ଧର୍ମଶାଳା,୦୫/୧୨ (ସନ୍ଧାନ ନିୟୁଜ/ମାନସ ରାଉତ): ଧର୍ମଶାଳା ଥାନା ପାଟପୁର ପଞ୍ଚାୟତ ନସିଡିପୁର ଗ୍ରାମର ଦୁଇ ମହିଳାଙ୍କ ସନେ୍ଦହ ଜନକ ମୃତ୍ୟୁକୁ ନେଇ ଆଲୋଚନା ସୃଷ୍ଟି ହୋଇଛି । ପାରିବାରିକ କଳହକୁ କେନ୍ଦ୍ର କରି ଜୟନ୍ତି ମହାରଣା (୫୬) ଏବଂ ପୁତୁରେ ବୋହୁ କୁନି ମହାରଣା (୩୭) ଙ୍କ ମୃତ୍ୟୁକୁ ସହଜରେ ଗ୍ରହଣକରିପାରୁନାହାନ୍ତି ଅଂଚଳ ବାସୀ । ଖବରପାଇ ପୁଲିସ ଗାଁରେ ପହଂଚି ତଦନ୍ତ ଆରମ୍ଭ କରିଛି । ସୂଚନା ଯୋଗ୍ୟ ନସିଡିପୁର ଗ୍ରାମର ଉପେନ୍ଦ୍ର ମହାରଣାଙ୍କ ପନôି ଜୟନ୍ତିଙ୍କର ମଙ୍ଗଳବାର ରାତି ପ୍ରାୟ ୮ ଟାରେ ମୃତ୍ୟୁ ଘଟିଥିଲା ପୂର୍ବ ଶତୃତାକୁ କେନ୍ଦ୍ରକରି ଜୟନ୍ତିଙ୍କୁ କୁଆଡେ ତାଙ୍କ ପୁତୁରା ପ୍ରଫୁଲ ମହାରଣାଙ୍କ ପନô କୁନି ଘଟଣାର ୪ଦିନ ପୂର୍ବରୁ ଇଟା ଫିଙ୍ଗିଥିଲେ । ପୁଣି ମଙ୍ଗଳବାର ସନ୍ଧ୍ୟାରେ ଉଭୟ ପରିବାର ମଧ୍ୟରେ କଳିଝଗଡା ହୋଇଥିଲା । ଏଥିରେ ଗୁରୁତର ହୋଇପଡିଥିବା ଜୟନ୍ତିକୁ ପରିବାର ଲୋକେ ବଡଚଣା ଡାକ୍ତରଖାନାରେ ଭର୍ତି କରିଥିଲେ । ମାତ୍ର ଚିକିସôା ଅବସ୍ଥାରେ ଜୟନ୍ତିଙ୍କ ସେଠାରେ ମୃତ୍ୟୁ ଘଟିଥିଲା । ଖୁଡି ଶାଶୁଙ୍କ ମୃତ୍ୟୁ ପାଇଁ ବୋହୁ କୁନିକୁ ଦାୟା କରାଜିବା ସହିତ ଗ୍ରାମ ସଭାରେ ତାଙ୍କୁ ୫୦,୦୦୦ ଟଙ୍କା ଯୋରିମାନ କରା ଯାଇଥିଲା । ଏପଟେ ଖୁଡି ଶାଶୁ ଙ୍କ ସବ ସଂସ୍କାର ପାଇଁ ଶ୍ମଶାନକୁ ନଯିବା ପାଇଁ କୁଆଡେ କୁନି ନିଜ ସ୍ୱାମି ପ୍ରଫୁଲଙ୍କୁ ବାରଣ କରିଥିଲେ ମାତ୍ର ପ୍ରଫୁଲ କୁନିଙ୍କ କଥା ଖାତିର ନକରି ଖୁଡିଙ୍କ ଶେଷ କୃତ୍ୟରେ ଯୋଗ ଦେଇଥିଲେ । ସମ୍ଭବତଃ ଜୟନ୍ତିଙ୍କ ମୃତ୍ୟୁ ପାଇଁ ତାଙ୍କୁ ଦାୟୀ କରାଯିବା, ଗ୍ରାମବାସୀ ୫୦,୦୦୦ ଟଙ୍କା ଜୋରିମାନ କରିବା ଏବଂ ସ୍ୱାମି କଥା ନମାନିବା କାରଣରୁ କୁନି ମାନସି ଭାରସାମ୍ୟ ହରାଇ ଘର ସମ୍ମୁଖ ପଣସ ଗଛରେ ବୁଧବାର ସକାଳେ ବେକାର ରସି ଲଗାଇ ଆତ୍ମହତ୍ୟା କରିଛନ୍ତି । ଜୟନ୍ତୀଙ୍କ ଶବ ବେଚ୍ଚେଦ କରି ପରିବାର ଲୋକ ଆସି ଦେଖିବାବେଳେ କୁନିଙ୍କ ମୃତ୍ୟୁ ଘଟିଥିଲା । ତାଙ୍କୁ ଧର୍ମଶାଳା ଡାକ୍ତର ଖାନା ନିଆଯାଇଥିବାବେଳେ ଡାକ୍ତର କୁନିକୁ ମୃତ୍ୟୁ ।ଘାଷଣା କରିଥିଲେ । ଅପରକ୍ଷରେ କୁନିଙ୍କ ବେକରେ ରସିଭଯଡି ତାଙ୍କ ଯା ପୁତୁରା ପ୍ରମୁଖ ହତ୍ୟା କରିଥିବା ନେଇ ମୃତ୍ୟୁ କୁନିକ ସାନ ଭୋଉଣୀ ଅଭୀଯୋଗ କରିଛନ୍ତି । ସ୍ଥାମୀୟ ଅଚ୍ୟୁତ ପୁରର ଗ୍ରାମର ବଂଶିଧର ତାଙ୍କ ଝିଅ ମାନିନି ଏ ସମ୍ପର୍କ ରେ ଧର୍ମଶାଳା ଥାନା ରେ ଏତଲା ଦେଇଛନ୍ତି । ପୋଲିସ ଡାକ୍ତର ଥାନାରେ ପହଂଚି କୁନିଙ୍କ ମୃତ ଦେହକୁ ଜବତ କରିବା ସହିତ ବ୍ୟବଚ୍ଛେଦ ନିନନ୍ତେ ବଡଚଣା ଡାକ୍ତରଖାନା କୁ ପଠାଇଥିଲେ । ଏଥି ସହିତ ପୋଲିସ ୫୬୩/୨୦୧୯ ରେ ଏକ ମାମଲା ରୁଜୁ କରି ଉଭୟ ମୃତ୍ୟୁ ଘଟଣା ରେ ତଦନ୍ତ ଚଳାଉଛନ୍ତି । ଖୁଡି ଶାଶୁ ଓ ବୋହୁଙ୍କ ମୃତ୍ୟୁ କୁ ନେଇ ସ୍ଥାନୀୟ ଅଚଂଳରେ ଅନେକ କଥା କୁହା କୁହି ହୋଉଛନ୍ତି ଶୁଣିବାକୁ ମିଳୁଛି ।
ଶାଶୁ ବୋହୁ କଳି ଉଭୟଙ୍କ ପାଇଁ କାଳ ହେଲା: ଢେଲା ମାଡ଼ରେ ଶାଶୁର ମୃତ୍ୟୁ, ଅପବାଦରେ ସହିନପାରି ବୋହୁ କଲା ଆତ୍ମହତ୍ୟା
|
December 5, 2019 |