ରାସ୍ତା କଡରୁ ରୋଗ ଗ୍ରସ୍ତ ନାବାଳିକ ଉଧ୍ୟାର

Spread the love

ଗୋରୁମହିଷାଣୀ, ୩୦/୦୯/୨୦(ସନ୍ଧାନ ନ୍ୟୁଜ୍) ପରେଶ ଚନ୍ଦ୍ର ଷଡଙ୍ଗୀ) : ଗୋରୁମହିଷାଣୀ ଗୁହାଳ ଡାଙ୍ଗିରୀ ମୁଖ୍ୟ ରାସ୍ତାର ଟଲକ ଯାତ୍ରୀ ପ୍ରତିକ୍ଷା ଳୟ ନିକଟରେ ଜଣେ ଅଚିହ୍ନା ରୋଗ ଗ୍ରସ୍ତ (୧୨) ବର୍ଷର ନାବାଳିକା ପଡିରହି ଥିଲେ । ହଜାର ହଜାର ଲୋକ ତାଙ୍କୁ ଦେଖୁଥିଲେ ବି କୋରନା ଭୟରେ କେହିତାଙ୍କ ପାଖକୁ ଯାଇ ନଥିଲେ । ଏହି ସମୟରେ ସ୍ଥାନୀୟ ଯୁବକ ଜଗଦିଶ ପାତ୍ର ଓ ମନିଷ ମାଝୀ ଏଦେଇ ସା°ମ୍ବାଦିକ ତୁଷାର କାନ୍ତ ମହାନ୍ତ, ସମାଜ ସେବୀ ଲକ୍ଷ୍ମଣ ଟୁଡୁ ଓ ଦୁର୍ଗା ମହାନ୍ତି ଙ୍କୁ ଜଣାଇ ଥିଲେ ସେମାନେ ସ°ଗେ ସ°ଗେ୧୦୮ଆମ୍ବୁଲେନ୍ସ କୁ ଫନକରିଥିଲେ । ରାଇରଙ୍ଗପୁର ରୁ ୧୦୮ଆମ୍ବୁଲାନ୍ସ ଆସିବା ପରେ ନାବାଳିକା ଙ୍କୁ ଗୋରୁମହିଷାଣୀ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇ ଭର୍ତ୍ତୀ କରାଇ ଥିଲେ । ସମାଜ ସେବୀ ଟୁଡୁ ତାଙ୍କୁ ନୁଆ ଲୁଗା ଓ କିଛି ଖାଦ୍ୟ ପ୍ରଦାନ କରିଥିଲେ । ନାବାଳିକା ଙ୍କ ପରିଚୟ ନମିଳିଲେ ଚାଇଲ୍ଡ ଲାଇନ ସହାୟତା ନେଇ ତାଙ୍କ ର ବ୍ୟବସ୍ଥା କରାଯିବ ବୋଲି ସାମ୍ବାଦିକ ଶ୍ରୀ ମହାନ୍ତ କହିଛନ୍ତି ।

Related Posts

About The Author

Add Comment