ସୁନ୍ଦରଗଡ,(ସନ୍ଧାନ ନିୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ ):ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଯିବା ଆସିବା କରିବା ପାଇଁ ରାସ୍ତା ତିଆରି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ତାର ବ୍ୟତିକ୍ରମ ଚିତ୍ର ଅନେକ ଅଞ୍ଚଳରେ ଦେଖିବାକୁ ମିଳୁଛି। କେତେକ ସ୍ଥାନ ରେ ଠିକାଦାର ପୋଷା ରେ ଅତ୍ୟଧିକ ଟଙ୍କା ଖର୍ଚ୍ଚ ହୋଇ କମ ଟଙ୍କା କାମ ରେ ଖର୍ଚ୍ଚ ହେଉଥିବା ଜନ ସାଧାରଣ ରେ ଚର୍ଚ୍ଚl ର ବିଷୟ ପାଲଟିଛି l ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ତଲସରା ଗ୍ରାମ ପଂଚାୟତ ର ବସ୍ତି ରୁ ଶୁଖାବନ୍ଧ ଯାଇଥିବା ରାସ୍ତା କୁ ପକ୍କା ରାସ୍ତା କରିବା ପାଇଁ କାମ ଚାଲିଥିବା ବେଳେ ଶେଷ ହେବାର ନା ହେଉଥିବା ଅଞ୍ଚଲରେ ଚିନ୍ତା ବଢ଼ାଇଛି ।ସେଠାରେ କାମ ଟି ଅତି ନିମ୍ନମାନ ର ହେଉଥିବା ଦେଖି ଗ୍ରାମ ର ଜନ ସାଧାରଣ ଠିକାଦାର ଙ୍କୁ ଭଲ କରି କାମ କର ବୋଲି କହିଲେ କିନ୍ତୁ ଠିକାଦାର କାହାରି ଶୁଣି ନ ଥିବା ଯୋଗୁଁ ଜନ ସାଧାରଣ ରେ ଅଶାନ୍ତି ପ୍ରକାଶ କରିଛନ୍ତି l ଏହି କାମ ଟି କେଉଁ ବିଭାଗ ରୁ ଆସିଛି କେତେ ଟଙ୍କା ଏଥିରେ ମନୋନୀତ କରା ଯାଇଛି ତାହାର ସୂଚନା ଫଳକ ନ ଥିବାରୁ ମଧୁଚନ୍ଦ୍ରିକାର ଗନ୍ଧ ବାରିହେଉଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ବାଲିଶଙ୍କରା ବ୍ଲକ J. E. ଙ୍କୁ ପଚାରିବାରୁ ଏହା ସୁନ୍ଦରଗଡ WDC ରୁ କରାଯାଉଛି l ୧୬ ଲକ୍ଷ୍ୟ ୮୦ ହଜାର ର କାମ ବୋଲି ମତ ପ୍ରକାଶ କରିଥିଲେ । ବର୍ଷା ସମୟ ହେବା କାରଣରୁ ଯିବାଆସିବାରେ ବାଧାପ୍ରାପ୍ତ ହେବା କାରଣରୁ ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରିବାସହ ଅତିଶିଘ୍ର ବିହୀତ କାର୍ଯୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଜଣାଇଛନ୍ତି ।
ରାସ୍ତା ତିଆରି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ବ୍ୟତିକ୍ରମ ଚିତ୍ର
|
June 27, 2024 |