ସୁନ୍ଦରଗଡ ତା:୨୦/୯/୨୦୨୧( ସନ୍ଧାନ ନିଉଜ/ରାଜୁ ପଟେଲ) ସବଡେଗା ବ୍ଲକ ଅନ୍ତର୍ଗତ ମୁଖ୍ୟ ରାଜ୍ୟ ରାଜପଥ ୨୪ ଡୁମ୍ବେର ବାହାଲ ନିକଟରେ ଏକ ଛେଳି ବୋଝେଇ ପିକଅପ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ।ଏହି ଦୁର୍ଘଟଣାରେ ଜଣେ ଆହତ ହୋଇଥିବା ବେଳେ ପିକଅପର
କେତେକ ଛେଳି ମରି ପଡିଥିବା ଜଣାପଡୁଛି ।ସୂଚନା ଅନୁଯାୟୀ ଆଜି ସକାଳ ସମୟରେ ଏକ ଛେଳି ବୋଝେଇ ପିକଅପ ଭେନ (ୟୁପି୬୪ଟି ୫୧୭୩) ବନଡେଗା ରୁ ସୁନ୍ଦରଗଡ ଅଭିମୁଖେ ଯାଉଥିବା ସମୟରେ ଦୁମ୍ବେରବାହାଲ ନିକଟରେ ସନ୍ତୋଷ କଲସେର ନାମକ ଜଣେ ଦିବ୍ୟାଙ୍ଗ କୁ ବଞ୍ଚିବାକୁ ଯାଇ ଗାଡି ର ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏହି ଦୁର୍ଘଟଣାରେ ସନ୍ତୋଷ କଲସେର ଆହତ ହୋଇଥିବା ବେଳେ ୧୦୮ ଯୋଗେ ତାଙ୍କୁ ସବଡେଗା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଥିଲା । ପିକଅପ ଡ୍ରାଇଭର ସାଜନ ଖାନ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ସ୍ଥାନୀୟ ଗ୍ରାମବାସୀ ଛେଳିଙ୍କୁ ଏକତ୍ରିତ କରି ଥାନାରେ ଅବଗତ କରିଥିବା ଜଣାପଡିଛି ।
ରାଜ୍ୟରାଜପଥ ୨୪ ଡୁମ୍ବେରବାହାଲ ନିକଟରେ ଛେଳି ବୋଝେଇ ପିକଅପ ଭେନ ଦୁର୍ଘଟଣା ।
|
September 21, 2021 |



