ଶ୍ରୀମନ୍ଦିରରେ ଅଘଟଣ: ମହିଳା ଭକ୍ତଙ୍କୁ ଅନ୍ୟ ୨ଜଣ ପୁରୁଷ ଭକ୍ତ ମାଡ଼ ମାରିବା ଯୋଗୁଁ ତାଙ୍କ ଡ଼ାହାଣ ହାତ ଭାଙ୍ଗିଲା

Spread the love

୨୫/୧/୨୬ (ସନ୍ଧାନ ନ୍ୟୁଜ) : ଶ୍ରୀମନ୍ଦିର ଭିତର ବ୍ୟାରିକେଡ୍ ଭିଡ଼ ମଧ୍ୟରେ ଜଣେ ମହିଳା ଭକ୍ତଙ୍କୁ ଅନ୍ୟ ୨ଜଣ ପୁରୁଷ ଭକ୍ତ ମାଡ଼ ମାରିବା ଯୋଗୁଁ ତାଙ୍କ ଡ଼ାହାଣ ହାତ ଭାଙ୍ଗିଯାଇଛି। ପରିବାର ଲୋକେ ତାଙ୍କୁ ଶ୍ରୀମନ୍ଦିର ଆମ୍ବୁଲାନ୍ସରେ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଗୁରୁତର ଆହତ ମହିଳା ଜଣକ ହେଲେ ବ୍ରହ୍ମପୁରର ୫୩ବର୍ଷୀୟା ସୁନୀତା ନାୟକ ସୂଚନା ମୁତାବକ, ଶନିବାର ସୁନୀତା ସପରିବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲେ। ସେ ତାଙ୍କ ପରିବାର ସହ ଭିତର ବ୍ୟାରିକେଡ୍ ଭିଡ଼ ମଧ୍ୟରେ ଦର୍ଶନ ପାଇଁ ଅପେକ୍ଷା କରିଥିଲେ। ଏହି ସମୟରେ ୨ବ୍ୟକ୍ତି ଠେଲାପେଲା ମଧ୍ୟରେ ତାଙ୍କ ହାତ ମୋଡ଼ି ଠେଲି ଦେଇଥିଲେ। ଫଳରେ ମହିଳାଙ୍କ ଡାହାଣ ହାତ ଭାଙ୍ଗିଯାଇଥିଲା। ମାଡ଼ ମାରିଥିବା ୨ବ୍ୟକ୍ତିଙ୍କୁ ସିଂହଦ୍ବାର ପୁଲିସକୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି।

Related Posts

About The Author

Add Comment