ଶହେ ଭାଗ ଗରୀବ ଭିକାରୀ ଭିନ୍ନକ୍ଷମଙ୍କ ପ୍ରତି ଚରମ ପ୍ରଶାସନିକ ଅବିଚାର

Spread the love

ଯାଜପୁର,୨୪/୦୭ ଦଳୀୟ କର୍ମୀ, ଜନପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ଗରୀବ ଏବଂ ଦଃୁଖୀ ଲୋକଙ୍କ ନିକଟରେ ସରକାରୀ ସୁବିଧା ସୁଯୋଗ ପହଂଚାଇବାକୁ ଗୁରୁତ୍ୱ ଦେଇଛନ୍ତି । ଦଃୁଖୀ ଲୋକଙ୍କ ସେବା ନିକଟରେ କ୍ଷମତା ଓ ପ୍ରତିପତ୍ତି ମୂଲ୍ୟହୀନ ବୋଲି ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକୁ ଜନପ୍ରତିନିଧିଙ୍କ ଠାରୁ ପ୍ରଶାସନିକ ଅଧିକାରୀମାନେ ଖାତିର କରୁ ନାହାନ୍ତି । ଏହାର ଜ୍ଜ୍ୱଳନ୍ତ ଦୃଷ୍ଟାନ୍ତ ଯାଜପୁର ଜିଲ୍ଲା ଧର୍ମଶାଳା ବିଧାନସଭା କ୍ଷେତ୍ର ରସୁଲପୁର ବ୍ଲକର ବେତଣ୍ଡା ଗ୍ରାମରେ ଦେଖିବାକୁ ମିଳିଛି । ଏହି ଗାଁରେ ଶହେ ଭାଗ ଗରୀବ ଭିନ୍ନକ୍ଷମ ଭିକାରୀଙ୍କ ପ୍ରତି ଚରମ ପ୍ରଶାସନିକ ଅବିଚାର କରାଯାଇଛି । ଏଥିନେଇ ମୁଖ୍ୟମନ୍ତ୍ରୀଙ୍କ ଗରୀବ କଲ୍ୟାଣ ଯୋଜନାର ସଫଳ ରୂପାୟନ ଅଭିଯାନ ଚଲାଇଥିବା ଧର୍ମଶାଳାର ବି.ଜେ.ଡି ନେତା ସତୀଶ ବିଶ୍ୱାଳ ସ୍ୱର ଉଠାଇବା ପରେ ସାଧାରଣରେ  ଆଲୋଡନ ସୃଷ୍ଟି ହୋଇଛି ।
ଖବରରୁ ପ୍ରକାଶ, ବାରବାଟୀ ପଂଚାୟତ ଅନ୍ତର୍ଗତ ବେତଣ୍ଡା ଗ୍ରାମର ଗଙ୍ଗାଧର ପାତ୍ର ସଂପୂର୍ଣ୍ଣ ଅନ୍ଧ ବ୍ୟକ୍ତି । ପୁରୀ ବଡଦାଣ୍ଡରେ ଭିକ୍ଷା ମାଗି ଯାହା ପାଆନ୍ତି ସେଥିରେ ସେ ଦୁଇ ଓଳା ଗଣ୍ଡିଏ ଖାଇବାକୁ ପାଆନ୍ତି । ସରକାରଙ୍କ ତରଫରୁ ଶ୍ରୀକ୍ଷେତ୍ରର ବଡଦାଣ୍ଡରେ ଭିକ୍ଷାବୃତ୍ତି ନିଷେଧ କରାଯିବା ପରେ ଗଙ୍ଗାଧରଙ୍କ ଆଖିରୁ ନିଦ ହଜିଗଲା । ଅନ୍ନ ଚିନ୍ତା ଚମତ୍କାରର ଚିନ୍ତାରେ ଥିବା ବେଳେ ଗତ ୧୭ ନଭେମ୍ବର ୨୦୨୦ ରେ ତାଙ୍କୁ ମିିଳିଥିବା ରାସନକାର୍ଡଟି ତାଙ୍କ ପାଇଁ ବଡ ଭରସା ହୋଇଥିଲା । ଏହି କାର୍ଡରେ ମିଳୁଥିବା ଚାଉଳ ଏବଂ ଭିନ୍ନକ୍ଷମ ଭାବେ ମିଳୁଥିବା ଭତ୍ତା ଟଙ୍କା ସହ ଗାଁରେ ମିଳୁଥିବା ଭିକ୍ଷାରେ ଜୀବନ ବିତାଇଥାନ୍ତି । ହେଲେ ମାତ୍ର ୮ ମାସ ପାଖାପାଖି ତାଙ୍କୁ ରାସନରେ ଚାଉଳ ମିଳିବା ପରେ ତାଙ୍କର ରାସନ କାର୍ଡରେ ଆଉ ଚାଉଳ ଦିଆଗଲା ନାହିଁ । ସ୍ଥାନୀୟ ରିଟେଲର ତାଙ୍କର ଚାଉଳ କାର୍ଡ କଟି ଯାଇଥିବାର କହୁଥିବା ବେଳେ ତାଙ୍କର ଚାଉଳ ମିଳୁଥିଲେ ବି ତାହା କୁଆଡେ ହଡପ ହୋଇ ଯାଉଛି ବୋଲି କୁହାଗଲା । ଗଙ୍ଗାଧରଙ୍କୁ ତାଙ୍କ ପରିବାର ଲୋକେ ଅଲଗା କରିଦେଲେ । ଘର ପାଖରେ ଥିବା ୪ ଡିସିମିଲ ଜମି ପ୍ରଦାନ କଲେ । ସେଥିରେ ଗଙ୍ଗାଧର ଗୋଟିଏ ଛୋଟ ଝାଟିମାଟିର ଘର କରି ରହୁଛନ୍ତି । ଏହି ପଂଚାୟତର ଯଦି କେହି ଜଣେ ବ୍ୟକ୍ତି ଆବାସ ଯୋଜନାରେ ଘର ପାଇବାକୁ ପ୍ରଥମେ ଯୋଗ୍ୟ ତେବେ ସେହି ବ୍ୟକ୍ତି ହେଉଛନ୍ତି ଗଙ୍ଗାଧର । ହେଲେ ଗଙ୍ଗାଧର ବହୁବାର ଆବେଦନ ପରେ ବି ତାଙ୍କୁ ଆବାସ ଯୋଜନାରେ ଘର ଖଣ୍ଡିଏ ମିଳୁନାହିଁ । ଗଙ୍ଗାଧରଙ୍କ ଅନ୍ୟ ୩ ଭାଇଙ୍କ ଜଣକା ବଖୁରେ ଲେଖା ୩ ବଖରା ପକ୍କାଘର ରହିଛି । ଗଙ୍ଗାଧରଙ୍କ ମାଆ ଏବଂ ବାପା ଏହି ପକ୍କାଘର ପିଣ୍ଡାରେ ଶୋଉଛନ୍ତି ବୋଲି ଗଙ୍ଗାଧର ଅଭିଯୋଗ କରିଛନ୍ତି ।  ଏଥିନେଇ ମୁଖ୍ୟମନ୍ତ୍ରୀ ଏବଂ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

Related Posts

About The Author

Add Comment