ଯାଜପୁର/ସନ୍ଧାନ ନ୍ୟୁଜ୍: ଯାଜପୁର ବ୍ଲକ ଝାଲପଡା ପଂଚାୟତ କାକୁଡିକୁଦ-ନିଳକଣ୍ଠପୁର ସତ୍ୟସାଇ ଖେଳ ପଡିଆରେ ୪୧ ତମ ରାଜ୍ୟସ୍ତରୀୟ ସତ୍ୟସାଇ କ୍ରିକେଟ ପ୍ରତିଯୋଗିତା ଆଜି ଉଦଘାଟିତ ହୋଇଯାଇଛି । ଗୋଳକୁଣ୍ଡ ମେଡିକାଲ ଡାକ୍ତର ନିବେଦୀତା ଦାସ ଓ ଝାଲପଡା ସରପଂଚ ଭାରତୀ ମଲ୍ଲିକ ମୁଖ୍ୟ ଅତିଥ୍ଭାବେ ଯୋଗ ଦେଇ ପ୍ରତିଯୋଗିତାକୁ ଉଦଘାଟନ କରିଥ୍ଲେ । ଆଜି ପ୍ରଥମ ଲିଗ ମ୍ୟାଚ ଇଂଜନପୁର ଯାଜପୁର ଓ ଚନ୍ଦନପୁର ବରୀ ମଧ୍ୟରେ ଅନୁଷ୍ଠିତ ହୋଇଥ୍ଲା । ଉଦଘାଟିନି ମ୍ୟାଚରେ ଚନ୍ଦନପୁର ବରୀ କ୍ରିକେଟ ଦଳକୁ ପରାସ୍ତ କରି ଇଂଜନପୁର ଯାଜପୁର କ୍ରିକେଟ ଟିମ ବିଜୟ ଲାଭ କରିଥ୍ଲା । ଇଂଜନପୁର କ୍ରିକେଟ ଟିମ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ଉଇକେଟ୍ ହରାଇ ୧୯୮ ରନ ସଂଗ୍ରହ କରିଥ୍ଲା । ଦଳ ପକ୍ଷରୁ ସେକ ସାହାବୁଦ୍ଦିନ ୫୩ ଓ ଆଦର୍ଶ ମହାନ୍ତି ୩୭ ରନ କରିଥ୍ଲେ । ବିପକ୍ଷ ଦଳର ବୋଲର ଶିବସୁନ୍ଦର ଦାସ ୪ ଓଭର ବୋଲିଂ କରି ୩୮ ରନ ଦେଇ ୩ ଟି ଉଇକେଟ ନେଇଥ୍ଲେ । ଜବାବରେ ଚନ୍ଦନପୁର କ୍ରିକେଟ ଟିମ ୨୦ ଓଭରରେ ୯ ଉଇକେଟ ହରାଇ ୧୬୫ ରନ କରି ପରାଜୟ ହୋଇଥ୍ଲା । ଦଳ ପକ୍ଷରୁ ଶୁଶାନ୍ତ ବେହେରା ୩୫ ରନ କରି ଅପରାଜିତ ରହିଥ୍ବା ବେଳେ ବିପକ୍ଷ ଦଳର ବୋଲର ଆକାଶ ନାୟକ ଓ ସେକ ଆଝାର ୨ଟି ଲେଖାଏଁ ଉଇକେଟ ନେଇଥ୍ଲେ । ବିଜୟ ଦଳର ସେକ୍ ସାହାବୁଦ୍ଦିନଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ସମସଜସେବୀ ନିରଂଜନ ଜେନା ପୁରସ୍କୃତ କରିଥ୍ଲେ । ଖେଳକୁ ଅମ୍ପିୟାର ସରତ ଚନ୍ଦ୍ର ଜେନା,ସୁମନ ସାହୁ ପରିଚାଳନା କରିଥ୍ôବା ବେଳେ ଭାଷ୍ୟକାର ଭାବେ ପ୍ରିୟନାଥ ରାଉତ ଓ ଉଦୟ ରଣା ଓ ସ୍କୋରରେ ଚିନ୍ମୟ ଦଳାଇ ଓ ରୋସନ ସାହୁ ସହଯୋଗ କରିଥ୍ଲେ । ନିରଂଜନ ଜେନା,ହେମନ୍ତ ସାହୁ,ପତିତପାବନ ସାମଲ,ରଂଜିତ ନାୟକ,ଉକ୍ଳ ଜେନା,ଦିଲ୍ଲିପ ଜେନା,ବାଦଲ ରାଏ,ସୁନିଲ ଜେନ.ମାଧବ ଜେନା,ବଳରାମ ସାହୁ,ଅଭିମନ୍ୟୁ ଦାସ,ସଭାପତି ପ୍ରିୟନାଥ ରାଉତଙ୍କ ସମେତ ସତ୍ୟସାଇ କ୍ରିକେଟ ଟିମର ସମସ୍ତ ସଭ୍ୟମାନେ ଖେଳ ପରିଚାଳନାରେ ସହଯୋଗ କରିଥ୍ଲେ । ଆସନ୍ତାକାଲି ସତ୍ୟସାଇ କ୍ରିକେଟ ଟିମ ଓ ଆଚଂଳିକ ଯୁବପରିଷଦ ପଂଚୁପାଣ୍ଡବ ମଧ୍ୟରେ ଖେଳ ହେବ ।
ରାଜ୍ୟସ୍ତରୀୟ ସତ୍ୟସାଇ କ୍ରିକେଟ୍ ଟୁର୍ଣ୍ଣାମେଂଟ ଉଦଘାଟିତ
|
December 12, 2024 |