ଯାଜପୁର ସଦର,୦୩ା୧୨: ଯାଜପୁର ଜିଲ୍ଲାରେ ଚହଳ ପକାଇଥିବା ୨ ପୋଲିସ ଅଧିକାରୀଙ୍କ ମଧ୍ୟରେ ଲାଞ୍ଚ ଟଙ୍କାକୁ ନେଇ ଥାନା ଆଇଆଇସି ଏସଆଇଙ୍କୁ ମାରିବା ଘଟଣା ବଡ଼ ଆଶ୍ଚମ୍ବିତ କରିଦେଇଚି । ଘଟଣାରୁ ପ୍ରକାଶ ଯେ, ବିଞ୍ଝାରପୁର ବ୍ଲକ ନିକଟସ୍ଥ ଅଳକୁଣ୍ଡ ଥାନାରେ ଏହିପରି ଘଟଣା ଦେଖିବାକୁ ମିଳିଚି । ଲାଞ୍ଚ ଟଙ୍କା ନେଇଥିବା ଏସଆକୁ ପଚାରିବାରୁ ଦୁଇ ପୋଲିସ ଅଧିକାରୀଙ୍କ ମଧ୍ୟରେ ହାତା ହାତି ହେବା ଘଟଣା ଯାଜପୁର ଜିଲ୍ଲାରେ ଚହଳ ପକାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ଲାଞ୍ଚ ଟଙ୍କା ଆଣିଥିବା କାର୍ଯ୍ୟରତ ଥିବା ଏସଆଇ ପ୍ରକାଶ ସିଂ କିଛି ଦିନ ତଳେ ୫ହଜାର ଟଙ୍କା ଲାଞ୍ଚ ନେଇଥିବା ବେଳେ, ଏହି ଘଟଣାକୁ ନେଇ ଅଳକୁଣ୍ଡ ଥାନା ଆଇଆଇସି ଦେବାଶିଷ ଶତପଥି ଏସଆଇଙ୍କୁ ପଚାରିବାରୁ କେତେଟଙ୍କା ଆସାମୀ ମାନଙ୍କ ଠାରୁ ଲାଞ୍ଚ ତୁମେ ନେଇଚ ଏହାର ହିସାବ ମାଗିବାପରେ ଏହାର ଉତ୍ତର ଦେବାପାଇଁ ମୁଁ ବାଧ୍ୟ ନୁହେଁ ବୋଲି ଶ୍ରୀ ସିଂ ଶତପଥିଙ୍କୁ କହିଥିଲେ । ଥାନା ଆଇଆଇସି ଦେବାଶିଷ ଶତପଥି ଏଥିରେ ଉତେକ୍ତ ହୋଇ ଶ୍ରୀ ସିଂଙ୍କ ଗାଲକୁ ଏକ ଚାପୁଡ଼ା ମାରିଥିଲେ । ଏସଆଇ ପ୍ରକାଶ କୁମାର ସିଂ ଆଇଆଇସିଙ୍କୁ ପାଲଟା ଆକ୍ରମଣ କରିବାରୁ ଥାନା ମଧ୍ୟରେ ରଣକ୍ଷେତ୍ର ପାଲଟିଥିବା ଦେଖିବାକୁ ମିଳିଥିଲା । ଥାନା କର୍ମଚାରୀ ମାନେ ଘଟନା ସ୍ଥଳରେ ପହଁଞ୍ôଚ ଉଭୟଙ୍କୁ ଛଡ଼ାଇଥିଲେ । ଏହି ଘଟଣା ସମ୍ପର୍କରେ ଖବର ପାଇ ଏସଡିପିଓ ପ୍ରଶାନ୍ତ ମାଝୀ ଥାନାରେ ପହଁଞ୍ôଚଥିଲେ । ଏସମ୍ପର୍କରେ ଯୋଗାଯୋଗ କରିବା ପାଇଁ ଆମଜିଲ୍ଲା ପ୍ରତିନିଧି ତାହା ସମ୍ବବପର ହୋଇନଥିଲା । ଅଳକୁଣ୍ଡ ଥାନା ଆଇଆଇସିଙ୍କ ସହିତ ଘଟଣା ସମ୍ପର୍କରେ ବୁଝିବାପାଇଁ ଚେଷ୍ଟା କରିଥିଲେ ମଧ୍ୟ ତହା କୌଣସି ଉତ୍ତର ମିଳିନଥିଲା । ଏହି ଘଟଣାକୁ ନେଇ ଆଇଆଇସି ଶ୍ରୀ ଶତପଥି ଯେ, ସରକାର ଆମକୁ ଲୋକମାନଙ୍କ ସେବାକରିବା ପାଇଁ ଚାକିରି ଦେଇଥିବା ବେଳେ, କେସ ଲେଖିବା ପାଇଁ ସରକାର ଆମକୁ ୫ହଜାର ଟଙ୍କା ଲେଖାଏଁ ଦେଉଥିବା ବେଳେ, କେତେକ ଲୋକ ମାନଙ୍କ ଠାରୁ ଏପରି କେତେକ କର୍ମଚାରୀ ଟଙ୍କା ଆଦାୟ କରୁଥିବା ଲାଞ୍ଚ ନଦେଲେ ସେମାନଙ୍କ କେସ ପଡ଼ି ରହୁଥିବା ଦେଖିବାକୁ ମିଳିଚି । ଏ ସମ୍ପର୍କରେ ଥାନା ଆଇଆଇସିଙ୍କୁ ଯୋଗାଯେଗ କରିବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ବିଫଳ ହୋଇଥିଲା । ଯାଜପୁର ଏସଡିପିଓ ପ୍ରଶାନ୍ତ ମାଝୀ ତଦନ୍ତ କରୁଥିବା ବେଳେ, ଆଇନି ତା ବାଟରେ ଯିବ ବୋଲି ଜଣାଯାଇଚି ।
ଲାଞ୍ଚ ଟଙ୍କାକୁ ନେଇ ଥାନା ଆଇଆଇସି ମାଡ଼ ମାରିଲେ
|
December 4, 2025 |


