ଯାଜପୁର ସଦର, ୧୨ା୦୩: ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ ପଂଚାୟତରାଜ ବିଭାଗରେ କାର୍ଯ୍ୟକରୁଥିବା ପ୍ରତିନିଧି ମାନଙ୍କ ଦରମା ମାସିକ ବଢ଼ାଇବା ସହିତ ଏଠାରେ ସୂଚନା ଯୋଗ୍ୟ ଯେ, ବାରମ୍ବାର ପଂଚାୟତର ପ୍ରତିନିଧି ମାନେ ରାଜ୍ୟ ସରକାରଙ୍କୁ ଦାବି କରି ଆସୁଥିବା ବେଳେ, ଏନେଇ ସରପଂଚ ମହାସଂଘ ପକ୍ଷରୁ ଦାବି ପୂରଣ ଲାଗି ୧୪ ଦଫା ଦାବିକୁ ନେଇ ଆନ୍ଦୋଳନ ଚଳାଇଥିବା ବେଳେ, ମହାସଂଘ ପକ୍ଷରୁ ସରପଂଚ ମାନେ ନବୀନ ନିବାସ ନିକଟରେ ଧାରଣା ଦେବାରୁ ନିର୍ବାଚନ ପୂର୍ବରୁ ସରପଂଚ ମାନଙ୍କ ଦରମା ନବଢ଼ାଇଲେ । ପଂଚାୟତ କାମରେ ଅସହଯୋଗ କରିବୁ ବୋଲି ରାଜ୍ୟ ସରକାରଙ୍କୁ ଚେତାବନୀ ଦେବା ସହିତ ବିଦାୟକ ମାନଙ୍କୁ ଗ୍ରାମ ମାନଙ୍କୁ ପୁରାଇ ଦେବୁ ନାହିଁ ବୋଲି ମହାସଂଘ ପକ୍ଷରୁ ଆନ୍ଦୋଳନ ଚାଲୁ ରହିଥିଲା । ଯାହାକି ଓଡ଼ିଶାର ମାନ୍ୟବର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟାନାୟକ ସରପଂଚ ମାନଙ୍କ ଦାବିକୁ ପୁରଣ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ ସରପଂଚ, ସମିତି ସଭ୍ୟ, ୱାର୍ଡ଼ ମେମ୍ବର, ଜିଲ୍ଲା ପରିଷଦ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଉପାଦକ୍ଷ, ବ୍ଲକ ପଂଚାୟତ ସମିତି ଅଧ୍ୟକ୍ଷ ଦରମା ବଢ଼ାଇବା ସହତି ପଂଚାୟତରେ କାର୍ଯ୍ୟକରୁଥିବା ସରପଂଚ ମାନଙ୍କ ଦରମା ପୂର୍ବରୁ ପାଉଥିବା ୨୩୫୦ ଟଙ୍କାକୁ ୧୦ହଜାର ଟଙ୍କା କରାଯାଇଥିଲା । ସେହିପରି ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ଦରମା ୩୦ହଜାର, ନ୍ୟାବ ସରପଂଚ ମାନଙ୍କୁ ୪ହଜାର ଟଙ୍କା ଦରମା କରାଯାଇଚି । ସେହିପରି ଜିଲ୍ଲା ପରିଷଦର ଉପସଭାପତିଙ୍କ ଦରମା ୨୦ହଜାର ଟଙ୍କା, ପଂଚାୟତ ସମିତି ଅଧ୍ୟକ୍ଷଙ୍କ ଦରମା ୧୫ହଜାର ଟଙ୍କା, ପଂଚାୟତ ସମିତି ଉପାଦକ୍ଷ ୭୫୦୦ଟଙ୍କା କରାଯାଇଚି । କାର୍ଯ୍ୟକରୁଥିବା ପଂଚାୟତର ସରପଂଚ ମୃତ୍ୟୁ ଘଟିଲେ ୨ଲକ୍ଷ ଟଙ୍କା ସହାୟତା ରାଶୀ ରାଜ୍ୟ ସରକାର ଦେବା ସହିତ ବିଭିନ୍ନ ଭତ୍ତା ୩୦୦ ଶହରୁ ୬୦୦ ଟଙ୍କା ବୃଦ୍ଧି କରାଯାଇଥିବା ଜଣାଯାଇଚି । ଏନେଇ ପଂଚାୟତ ରାଜରେ କାର୍ଯ୍ୟକରୁଥିବା କର୍ମିଚାରୀ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହିତ ଆମ ଓଡ଼ିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନକୁ କୃତଜ୍ଞତା ଜଣାଇଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ପଂଚାୟତର କର୍ମଚାରୀଙ୍କ ଦରମା ବଢ଼ାଇଥିବାରୁ ଯାଜପୁର ଜିଲ୍ଲାରେ ସରପଂଚ ବ୍ଲକ ଅଧ୍ୟକ୍ଷ, ବ୍ଲକ ଉପାଦକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଉପାଦକ୍ଷ, ଜିଲ୍ଲା ପରିଷଦ ସଭ୍ୟ ମାନଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଚି ।
ରାଜ୍ୟ ସରକାର ପଂଚାୟତର ପ୍ରତିନିଧି ମାନଙ୍କୁ ଦରମା ବଢ଼ାଇଲେ
|
March 13, 2024 |
