ରାସ୍ତା ପାଶ୍ୱର୍ ନୟନଜୋରୀରୁ ଅଚିହ୍ନା ଯୁବତୀଙ୍କ ଶବ ଉଦ୍ଧାର

Spread the love
ଭଦ୍ରକ,୨/୯ (ସନ୍ଧାନ ନିଉଜ) ଭଦ୍ରକ ଜିଲ୍ଲା ନାଇକାଣିଡିହି ଥାନା ଅଧିନସ୍ଥ ବାଲିମେଦ ପଂଚାୟତର ପାଇକସାହୀ ନିକଟସ୍ଥ ନୟନଜୋରୀରୁ ଅଚିହ୍ନା ଯୁବତୀର ଶବ ଉଦ୍ଧାର କରିଛି ପୋଲିସ । ଖବରପାଇ ସାଇଂଟିଫିକ ଟିମ ସହ ସଳବଳେ ପୋଲିସ ଘଟଣାସ୍ଥଳରେ ପହଂଚି ଶବକୁ ଉ୍ଧାର କରି ଚିହ୍ନଟ ପକ୍ରୟାପାଇଁ ବେଶ କିଛି ସମୟ ରଖିଥିଲା । ମାତ୍ର ଶବ ଚିହ୍ନଟ ହୋଇନପାରିବାରୁ ବ୍ୟବଛେଦ ପାଇଁ ଭଦ୍ରକ ପଠାଇଥିବା ସହ ତଦନ୍ତ ଜୋରଦାର ଚଳାଇଛି ପୋଲିସ । ଏଠାରେ ସୂଚନାଦିଆଯାଇପାରେ ପଦ୍ମପୁର- ବାଲିମେଦ ରାସ୍ତା ପାଲଟିଛି ଅପରାୀଙ୍କ ଚରାଭୁଇଁ । ଚୋରା କୋଇଲା କାରବାର ,ଚୋରାରେ ଆସୁଥିବା ମୂଲ୍ୟବାନ କାଠ ଅଥବା ଚୋରାରେ ମିଳୁଥିବା ବିଶାକ୍ତ ନିଶାକାରବାରର ମୁଖ୍ୟ ଯାତାୟାତସ୍ଥଳ ପାଲଟିଛି ଏହି ରାସ୍ତା । ପୋଲିସ ନିକଟରେ ରାତ୍ରୀକାଳୀନ ପେଟୋ୍ରଲିଂ ପାଇଁ ସେମିତି ଆବଶ୍ୟକୀୟ ଉପକରଣ ନଥିବା ପ୍ରକାଶ କରିଛନ୍ତି ନାଇକାଣିଡିହୀ ଥାନାଧିକାରୀ ରତିକାନ୍ତ ଗିରି । ଜଣେ ସଚ୍ଚୋଟ ଥାନାଧିକାରୀ ଭାବରେ ଜଣାଶୁଣା ଶ୍ରୀଯୁକ୍ତ ଗିରି ନାଇକାଣିଡିହି ଥାନାର ଦାଇତ୍ୱ ତୁଲାଇ ଆସୁଥିବା ବେଳେ ଏହି ଅଂଚଳରେ ଅପରାଧିକ ମାମଲା ବହୁ ପରିମାଣରେ ଥମିଥିବା ଜାଣିବାକୁ ମିଳିଛି । ତେବେ ଆଜିର ଏହି ଘଟଣାକୁ ପୋଲିସ ଗମ୍ଭୀରତାର ସହ ନେଇ ତଦନ୍ତ ପକ୍ରୀୟା ଜାରି ରଖିଛି ବୋଲି ଥାନାଧିକାରୀ ଶ୍ରୀ ଗିରି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
REPORT RAMESH NAYAK

Related Posts

About The Author

Add Comment