ସତ୍ ଆଚାର ଦ୍ୱାରା ମନୁଷ୍ୟ ଜସସ୍ୱୀ ହୁଏ

Spread the love
କୋରାପୁଟ, ୨୦/୫/୨୦୨୧ (ସନ୍ଧାନ ନିଉଜ) : ସତ୍ ଆଚାର ଦ୍ୱାରା ମନୁଷ୍ୟ ଜସସ୍ୱୀ ହୁଏ-ଆଜି ଏଭଳି ମତ ପ୍ରକାଶ ପାଇଛି ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ କୋରାପୁଟ ଜିଲ୍ଲା ଶାଖାଦ୍ୱାରା ଆହୂତ ପଞ୍ଚମ ଇ-ପାଠଚକ୍ର ରେ । ପ୍ରଗତିର ସ୍ୱର ଶୀର୍ଷକ ରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ର ଗୁରୁବା ସଂଧ୍ୟା  ୭.୦୦-୮.୦୦ ମଧ୍ୟରେ ଗୁଗଲ ମିଟ୍ ଆପ୍ ମାଧ୍ୟମରେ ଅନୁଷ୍ଠିତ ହେଇଥିଲା। ଏଥିରେ ମୁଖ୍ୟବକ୍ତା ଋପେ ଶିକ୍ଷାବିତ୍ ତଥା ସମାଜସେବୀ ପଣ୍ତିତ ନିରଞ୍ଜନ ଆଚାର୍ଯ୍ୟ ଯୋଗଦେଇ ଶିକ୍ଷା,ଦିକ୍ଷା ଏବଂ ବିବାହର ବ୍ୟତିକ୍ରମରେ ମନୁଷ୍ୟ କିଭଳି ଅସୁବିଧା ଭୋଗ କରୁଛି ଏବଂ ଗୁରୁ ଗ୍ରହଣ ତଥା ସଦାଚାର ଦ୍ୱାରା କିଭଳି ଜସସ୍ୱୀ,ଧନବାନ୍ ତଥା ଦୀର୍ଘଜୀବନର ଅଧିକାରୀ ହେବା ତତ୍ୱ ସମୂହ ବିଭିନ୍ନ ପୌରାଣିକ ଉପଖ୍ୟାନ ତଥା ଠାକୁର ଅନୂକୂଳ ଚନ୍ଦ୍ର ତଥା ସ୍ୱାମୀ ବିବେକାନ୍ଦଙ୍କ ଜୀବନ କଥାମୃତ ମାଧ୍ୟମରେ ଆଲୋଚନ କରିଥିଲେ । ଭୋଗବିଳାସକୁ ତୁଚ୍ଛ କରି ନିଜର କର୍ତ୍ତବ୍ୟ ପାଳନ ମାଧ୍ୟମରେ କିଭଳି ସିଦ୍ଧି ଲାଭ କରାଯାଇପାରିବ ତାହା ବିଷଦ ବର୍ଣ୍ଣନା କରିଥିଲେ ।”ଶୃଣନ୍ତୁ ବିଶ୍ୱେ ଅମୃତସ୍ୟ ପୁତ୍ରାଃ” ଶୀର୍ଷକରେ ଆୟୋଜିତ ଏହି ଉତ୍ସବରେ ଅଧ୍ୟକ୍ଷତା କରିଥିଲେ ସଂଗଠନର ଆଜୀବନ ସଦସ୍ୟ ଶ୍ରୀ ଅରୁଣ କୁମାର ତ୍ରିପାଠୀ । ଏଥିରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ଯୁବପିଢିଗଣ ଯୋଗଦେଇ ଏହି ଜ୍ଞାନଯଜ୍ଞକୁ ସଫଳ କରେଇଥିଲେ ।ପ୍ରାରମ୍ଭରେ ସ୍ୱାଗତ ସଙ୍ଗୀତ ସୁଶ୍ରୀ ଜୟଶ୍ରୀ ତ୍ରିପାଠୀ ପରିବେଷଣ କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଅନୁଷ୍ଠାନର ମେଡିଆ ସେଲ୍ ସଂଯୋଜକ ଅଧ୍ୟାପକ ସରୋଜ ପ୍ରହରାଜ ।କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିଲେ ବିବେକାନନ୍ଦ ଯୁବ ସଂସଦର ସଦସ୍ୟ ଶ୍ରୀ ମନୋରଂଜନ ପଣ୍ତା ।ପ୍ରତିମାସ ୨୦ ତାରିଖରେ କୋରାପୁଟର ବିକାଶ କୁ ନେଇ ଏଭଳି ଆଲୋଚନା ଚକ୍ର ଜାରି ରହିବ ବୋଲି ଅନୁଷ୍ଠାନ ତରଫରୁ ସୂଚନା ମିଳିଛି ।

Related Posts

About The Author

Add Comment