ଲକଡାଉନରେ ଡିଜିଟାଲ ବିବାହ, ଅନଲାଇନ କନ୍ୟାଦାନ

Spread the love
ସମ୍ବଲପୁର ୧୪/୦୫ (ସନ୍ଧାନ ନିଉଜ): ସମ୍ବଲପୁରରେ ଏକ ନିଆରା କନ୍ୟାଦାନ ଦେଖିବାକୁ ମିଳିଛି । ଲକ ଡାଉନରେ ବିବାହ ସମ୍ବଲପୁରରେ ହୋଇ ନ ପାରିବାରୁ ବିବାହ ହୋଇଥିଲା ଜାମସେଦପୁରରେ । ସମ୍ବଲପୁର ସ୍ଥିତ କନ୍ୟାପକ୍ଷ ଅନଲାଇନରେ କନ୍ୟାଦାନ କରି ନବ ବିବାହିତ ଦମ୍ପତ୍ତିଙ୍କୁ ଆଶୀର୍ବାଦ କରିଛନ୍ତି । କନ୍ୟା ହେଉଛି ସମ୍ବଲପୁରର ଓ ବର ହେଉଛି ଜାମସେଦପୁର ଟାଟାର । ଏହି ଦମ୍ପତିଙ୍କ ବିବାହର ତାରିଖ ଥିଲା ଗତ ମଇ 8 ତାରିଖ । ବର ପକ୍ଷଙ୍କୁ ସମ୍ବଲପୁର ଆସିବାର ସରକାରୀ ଅନୁମତି ଥିଲା, ତେବେ କନ୍ୟା ପକ୍ଷଙ୍କୁ ସମ୍ବଲପୁରରେ ବିବାହ କରିବାକୁ ଜିଲ୍ଲା ପ୍ରଶାସନ ତରଫରୁ ଅନୁମତି ମିଳିପାରିଲା ନାହିଁ । ତେବେ ପୂର୍ବରୁ ବିବାହର ତାରିଖ 2 ଥର ଲକ ଡାଉନ ଯୋଗୁଁ ଘୁଞ୍ଚିଥିଲା ।

Related Posts

About The Author

Add Comment