ଶିକ୍ଷକଙ୍କ ଘରୁ ଦୃବୁର୍ତ୍ତମାନେ ଲୁଟି ନେଲେ

Spread the love

ଯାଜପୁର ସଦର, ୨୩ା୦୧: ଯାଜପୁର ଜିଲ୍ଲା ବରୀ ଥାନା ଅଞ୍ଚଳରେ ଚୋର ମାନଙ୍କର ପାଦୁର୍ଭାବ ବଢ଼ୁଥିବା ବେଳେ, ଏହି ଥାନା ଅଞ୍ଚଳରେ ଚୋରମାନେ ସୁଯୋଗକୁ ହାତ ଛଢ଼ା ନକରି ଲୁଟ କରୁଥିବା ଦେଖିବାକୁ ମିଳିଚି । ଏହି କିଛି ଦିନ ତଲେ କମ୍ପଗଡ଼ ରତ୍ନଗିରୀ ଅଞ୍ଚଳର ସୁନା ବ୍ୟବସାୟୀ ପାଖରୁ ଅଳଙ୍କାର ବ୍ୟାଗ ଛଡ଼ାଇ ନେଇଥିବା ବେଳେ, ସେହିପରି ରବିବାର ରାତିରେ ରତ୍ନଗିରୀ ପଂଚାୟତ ରାଉତସାହି ଖରିମୁଣ୍ଡା ଗ୍ରାମର ଶିକ୍ଷକଙ୍କ ଘର ତାଲାଭାଙ୍ଗି ଲୁଟେରା ମାନେ ଲୁଟ କରିଥିବାର ବରୀ ଥାନାରେ ଏତଲା କରାଯାଇଚି । ବରୀ ଥାନ ପୋଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ କରୁଥିବା ବେଳେ, ଦୃବୁର୍ତ୍ତ ମାନେ ଛାଡ଼ି ଯାଇଥିବା କୌଣସି ଜିନିଷ ପୋଲିସ ହାତରେ ପ୍ରମାଣ ଥିବାରୁ ଲୁଟେରାଙ୍କ ନିକଟରେ ପୋଲିସ ପହଁଞ୍ଚ ପାରିବ ବୋଲି ବରୀ ଥାନା ଅଧିକାରୀ ମନୋଜ ସ୍ୱାଇଁ ସୂଚନା ଦେଇଛନ୍ତି । ପେଟ୍ରୋଲିଂ ପାଇଁ ସାଧାରଣରେ ଦାବି କରାଯାଉଚି ।

Related Posts

About The Author

Add Comment