ଯାଜପୁର ସଦର, ୦୯/୦୯(ସନ୍ଧାନ ନିୟୁଜ): ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ରାଉତରାପୁର ଗ୍ରାମରେ ଗଣେଷ ଭସାଣୀକୁ ନେଇ ଦୁଇ ଦଳଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିବାରୁ ୧୦ ଜଣ ଆହତ ହୋଇଥିଲେ । ଏନେଇ ଉଭୟଙ୍କ ପକ୍ଷରୁ ଧର୍ମଶାଳା ଥାନାରେ ଏତଲା ଦିଆଯାଇଥିଲା । ଏତଲାକୁ ଭିତ୍ତି କରି ଧର୍ମଶାଳା ଆଇଆଇସି ରାକେଶ ତ୍ରୀପାଠୀ ତଦନ୍ତ କରିଥିବା ବେଳେ, ଦୁଇ ଦଳ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଥିଲା । ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ, ଥାନା ପକ୍ଷରୁ ତଦନ୍ତକୁ ଭିତ୍ତିକରି ଧର୍ମଶାଳା ଥାନା ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଚି । ସେମାନେ ହେଲେ ମାନସ ନାୟକ(୩୨), ପ୍ରଫୁଲ ମହାଲିକଙ୍କ ପୁଅ ଅନନ୍ଦ ମହାଳିକ(୩୧), ନଟବର ମହାଳିକଙ୍କ ପୁଅ ନିରଂଜନ ମହାଳିକ(୩୦) ଧର୍ମଶାଳା ପୋଲିସ ଗିରଫ କରି ଏହି ୩ଜଣ ଆସାମୀ ମାନଙ୍କୁ କୋର୍ଟ ଚାଲାଣ କରିଚି । ଏଠାରେ ସୂଚନା ଯୋଗ୍ୟ ଯେ, ଗତ ରିବିବାର ଦିନ ଗଣେଷ ପୂଜା କରାଯାଉଥିବା ବେଳେ, ରାଜନୈତିକ ଶତୃତାକୁ ନେଇ ଉଭୟଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା । ଗଣ୍ଡଗୋଳରେ ୧୦ ଜଣ ଆହତ ହୋଇଥିବା ବେଳେ, ୪ଜଣଙ୍କୁ କଟକ ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଚି । ଭସାନୀକୁ ନେଇ ନଦୀରେ ଗଣେଷ ବିସର୍ଜନ ଘଟଣାକୁ ନେଇ ଉଭୟ ଦଳ ମଧ୍ୟରେ ବଚସା ହୋଇଥିଲା । ବଚସା ଉଗ୍ରରୁପ ଧାରଣ କରି ଗଣ୍ଡଗୋଳର ସୁତ୍ରପାତ ଘଟିଥିଲା । ଯାହାକୁ ନେଇ ଧର୍ମଶାଳା ପୋଲିସ ତଦନ୍ତ କରି ଦୋଷୀ ମାନଙ୍କ ବିରୋଧରେ ଦଫା ଲଗାଯାଇ କୋର୍ଟ ଚାଲାଣ କରାଯାଇଚି ।
ରାଉତରାପୁର ଗ୍ରାମରେ ଗଣେଷ ଭସାଣୀକୁ ନେଇ ୩ ଜଣ ଗିରଫ ହେଲେ
|
September 8, 2022 |



