ରାଜଧାନୀରେ ଶିଶୁ ବିକ୍ରି ମାମଲା; ଗିରଫ ହେଲେ ଶିଶୁର ବାପା ଓ କିଣିବା ବ୍ୟକ୍ତି

Spread the love

ଭୁବନେଶ୍ୱର,୨୮/୦୨/୨୦ (ସନ୍ଧାନ ନିଉଜ) ଗତ କାଲି ଭୁବନେଶ୍ୱର ଭଗତପୁର ଅଞ୍ଚଳରେ କାମ କରିଥିବା ଜଣେ ଗୃହ କର୍ତ୍ତାଙ୍କୁ କାମକରୁଥିବା ଦମ୍ପତି ତାଙ୍କର ୧୯ ଦିନର ଶିଶୁପୁତ୍ରକୁ ୧୦ହଜାର ଟଙ୍କାରେ ବିକ୍ରି କରିଥିବା ଚାଇଲ୍ଡ ଲାଇନ ପାଖରୁ ଖବର ପାଇ ଖଣ୍ଡଗିରି ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରି ଶିଶୁର ବାପା ଓ କିଣିଥିବା ବ୍ୟକ୍ତି ଙ୍କ ସହ ୨ ମହିଳା ଦଲାଲଙ୍କୁ ଗିରଫ ଗିରଫ କରିରିଛିା ପୁଲିସ ୪ ଜଣଙ୍କ ନାଁରେ ଜୁଭେନାଇଲ ଜଷ୍ଟିସ ଆଇନରେ ମାମଲା ରୁଜୁ କରାଯିବା ଆଜି ସୁଚନା ଦେଇଛି ।ସୁଚନାଯୋଗ୍ୟ-ଗତକାଲି ଭୁବନେଶ୍ୱର ଭଗତପୁର ଅଞ୍ଚଳରେ କାମ କରିଥିବା ଜଣେ ଗୃହ କର୍ତ୍ତାଙ୍କୁ କାମକରୁଥିବା ଦମ୍ପତି ତାଙ୍କର ୧୯ ଦିନର ଶିଶୁପୁତ୍ରକୁ ୧୦ହଜାର ଟଙ୍କାରେ ବିକ୍ରି କରିଥିବା ଖଣ୍ଡଗିରି ଥାନାରେ ଅଗିଯୋଗ ହୋଇଥିଲା । ଖଣ୍ଡଗିରି ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇ ସଂପୃକ୍ତ ଦମ୍ପତି ଦିଲୁ ଦାସ ଓ ମିନି ଦାସକୁ ଘଟଣା ସଂପର୍କରେ ପଚାରଉଚରା ଆରମ୍ଭ କରିଥିଲା । ତେବେ କାମ କରୁଥିବା ମାଲିକଙ୍କୁ ପିଲାଟିକୁ ଦେଇ ଦେଇଥିବା କହିଥିଲେ ମିନି । ଏହା ବଦଳରେ ସେ କୌଣସି ଟଙ୍କା ଆଣିନଥିବା ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ । କୋର୍ଟ ପେପର କରି ଦମ୍ପତି ନିଜ ଛୁଆକୁ ସନ୍ତାନ ଥିବା ଜଣେ ଧନୀକ ଶ୍ରେଣୀ ବ୍ୟକ୍ତିକୁ ବିକି ଦେଇଥିବା କହିଥିଲେ । ତଦନ୍ତ ଆରମ୍ଭ ସୁଦ୍ଧା ପିଲାଟିର କୌଣସି ପତ୍ତା ମିଳିନଥିବା ବେଳେ ଛୁଆଟିକୁ ଉଦ୍ଧାର ପାଇଁ ପୋଲିସ ଛାନଭିନ୍ ଜାରି ରଖିଥିଲା । ସଂପୃକ୍ତ ଦମ୍ପତି ବ୍ରହ୍ମପୁର ଅନ୍ତେଇପୁରର ବୋଲି ଜଣାପଡିଛି । ସେମାନେ ପାଖାପାଖି ବର୍ଷେ ହେଲା ଭୁବନେଶ୍ୱରର ଭରତପୁର ଅଞ୍ଚଳରେ ରହି ଆସୁଛନ୍ତି । ଦିଲୁଙ୍କ ଦୁଇଟି ପତ୍ନୀ ରହିଛି । ପ୍ରଥମ ସ୍ତ୍ରୀର ୫ଟି ସନ୍ତାନ ରହିଥିବା ବେଳେ ପଞ୍ଚମ ଛୁଆକୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି ଅନ୍ୟପଟେ କିନ୍ତୁ ପିଲା ବିକ୍ରି ନେଇ କିଛି ଜାଣିନଥିବା କହିଥିଲେ ଦିଲୁ ।

Special Reportor

Related Posts

About The Author

Add Comment