ନବରଙ୍ଗପୁର, 10.02.2021 (ସନ୍ଧାନ ନିଉଜ୍) :- ମଣ୍ଡି ସମସ୍ୟା ରାଜ୍ୟର ଏକ ବଡ଼ ସମସ୍ୟା ହୋଇଥିବା ବେଳେ ଉମରକୋଟରେ ମଧ୍ୟ ସମାନ ସ୍ଥିତି ଦେଖାଦେଇଛି । ଟାର୍ଗେଟ ଆସି ନଥିବାରୁ ଧାନ କ୍ରୟ ହେଉନଥିବା ବେଳେ ଏବେ ଚିନ୍ତାରେ ଅଛନ୍ତି ଚାଷୀ । ମିଲର୍ସମାନଙ୍କୁ ବିଭିନ୍ନ ମଣ୍ଡିରୁ ଧାନ ଉଠାଇବା ପାଇଁ ଯୋଗାଣ ବିଭାଗ ଆଦେଶ ଦେଇଥିବା ବେଳେ ତଥାପି ମଣ୍ଡିରୁ ଉଠି ପାରୁନାହିଁ । ଏହି ସମୟରେ ନବରଙ୍ଗପୁର ଉପଜିଲ୍ଲାପାଳ ଭାସ୍କର ରଇତ ହଠାତ୍ ଉମରକୋଟ ସ୍ଥିତ କଳିଙ୍ଗ ରାଇସ ମିଲରେ ପହଞ୍ଚି ଚଢ଼ାଉ କରିବା ସହ ମିଲରେ ମିଲିଙ୍ଗ ପାଇଁ କେତେ ପରିମାଣର ଧାନ ସଂଗ୍ରହ କରାଯାଇଛି, କେତେ ପରିମାଣରେ ଗଚ୍ଛିତ ରହିଛି ଓ ମଣ୍ଡିରୁ କେତେ ପରିମାଣର ଧାନ ଉଠାଇଛନ୍ତି ତାହାର ଯାଞ୍ଚ କରିଥିଲେ । ମିଲ୍ ମାଲିକ କେତେ ପରିମାଣର ଧାନ ଗଚ୍ଛିତ ରଖିଛନ୍ତି ତାହାର ସଠିକ୍ ତଥ୍ୟ ଦେଇନଥିବା କାରଣରୁ ଏବଂ ରେଜିଷ୍ଟର ଅନୁସାରେ ଷ୍ଟକରେ ତାଳମେଳ ରହିଥିବାରୁ ମିଲକୁ ସିଲ୍ କରିଛନ୍ତି ଉପଜିଲ୍ଲାପାଳ ।
ତାଜା ଖବର
- ବରୀ ଲୋକ କଳା ମହୋତ୍ସଵ ରେ ସାମ୍ବାଦିକ ସୁରେଶ କର ସମ୍ମାନିତ
- ସାମାଜିକ ସଙ୍ଗଠନ ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ,ଓଡ଼ିଶାର ପ୍ରତିଷ୍ଠା ଦିବସ ନେଇ ପ୍ରସ୍ତୁତି ଚୂଡ଼ାନ୍ତ
- ବ୍ରାହ୍ମଣୀ ନଦୀରେ ପୁଅ ବୁଡ଼ି ଯିବାରୁ ୨୬ଜଣଙ୍କ ନାମରେ ମାମଲା ରୁଜୁ
- ଅରଙ୍ଗାବାଦ ପଂଚାୟତରେ ୯ଗୋଟି ୱାର୍ଡ଼ ସଭ୍ୟଙ୍କ ସଭ୍ୟପଦ ରଦ୍ଦ କଲେ ଜିଲ୍ଲାପାଳ
- ବ୍ରହ୍ମବରଦା ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ସିଡିଏମ ଚଢ଼ାଉ କଲେ
- ଝିରିପାଣି ଜଙ୍ଗଲରେ ଦନ୍ତା ହାତୀର ମୃତ୍ୟୁ, କାରଣ ଅସ୍ପଷ୍ଟ
- ଖତ ଖାଉଛି ସାମୁଦାୟିକ ଶୌଚାଳୟ,ଜିଲ୍ଲାପରିଷଦ ପାଣ୍ଠିର ଅପବ୍ୟବହାର
- ସବଡେଗା କୃଷି ଉଦ୍ୟାନ ଅଫିସ୍ ପାଲଟିଛି ସରିଶୃପଙ୍କ ପୃଷ୍ଠ ଭୂମି
- ଜାଣନ୍ତୁ ଘରେ କେଉଁ ବସ୍ତୁ ରଖିଲେ ମିଳିବ ବାସ୍ତୁ ଦୋଷରୁ ମୁକ୍ତି ; ଜୀବନରେ ହେବ ଧନର ବର୍ଷା
- ସକାଳୁ ଉଷୁମ ପାଣି ପିଇବା ଦ୍ୱାରା କଣ ହୋଇଥାଏ ; ଆସନ୍ତୁ ଜାଣିବା…



