ରାଜ୍ୟରେ ଏବେ କାର୍ଯ୍ୟକ୍ଷମ ହୋଇଛି ୨୦ଟି କୋଭିଡ୍ ହସ୍ପିଟାଲ

Spread the love

ଭୁବନେଶ୍ୱର,୧୫/୦୪ (ସନ୍ଧାନ ନିୟୁଜ) : ରାଜ୍ୟର ବିଭିନ୍ନ ସ୍ଥାନରେ ୩୫ଟି କୋଭିଡ ହସ୍ପିଟାଲ ନିର୍ମାଣ ହେବ। ସେଥିମଧ୍ୟରୁ ୨୦ଟି କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇ ସାରିଥିବା ବେଳେ ଏପ୍ରିଲ ୨୦ ସୁଦ୍ଧା ବାକି ହସ୍ପିଟାଲ କାମ କରିବ। ଏହି ସୂଚନା ଦେଇଛନ୍ତି ରାଜ୍ୟ କେଭିଡ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ।

ଆଜି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗଚୀ କହିଛନ୍ତି କରୋନା ମୁକାବିଲା ନେଇ ରାଜ୍ୟ ସରକାର ଅନେକ ଗୁଡ଼ିକ ପଦକ୍ଷେପ ହାତକୁ ନେଇଛନ୍ତି। ଏପର୍ଯ୍ୟନ୍ତ ରାଉରକେଲା, ଦେବଗଡ଼, ଢେଙ୍କାନାଳ, ବଲାଙ୍ଗୀର, କଳାହାଣ୍ଡି, ରାୟଗଡ଼ା, କେନ୍ଦୁଝର ଜିଲ୍ଲାର ଯୋଡ଼ା, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଭୁବନେଶ୍ୱରରେ ୨ଟି (କିମ୍ସ ଓ ସମ ହସ୍ପିଟାଲ), ପୁରୀ, ବ୍ରହ୍ମପୁର, ଗଜପତି, ଜୟପୁର ଓ ମାଲକାନଗିରିରେ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇପାରିଛି। ଆଗାମୀ ୨୦ ତାରିଖ ସୁଦ୍ଧା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବାରିପଦା, କଟକ ଜିଲ୍ଲାର ବାଙ୍କୀ, ବରଗଡ଼, ସୋନପୁର, ଅନୁଗୁଳ, ପାରାଦୀପ, ନୂଆପଡ଼ା, ନବରଙ୍ଗପୁର, ପୁରୀ, ନୟାଗଡ଼ ଓ ଫୁଲବାଣୀରେ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଯିବ।

Related Posts

About The Author

Add Comment