ସୁନ୍ଦରଗଡ ତା୧/୮/୨୦୨୨( ସନ୍ଧାନ ନିଉଜ/ରାଜୁ ପଟେଲ ) ତଲସରା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଡକ୍ଟର ପ୍ରଫୁଲ୍ଲ ମାଝୀଙ୍କ ବଡ଼ମାଲ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି ।ସୂଚନା ଅନୁସାରେ ଦୁଇଜଣ ଯୁବକଙ୍କୁ ବଞ୍ଚାଇବାକୁ ଯାଇ ଏହି ଘଟଣା ଘଟିଥିବା ପ୍ରକାଶ ପାଇଛି । ଗାଡି ନମ୍ବର (ଓଆର ୦୨ ଆର ୬୨୪୦) ଅନେକାଂଶରେ ନଷ୍ଟ ହେବା ସହିତ ଏହି ଦୁର୍ଘଟଣାରେ ପୂର୍ବତନ ତଲସରା ବିଧାୟକ ତଥା ତାଙ୍କ ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିକୁ ଜବତ କରିଛି । ଗାଡି ଡ୍ରାଇଭର ଦୁର୍ଘଟଣା ସମୟ ଆଗରୁ କୋଉ ପରିସ୍ଥିତିରେ ଥିଲେ ତାହା ଜେରା କରିବା ପରେ ଜଣାପଡିବ ବୋଲି ସୂଚନା ମିଳିଛି । ସଦର ପୋଲିସ ଏ ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।
ସଡ଼କ ଦୁର୍ଘଟଣାରୁ ବର୍ତିଲେ ତଲସରା ପୂର୍ବତନ ବିଧାୟକ
|
August 2, 2022 |



