ଲଘୁ ଖଣିଜ ଦ୍ରବ୍ୟର ଷ୍ଟୋରେଜ୍ ଲାଇସେନ୍ସ, ଇ-ଲଟେରୀ ବ୍ୟବସ୍ଥା ଓ ସର୍ବାଧିକ ବିକ୍ରୟ ମୂଲ୍ୟ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

Spread the love

ଯାଜପୁର, :୩୦/୯/୨୬ (ସନ୍ଧାନ ନ୍ୟୁଜ)  ଯାଜପୁର ଟାଉନସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆଜି ଲଘୁ ଖଣିଜ ଦ୍ରବ୍ୟର ଷ୍ଟୋରେଜ୍ ଲାଇସେନ୍ସ, ଇ-ଲଟେରୀ ବ୍ୟବସ୍ଥା ଏବଂ ସର୍ବାଧିକ ବିକ୍ରୟ ମୂଲ୍ୟ (MSP) ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ  ଯାଜପୁର ଉପଜିଲ୍ଲାପାଳ,ଶ୍ରୀ ତାପସ ରଞ୍ଜନ ଦେହୁରୀ,ଡିଡିଏମ୍‌,ଜୟପ୍ରକାଶ ନାୟକ,ଯାଜପୁର ସର୍କଲ,ଜେ. କେ  ସେଠି, ଵିଶାଲ ଠାକୁର, ମହେଶ ଚନ୍ଦ୍ର ନାଥ ଖଣି ଅଧିକାରୀମାନେ, ଯାଜପୁର,ଏବଂ ଜେଏମଓ ଅଶୋକ କୁମାର ମହାନ୍ତି, ଛାୟାକାନ୍ତ ମହନ୍ତ  ତଥା ଅନ୍ୟାନ୍ୟ ଅଂଶଗ୍ରହଣକାରୀ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ କ୍ଷୁଦ୍ର ଖଣିଜ ଦ୍ରବ୍ୟର ସଂରକ୍ଷଣ ପାଇଁ ଆବଶ୍ୟକ ଷ୍ଟୋରେଜ୍ ଲାଇସେନ୍ସ, ଇ-ଲଟେରୀ ବ୍ୟବସ୍ଥାର ପ୍ରକ୍ରିୟା ଏବଂ କ୍ଷୁଦ୍ର ଖଣିଜ ଦ୍ରବ୍ୟର ସର୍ବାଧିକ ବିକ୍ରୟ ମୂଲ୍ୟ (MSP) ସମ୍ପର୍କରେ ବିସ୍ତୃତ ସଚେତନତା ସୃଷ୍ଟି କରାଯାଇଥିଲା। ଅଂଶଗ୍ରହଣକାରୀମାନେ ସକ୍ରିୟ ଭାବେ ଯୋଗଦେଇ ବିଭିନ୍ନ ବିଷୟରେ ଆଲୋଚନା ଓ ମତବିନିମୟ କରିଥିଲେ। ସମସ୍ତଙ୍କର ସକ୍ରିୟ ସହଯୋଗ ଓ ମୂଲ୍ୟବାନ ଆଲୋଚନା ଫଳରେ କାର୍ଯ୍ୟକ୍ରମଟି ସୁଚାରୁ ଓ ପ୍ରଭାବଶାଳୀ ଭାବେ ସମ୍ପନ୍ନ ହୋଇଥିଲା।

Related Posts

About The Author

Add Comment