ସୁନ୍ଦରଗଡ ତା:୨୫/୧୨/୨୦୨୫( ସନ୍ଧାନ ନ୍ୟୁଜ) ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାଜପାର ପ୍ରତିଷ୍ଠାତା ‘ଭାରତ ରତ୍ନ’ ଶ୍ରଦ୍ଧେୟ ଅଟଳ ବିହାରୀ ବାଜପେୟୀ ଙ୍କ ୧୦୧ ତମ ଜୟନ୍ତୀ ଅବସରରେ ବାଲିଶଙ୍କରା ବ୍ଲକ ତୁମଳିଆ ଗ୍ରାମ ପଞ୍ଚାୟତ ର ଗୌଡ଼ ପଡା ଠାରେ ଆଡମ୍ବର ସହ ପାଳିତ ହୋଇଯାଇଛି । ଅଟଳ ବିହାରୀ ବାଜପେୟୀ ଜଣେ ରାଜ ନେତା, ବକ୍ତା ଏବଂ ପ୍ରସିଦ୍ଧ ହିନ୍ଦୀ କବି ଥିଲେ l ସେ ୧୯୨୪ମସିହା ଡିସେମ୍ବର ୨୫ଦିନ ମଧ୍ୟପ୍ରଦେଶ ର ଗ୍ୱାଳିଆର ଥରେ ଏକ ବ୍ରାହ୍ମଣ ପରିବାରେ ଜନ୍ମ ଗ୍ରହଣ କରିଥିଲେ l ତାଙ୍କର ପିତା ଙ୍କ ନାମ ଥିଲା କୃଷ୍ଣ ବିହାରୀ ବାଜପେୟୀ ଏବଂ ତାଙ୍କର ମାତା ଙ୍କ କ୍ରିଷ୍ଣା ଦେବି l ସେ ଗ୍ୱାଳିଆର ର ଭିକଟୋରିଆ କଲେଜ ରୁ ସ୍ମାଟକ ଡିଗ୍ରୀ ହାସଲ କରିଥିଲେ l ସେ କାନପୁର DAV କଲେଜ ରୁ ରାଜନୀତି ବିଜ୍ଞାନ M A ପରୀକ୍ଷା ରେ ପ୍ରଥମଶ୍ରେଣୀ ରେ ଉତୀର୍ଣ୍ଣ ହୋଇ ଥିଲେ l ପ୍ରଧାନମନ୍ତ୍ରୀ ଭାବେ ସେ ଭାରତ ବର୍ଷ କୁ ନୂତନ ସୂର୍ଯ୍ୟ ଉଦୟ ରେ ମାର୍ଗଦର୍ଶନ କରି ଆଗକୁ ନେଇଥିଲେ ।ବାର୍ଦ୍ଧକ୍ୟ ରୋଗାକ୍ରାନ୍ତ ହୋଇ ଅଟଳ ବିହାରୀ ବାଜପେୟୀ ଦିଲ୍ଲୀ ର ଏମ୍ସ ଡାକ୍ତରଖାନା ରେ ତା:୧୬-୦୮-୨୦୧୮ରେ ମୃତ୍ୟୁ ବରଣ କରିଥିଲେ l ଅଟଳ ବିହାରୀ ବାଜପେୟୀ କୁ ରାଜନୀତି ର ଭୀଷ୍ମ ପିତାମହ କୁହାଯାଏ କାରଣ ସେ ଭାରତ ର ପ୍ରଧାନମନ୍ତ୍ରୀ ଥିଲା ବେଳେ ଅନେକ ଭଲ କାମ କରି ଯାଇଛନ୍ତି l ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଠୁ ଆରମ୍ଭ କରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ତଥା ଅନ୍ୟାନ୍ୟ ଭଲ କାମ କରିଥିବା ତାଙ୍କର ଜୀବନି ଇତିହାସ ରୁ ଜାଣିବାକୁ ମିଳେ l ଅଟଳଜୀ ଭାରତୀୟ ରାଜନୀତିକୁ ଦେଶହିତ ଏବଂ ଭାରତକୁ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ରରେ ପରିଣତ କରିବା ସହ ସୁଶାସନକୁ ଚରିତାର୍ଥ କରିଛନ୍ତି।ଅଟଳଜୀ ଭାରତୀୟ ରାଜନୀତିରେ ଲୋକସେବା ଏବଂ ସଂଗଠନ ଶକ୍ତିର ଏପରି ସଶକ୍ତ ହସ୍ତାକ୍ଷର, ଯାହାଙ୍କୁ କେବେ ଭାରତୀୟ ଭୁଲି ପାରିବେ ନାହିଁ।
ରାଜନେତା ସହିତ ପଦ୍ମଭୂଷଣରେ ସମ୍ମାନିତ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ଅଟକ ବିହାରୀ ବାଜପେୟୀ ଙ୍କ ୧୦୧ ତମ ଜୟନ୍ତୀ ପାଳିତ
|
December 25, 2025 |



