ରାୟଗଡ଼ା ପୋଲିସ ହାତରେ ସେକ୍ସ୍ ରାକେଟ

Spread the love

ରାୟଗଡ଼ା, ୨୩/୯ (ସନ୍ଧାନ ନିଉଜ) : ରାୟଗଡା ସହରରେ ସେକ୍ସ ରାକେଟ ଠାବ କରିଛି ପୋଲିସ । ସ୍ଥାନୀୟ ଏଫସିଆଇ ଛକରେ ସେକ୍ସ ରାକେଟ ଠାବ କରାଯାଇଥିବା ବେଳେ ଏହି ଘଟଣାରେ ୩ ଜଣ ଯୁବକଙ୍କୁ ଗିରଫ କରାଯାଇଛି । ଏଥିସହ ୨ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ଗିରଫ ୩ ଯୁବକ ତଥା ଗ୍ରାହକ ହେଲେ କିନପିନ ଚନ୍ଦନ କୁମାର ଚୌଧୁରୀ, ସୋନୁ ମଲ୍ଲିକ ଓ ବିକୁ କୁମାର ତାଣ୍ଡି । ୨ ଯୁବତୀ ଖୋର୍ଦ୍ଧା ଜିଲ୍ଲାର ଵୋଲି ଜଣାପଡିଛି। ଆଜି ସଂଧ୍ୟାରେ ଭଡା ଘରେ ସେକ୍ସ ରାକେଟ ଚାଲିଥିବା ନେଇ ପୁଲିସ ନିକଟରେ ସୂଚନା ପହଞ୍ଚିଥିଲା। ଏହାପରେ ପୁଲିସର ଏକ ସ୍ଵତନ୍ତ୍ର ଟିମ ଚଢ଼ାଉ କରିଥିଲେ। ଯୁବତୀ ମାନଙ୍କୁ କାଉନସେଲିଂ ପରେ ସ୍ଵଧାର ଗୃହକୁ ପଠାଯାଇଛି।

Related Posts

About The Author

Add Comment