ଶ୍ୟାମାପ୍ରସାଦ ମୁଖାର୍ଜି ସ୍ୱାସ୍ଥ୍ୟମିସନର କାର୍ଯ୍ୟକାରୀଣି ବୈଠକ

Spread the love

ବଡଚଣା, (ସନ୍ଧାନ ନିୟୁଜ/ମାନସ ରାଉତ): ବଡଚଣା ବ୍ଲକ ଅନ୍ତର୍ଗତ ଚଣ୍ଡିମନ୍ଦିର ସଭାଗୃହରେ ରବିବାର ଡଃ ଶ୍ୟାମାପ୍ରସାଦ ମୁଖାର୍ଜି ସ୍ୱାସ୍ଥ୍ୟମିସନ ଯାଜପୁର ଜିଲା ଶାଖା ପକ୍ଷରୁ ପ୍ରଥମ କାର୍ଯ୍ୟକାରୀଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମିସନ ଶକ୍ତିର ରାଜ୍ୟ ସଭାପତି ବିଚିତ୍ରାନନ୍ଦ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ରାଜ୍ୟ ଉପସଭାପତି ଜିତେନ୍ଦ୍ର ବିଶ୍ୱାଳ,ରାଜେନ୍ଦ୍ର ପ୍ରଧାନ,ରାଜ୍ୟ ସଂପାଦକ କାର୍ତ୍ତିକଚନ୍ଦ୍ର ଘୋଷଙ୍କ ଉପସ୍ଥିତିରେ ଯାଜପୁର ଜିଲାର ଜିଲା କମିଟି ଗଠନ କରାଯାଇଛି । ଜିଲାର ଦଶଗୋଟି ବ୍ଲକର ବ୍ଲକ ସଂଯୋଜକଙ୍କ ଉପସ୍ଥିତିରେ ଜିଲା ସଭାପତି ଭାବେ ଅୟସ କୁମାର ରାଉତ,ସାଧାରଣ ସଂପାଦକ ଗୋପାଳ କୃଷ୍ଣ ସାହୁ,ମୃତୁ୍ୟଞ୍ଜୟ ଜେନା,କୋଷାଧ୍ୟକ୍ଷ ଆର୍ତ୍ତବନ୍ଧୁ ପୃଷ୍ଟିଙ୍କ ସମେତ ୨୧ଜଣିଆ କମିଟିର କମକର୍ତ୍ତା ଚୟନ କରାଯାଇଥିଲା । ଏହି ବୈଠକରେ ମୁଖ୍ୟବକ୍ତା ଯୋଗାଚାର୍ଯ୍ୟ ଅନାମମୁନି ଡଃ ଶ୍ୟାମାପ୍ରସାଦ ମୁଖାର୍ଜିଙ୍କ ଜୀବନଶୈଳୀ ଉପରେ ଆଲୋକପାତ କରିଥିଲେ । ସମାଜର ଅବହେଳିତ ଓ ଶୋଷିତ ହେଉଥିବା ଗରୀବ ଅସାହାୟଙ୍କ ଉନ୍ନତି ପାଇଁ ଏହି ମିସନ ଶକ୍ତି କାମ କରିବା ଡଃ ମୁଖାର୍ଜିଙ୍କ ମୁଖ୍ୟ ଆଭିମୁଖ୍ୟ ଥିଲା ବୋଲି ବକ୍ତା ମାନେ କହିଥିଲେ । ତାଙ୍କର ଏହି ସ୍ୱପ୍ନକୁ ଆଗାମୀ ଦିନରେ ମିସନ ଶକ୍ତି ଜରିଆରେ ଜିଲା ଓ ରାଜ୍ୟ ସ୍ତରରେ କାର୍ଯ୍ୟକରିବ ବୋଲି ରାଜ୍ୟ ସଭାପତି ଶ୍ରୀ ଦାସ କହିଥିଲେ । ଶେଷରେ ଗୋପିନାଥ ଗଜପତି ଭୂୟାଁ ଧନ୍ୟବାଦ ଦେଇଥିଲେ ।

Related Posts

About The Author

Add Comment