ଭୁବନେଶ୍ବର/ସନ୍ଧାନ ନ୍ୟୁଜ: ଭିକେ ପାଣ୍ଡିଆନଙ୍କ ନିର୍ବାଚନ ଆଚରଣ ବିଧି ଖୋଲା ଉଲ୍ଲଂଘନ । ରାଜ୍ୟ ସରକାରଙ୍କ ଇଷ୍ଟାଗ୍ରାମ ଆକାଉଣ୍ଟକୁ ବିଜେଡି ପ୍ରଚାର ପାଇଁ କରୁଛନ୍ତି ପାଣ୍ଡିଆନ । ପାଣ୍ଡିଆନଙ୍କ ଏକ ବୟାନର ଭିଡିଓ ରାଜ୍ୟ ସରକାରଙ୍କ ଇଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରାଯାଇଛି । ଯାହା ନିର୍ବାଚନ ଆଚରଣ ବିଧିର ଖୋଲା ଉଲ୍ଲଂଘନ ବୋଲି ଅଭିଯୋଗ କରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେପି । ଏହାସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦଳ ଦାବି କରିଛି । ରାଜ୍ୟ ବିଜେପି ମୁଖପାତ୍ର ସଜ୍ଜନ ଶର୍ମାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ସିଇଓଙ୍କୁ ଭେଟି ରାଜ୍ୟ ସରକାରଙ୍କ ଇନଷ୍ଟାଗ୍ରାମ ଓ ପୋର୍ଟାଲକୁ ବିଜେଡି ନେତାମାନେ ଅପବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି । ନିର୍ବାଚନ ଆଦର୍ଶ ଆଚରଣ ବିଧି ବଳବତ୍ତର ଥିବା ସତ୍ତ୍ୱେ ବିଜେଡି ନେତାଙ୍କ ଏଭଳି କାର୍ଯ୍ୟକଳାପ ଓଡ଼ିଶାରେ ଅଫିସରଙ୍କ ଶାସନ ଚାଲିଥିବା ପ୍ରମାଣିତ କରୁଛି । ବିଜେଡିର ନେତାମାନେ ସରକାରୀ ପୋର୍ଟାଲ ଓ ସରକାରୀ ଇନଷ୍ଟାଗ୍ରାମରେ ପ୍ରଚାର ପ୍ରସାର କରିବା ନିର୍ବାଚନ ଆଚରଣ ବିରୋଧୀ । ତୁରନ୍ତ ଏହି ପ୍ରଚାରକୁ ବନ୍ଦ କରିବା ସହ ଭିକେ ପାଣ୍ଡିଆନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ଦାବି କରିଛି ।କିଛି ମୁଷ୍ଟିମେୟ ସରକାରୀ ଅଧିକାରୀମାନେ ନିଜ କାର୍ଯ୍ୟ ଛାଡ଼ି ବିଜେଡି ପାଇଁ ପ୍ରଚାର କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକର ଏବିଇଓ ସୁଶାନ୍ତ କୁମାର ବେଉରା ବିଜେଡି ସଭାପତି ସଞ୍ଜୟ କୁମାର ଲେଙ୍କା ଓ ଅନ୍ୟ ବିଜେଡି ନେତାଙ୍କ ସହ ମିଶି ବିଜେଡି ପାଇଁ କାର୍ଯ୍ୟ କରୁଛନ୍ତି । ସେହିପରି ମହାକାଳପଡ଼ା ବିଧାୟକ ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକଙ୍କ ପାଇଁ ଖୁଲମଖୁଲା ନିର୍ବାଚନ ପ୍ରଚାର କରୁଛନ୍ତି ମହାକାଳପଡ଼ା ବ୍ଲକ ଶିଲିପୁରସ୍ଥିତ ମା’ ତାରିଣୀ ମହାବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଗଙ୍ଗାଧର ଦାସ । ଯାହାର ଫଟୋ ଓ ଭିଡିଓ ପ୍ରମାଣ ନିର୍ବାଚନ ଆୟୋଗଙ୍କୁ ଦିଆଯାଇଛି । ଏନେଇ ଉଭୟ ଅଧିକାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେପି ।
ରାଜ୍ୟ ସରକାରଙ୍କ ଇଷ୍ଟାଗ୍ରାମ ଆକାଉଣ୍ଟରୁ ବିଜେଡି ପାଇଁ ପ୍ରଚାର କରୁଛନ୍ତି ପାଣ୍ଡିଆନ: ବିଜେପି
|
May 16, 2024 |
![](https://sandhannews.com/wp-content/uploads/2024/05/BJP_1715791176.jpeg)