । ଶ୍ରୀମତୀ କୁସୁମ ଟେଟେ ଆଜି ଟାଙ୍ଗରପାଲି ବ୍ଲକର ଯୋଗୀମାଲ ଓ ମଙ୍ଗସପୁର ପଞ୍ଚାୟତରେ ନିଜ କର୍ମୀ ମାନଙ୍କ ସହ ଯାଇ ଏହି କାର୍ଯ୍ୟର ଭୂମି ପୂଜନ କରିବା ସହିତ ଅତିଶୀଘ୍ର ଏହି କାର୍ଯ୍ୟକୁ ଆରମ୍ଭ କରିବାକୁ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ବେଣୁମାଧବ ପୃସେଠ, ସୁନୀଲ ଖରସେଲ,ହରି ପଟେଲ,କିଶୋର ନାଏକ
ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।
ସଦର ନିର୍ବାଚନ ମଣ୍ଡଳୀର ଅବଶିଷ୍ଟ କାର୍ଯ୍ୟ ପାଇଁ ଭୂମିପୂଜନ ସହି କାର୍ଯ୍ୟରେ ଅଗ୍ରଗତି
|
October 24, 2021 |



