ଶିଶୁ ଯତ୍ନ ଓ ସୁରକ୍ଷା ସଂପର୍କିତ କର୍ମଶାଳା ଅନୁଷ୍ଠିତ

Spread the love

ଯାଜପୁର, ୩୧/୧୨ (ସନ୍ଧାନ ନିଉଜ) : ଶିଶୁର ଯତ୍ନ ଓ ସୁରକ୍ଷା ଯେ କୈାଣସି ଶିଶୁର ମୈାଳିକ ଅଧିକାର । ଏଥିରୁ ତାକୁ ବଞ୍ଚିତ କରାଯାଇପାରିବ ନାହିଁ । ତେଣୁ ଶିଶୁ ପରିଚର୍ଯ୍ୟାକାରୀ ଅନୁଷ୍ଠାନ ମାନେ ଏଥିପ୍ରତି ଯତ୍ନବାନ ହେବା ସହ ଉତ୍ତରଦାୟୀ ଭାବେ କାର୍ଯ୍ୟ କରିବାକୁ ବିଶେଷଜ୍ଞ ବିଶାରଦ ମାନେ ଗୁରୁତ୍ୱ ଦେଇଚ୍ଥନ୍ତି । ବୁଧବାର ପୂର୍ବାହ୍ନରେ ଯାଜପୁର ଟାଉନ ସ୍ଥିତ ଉତ୍କଳ ବାଳାଶ୍ରମ ପରିସରରେ ଶିଶୁ ପରିଚର୍ଯ୍ୟାକାରୀ ଅନୁଷ୍ଠାନ ତଥା ଅଂଶିଦାର ମାନଙ୍କର ରକ୍ଷଣା ବେକ୍ଷଣ ମାନଦଣ୍ଡର ଭୂମିକା ଓ ଦାୟିତ୍ୱ ସଂପର୍କିତ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥିରେ ଯୋଗ ଦେଇ ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଶିଶୁର ଅଧିକାରକୁ ସୁରକ୍ଷିତ ରଖିବାକୁ ଆଇନ ପ୍ରଣୟନ ହୋଇଚ୍ଥି ବୋଲି କହିଥିଲେ । ଶିଶୁଟି ନିଜ ପରିବାରରେ ଯେପରି ଯତ୍ନ ଓ ସୁରକ୍ଷାର ସହ ରହେ ଅନୁରୂପ ଭାବେ ଶିଶୁ ପରିଚର୍ଯ୍ୟାକାରୀ ଅନୁଷ୍ଠାନ ବା ଶିଶୁ ଗୃହ ମାନଙ୍କରେ ମଧ୍ୟ ରହିବା ଉଚିତ । ଏଥିପାଇଁ ଆଇନ ଓ ନିୟମାବଳୀ ମଧ୍ୟ ଜାରି କରାଯାଇଚ୍ଥି । ତେଣୁ ଅନୁଷ୍ଠାନ ମାନେ ଏହାକୁ ଅନୁପାଳନ କରିବା ଊପରେ ଶ୍ରୀ ସେଠୀ ଗୁରୁତ୍ୱ ଆରୋପ କରିଥିଲେ । ବିଷୟ ବିଶାରଦ ତଥା ସାମାଜିକ ବିଜ୍ଞାନୀ ଚିତ୍ତ ରଂଜନ ବେହେରା ବିସ୍ତୃତ ଆଲୋଚନା କରି ଶିଶୁର ଯତ୍ନ, ସୁରକ୍ଷା, ଆବଶ୍ୟକତା, ଶିଶୁ ପାଇଁ ଥିବା ଆଇନ ବ୍ୟବସ୍ଥା ଇତ୍ୟାଦି ସଂପର୍କରେ ଆଲୋକପାତ କରିଥିଲେ । ସଂପ୍ରତି ଶିଶୁ ମାନଙ୍କ ପ୍ରତି ଅନେକ ଆହ୍ୱାନ ବର୍ତ୍ତମାନ ପରିସ୍ଥିତିରେ ଘଟୁଥିବାରୁ ଏଥିପ୍ରତି ଅଧିକ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଥିଲେ । ଅନ୍ୟତମ ବିଷୟ ବିଷାରଦ ତଥା ୱାଇ.ସି.ଡି.ଏ. ଅନୁଷ୍ଠାନର ବରିଷ୍ଠ କାର୍ଯ୍ୟକ୍ରମ ପରିଚାଳକ ଅରୁଣ କୁମାର ପ୍ରଧାନ ଶିଶୁ ପରିଚର୍ଯ୍ୟାକାରୀ ଅନୁଷ୍ଠାନର ଦାୟିତ୍ୱ, କର୍ତ୍ତବ୍ୟ ଓ ଆଇନର ବ୍ୟବସ୍ଥା ସଂପର୍କରେ ଆଲୋକପାତ କରିଥିଲେ । ଶିକ୍ଷା, ସ୍ୱାସ୍ଥ୍ୟ, ସୁରକ୍ଷା ଭଳି ମୈାଳିକ ଆବଶ୍ୟକତାରୁ ଯେପରି ଶିଶୁ ବଞ୍ôଚତ ନ ହୁଏ ସେଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ସେ ପରାମର୍ଶ ଦେଇଥିଲେ । ଜିଲ୍ଳ୍‌ା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ଜିଲ୍ଳ୍‌ା ଶିଶୁ ନିରିକ୍ଷଣ କମିଟିର ସଦସ୍ୟା ଯାଜ୍ଞସେନୀ ମହାନ୍ତି, ଶିଶୁ ସୁରକ୍ଷା ୟୁନିଟର ଆଇନ ସୁରକ୍ଷା ଅଧିକାରୀ ତପନ କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏଥିରେ ଜିଲ୍ଳ୍‌ାର ସମସ୍ତ ଶିଶୁ ପରିଚର୍ଯ୍ୟାକାରୀ ଅନୁଷ୍ଠାନର କର୍ମକର୍ତ୍ତା ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶିଶୁ ସୁରକ୍ଷା ୟୁନିଟର କର୍ମଚାରୀ ଅର୍ଚ୍ଚନା କୁମାରୀ ସାମନ୍ତ , ଶିଶିର ମଲ୍ଳିକ ପ୍ରମୁଖ ସହଯୋଗ କରିଥିଲେ ।

Related Posts

About The Author

Add Comment