ଭୁବନେଶ୍ୱର, ୭/୪ (ସନ୍ଧାନ ନିୟୁଜ) ରାଜ୍ୟରେ ଚାଲିଛି ନିର୍ବାଚନ ଋତୁ । ରାଜ୍ୟ ସାରା ପୁରା ରାଜନିତିର ଗରମ ହାୱା । ଏହା ଭିତରେ ନେତାଙ୍କ ଠାରୁ କର୍ମୀ ପ୍ରର୍ଯ୍ୟନ୍ତ ଟିକେଟ ନିଶାରେ ନିଜର ଦମ ଦେଖାଇବାରେ ଲାଗିଥିଲେ । ହେଲେ ଯାହାର ଭାଗ୍ୟ ଟେକ୍ ସେ ଟିକେଟ ବି ପାଇଲେ । ଆଉ ଟିକେଟ ଗାଦି ପାଇଁ ଲୋଭ କରିଥିବା ନେତା ମାନେ ମଧ୍ୟ ଦଳଡିଆଁ କାର୍ଯ୍ୟ କରିଚାଲିଲେ । ତେବେ ଚଳିତବର୍ଷ ଦଳଡଆଁରୁ ବିଜେପି ବେଶ କିଛି ନେତା ସାଉଁଟିସାରିଛି । ବିଜେଡି ମଧ୍ୟ ପଛରେ ପଡିନାହିଁ । କଂଗ୍ରେସ ମଧ୍ୟ ଗୋଟାଇବାରେ ହେଳା କରୁନାହିଁ । କିନ୍ତୁ ବିଜେଡି ଦଳ ଭାଙ୍ଗିବା ଏବଂ ବଡଧରରଣ ବିଦ୍ରୋହ ଭୟରେ ପୁଣିଥରେ ଦାଗୀ, ଚିଟପଣ୍ଡ, ବିଭିନ୍ନ ମାମଲାରେ ଜଡିତଥିବା ନେତା ମାନେ ଟିକେଟ ପାଇବାରେ ସଫଳ ହୋଇଛନ୍ତି । ତେବେ ରାଜ୍ୟ ସାରା ଦୁର୍ନିତ ସୀମା ଟପିଥିବା ସରକାରଙ୍କ ପରିବର୍ତ୍ତନ କରିବା ପାଇଁ ବିଜେପି ଦଳ ଡକାରା ଦେଇଥିବା ବେଳେ ବିଜେପି ବିରୁଧରେ କଂଗ୍ରେସ ଲାଗିପଡିଛି । ଅନ୍ୟପଟରେ ବିଜେପିକୁ ବିଦ୍ରୁପ କରିବାକୁ ବିଜେଡି ପଂଚଘୁଂଚା ଦେଉନାହିଁ । କିନ୍ତୁ ରାଜ୍ୟ ସାରା ଯେଉଁ ପରିବର୍ତ୍ତନ ନିଆଁ ବ୍ୟାପିଛି ତାହା ଘଟଣା କ୍ରମରେ ସ୍ଥିରତା ବଜାୟ ରଖିପାରିଲେ ଚଳିତବର୍ଷ ନୂତନ ସରକାର ଗଢ଼ିବ ବୋଲି ରାଜନୌତିକ ସମୀକ୍ଷକ ମାନେ ମତଦେଇଛନ୍ତି । କିନ୍ତୁ ଏଥର ନିର୍ବାଚନ ଲଢ଼େଇ ବେଶ ରୋମାଂଚକ ପୂର୍ଣ୍ଣ ହେବ ଏପରକି କୌଣସି ପରିସ୍ଥିତରେ କିଛିବି ଘଟିବାର ସମ୍ଭାବନାକୁ ଏଡାଉ ଦିଆଯାଉନାହିଁ । ଏହାଭିତରେ ଅନେକ ଚ୍ୟାନେଲ ଗୁଡିକ ନିଜର ପ୍ରୂର୍ବାନୁମାନ କରି ନିଜର ଫଳାଫଳ ପ୍ରକାଶ କରିଛନ୍ତି । ଯେଉଁଥିରେ ବିଜେପିକୁ ୭୦ରୁ ୧୦୦ ସିଟ୍ ମିଳିବା ସହିତ ବିଜେଡିକୁ ୪୦ ରୁ ୫୫ ଏବଂ କଂଗ୍ରେସକୁ ୧୦ରୁ ୨୦ ମଧ୍ୟରେ ଏବଂ ଅନ୍ୟନ ଦଳ ୧୦ଭିତରେ ସୀମିତ ରହିବ ବୋଲି ଆକଳନ କରିଛନ୍ତି । ତେବେ ଜନତା ଜନାର୍ଦ୍ଦନ କାହାକୁ ରାଜା କରି ମୁକୁଟୁ ପିନ୍ଧାଉଛନ୍ତି ତାହା ଦେଖିବାକୁ ବାକି ରହିଥିବା ବେଳେ ସମଗ୍ର ରାଜ୍ୟରେ ବିଜେପି ଆଡେ ଜନତା ବୋଲି ମୁଖରୁ ଗୁଞ୍ଜରି ହେଉଛି । ତେବେ ଏସବୁ ଭିତରେ ରାଜ୍ୟବାସୀ ଚଳିତବର୍ଷ ଯଦି ଠିକ୍ ନିଷ୍ପତ୍ତି ନିଅନ୍ତି ତେବେ ବିକାଶ ହେବବୋଲି ଆଲୋଚନା ଚାଲିଛି । ଅନ୍ୟପଟରେ ଜାତୀୟ ସ୍ତରରେ ପୁଣି ଥରେ ବିଜେପିକୁ ସଫଳତା ମିଳିବ ବୋଲି ଆଶା ସୃଷ୍ଟି ହୋଇଛି । ଏନଡିଏ ସରକାରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆନ୍ତଜାର୍ତିୟ ସ୍ତରରେ ଭାରତର ନାମ ବେଶ ସଫଳତା ମିଳିବା ସହିତ ପାକିସ୍ତାନ ଏବଂ ଚୀନ ଭଳି ଶତୃ୍ର ଦେଶକୁ କଢ଼ା ଜବାବ ଦେଇ ସମଗ୍ର ଭାରତୀୟ ହୃହୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିସାରିଛନ୍ତି । ତେବେ ଏସବୁ ପରେ ନିର୍ବାଚନ କାହା ସପକ୍ଷରେ ଯିବ ତାହା କେବଳ ଆସନ୍ତା ସମୟ ହିଁ କହିପାରିବ ।
ତାଜା ଖବର
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ଓ ଜନକଲ୍ୟାଣକାରୀ ପ୍ରକଳ୍ପର ସମୀକ୍ଷା କଲେ ସଚିବ ଶ୍ରୀ ଗିରିଶ ଏସ୍.ଏନ୍.
- ଶୌଚ ପାଇଁ ଯାଇଥିବାବେଳେ ଵିଲରେ ଥିବା ଗାଡ଼ିଆରେ ପଡି ଯୁବକର ମୃତ୍ୟୁ , ଘଟଣା ତଦନ୍ତ ଘେରରେ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ଦାଦନ ଖଟିବାକୁ ଯାଇ ସମୁଦ୍ରରେ ବୁଡ଼ି ଯୁବକର ମୃତ୍ୟୁ, କମ୍ପାନୀ ମାଲିକ ଓ ସାଥୀ ଶ୍ରମିକଙ୍କ ମିଳିତ ଉଦ୍ୟମରେ ଫେରିଲା ଶବ
- ପେଟ ବ୍ୟଥା ହେବା ଯୋଗୁଁ ଝିଅ ର ମୃତ୍ୟୁ
- ଖବରକାଗଜ ପରିବାର ଓ ଜନସାଧାରଣଙ୍କୁ ଶାରଦୀୟ ଦୁର୍ଗାପୂଜାର ଅଭିନନ୍ଦନ ଜଣାଇଲେ ସନ୍ଧାନ ଯାଜପୁର ଜିଲ୍ଲା ପ୍ରତିନିଧି ଗୋପୀନାଥ ଦାଶ
- ସାଇବର ଠକେଇ ଓ କିଶୋରୀ ବାଳିକାଙ୍କ ଅଧିକାର ସମ୍ପର୍କରେ ଜିଲ୍ଲାସ୍ତରୀୟ କର୍ମଶାଳା
- ଯାଜପୁରର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ଅଭିନାଶ ସାଗରଙ୍କ ଯୋଗଦାନ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ



