ରସୁଲପୁର ପ୍ରେସ ଫୋରମ ପକ୍ଷରୁ ସାମ୍ବାଦିକଙ୍କ ବିୟୋଗରେ ଶୋକ

Spread the love

ଯାଜପୁର, ୦୭/୦୨/୨୦୧୨ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ପ୍ରେସ ଫୋରମ ପକ୍ଷରୁ ଜଣେ କର୍ତ୍ତବ୍ୟ ନିଷ୍ଠ ସାମ୍ବାଦିକ ଧରିତ୍ରୀ ଖବରକାଗଜ ପ୍ରତିନିଧି ରୋହିତ କୁମାର ବିଶ୍ୱାଳଙ୍କ ଲ୍ୟାଣ୍ଡମାଇନ ବିଷ୍ଫୋରଣରେ ଖବର ସଂଗ୍ରହ କରୁଥିବା ବେଳେ, ଲ୍ୟାଣ୍ଡମାଇନ ବିଷ୍ଫୋରଣ ହେବାରୁ ଯୁବ ସାମ୍ବାଦିକ ରୋହତ ବିଶ୍ୱାଳଙ୍କ ଘଟଣା ସ୍ଥଳରେ ମୃତୁ୍ୟ ଘଟିବାରୁ ରସୁଲପୁର ପ୍ରେସ ଫୋରମ ପକ୍ଷରୁ ସାମ୍ବାଦିକଙ୍କ ବିୟୋଗରେ ପ୍ରେସ ଫୋରମ ସଭାପତି ବିଶ୍ୱରଂଜନ ପତି ଶୋକ ପ୍ରକାଶ କରିବା ସହିତ ସାଧାରଣ ସମ୍ପାଦକ ଜଗମୋହନ ରାଉତ ଶୋକ ପ୍ରକାଶ କରିଥିଲେ । ପ୍ରେସ ଫୋରମର ବରିଷ୍ଠ ସାମ୍ବାଦିକ ଧରିତ୍ରୀ ସାମ୍ବାଦିକ ରଞ୍ଜିତ ରାଉତ ଶୋକ ପ୍ରକାଶ କରିବା ସହିତ ଶ୍ରୀ ବିଶ୍ୱାଳଙ୍କ ପରିବାରକୁ ଭଗବାନ ଶକ୍ତି ଦିଅନ୍ତୁ ବୋଲି ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ପ୍ରେସ ଫୋରମ ସହ ସମ୍ପାଦକ ଯାଜପୁର ଜିଲ୍ଲା ପ୍ରତିନିଧି ଗୋପିନାଥ ଦାଶ ଶୋକ ପ୍ରକାଶ କରିବା ସହିତ ଜଣେ କର୍ତ୍ତବ୍ୟ ନିଷ୍ଠ ସାମ୍ବାଦିକଙ୍କୁ ଯେପରି ଭାବରେ ମାଓବାଦୀ ମାନେ ବିଷ୍ଫୋରଣ କରି ଯେପରି ଭାବରେ ହତ୍ୟା କରାଗଲା ଏହା ଗଣମାଧ୍ୟମ ପ୍ରତିନିଧି ମାନଙ୍କ ମହଲରେ ଆତଙ୍କ ଖେଳାଇ ଦେଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ମଦନପୁର, ରାମପୁର ଅଞ୍ଚଳରେ କାର୍ଯ୍ୟରତ ଧରିତ୍ରୀ ଖବର କାଗଜ କାର୍ଯ୍ୟରତ ମୋହରଗିରିର ରୋହିତ ବିଶ୍ୱାଳଙ୍କ ବିୟୋଗରେ ଶ୍ରୀ ଦାଶ ଦୁଃଖ ପ୍ରକାଶ କରିବା ସହିତ ତାଙ୍କ ଆତ୍ମାର ସଦ୍ଗତୀ ହେଉବୋଲି ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ବିଶ୍ୱାଳଙ୍କ ମୃତୁ୍ୟରେ ଦୁଃଖ ପ୍ରକାଶ କରିବା ସହିତ ଅନୁକମ୍ପା ରାଶୀ ୧୩ଲକ୍ଷ ଟଙ୍କା ମୃତକଙ୍କ ପରିବାରକୁ ଦେଇଥିବାରୁ ପ୍ରେସ ଫୋରମ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେହିପରି ସାମ୍ବାଦିକ ଉପଦେଷ୍ଟା ମଣ୍ଡଳୀର ପରାମର୍ଶଦାତା ମାନସ ମଙ୍ଗରାଜଙ୍କୁ କୃତଜ୍ଞତା ଜଣାଇଛନ୍ତି । ଯାଜପୁର ଜିଲ୍ଲାର ସାମ୍ବାଦିକ ୟୁନିୟନର ସଭାପତି, ସାଧାରଣ ସମ୍ପାଦକ ଦେବପ୍ରଶାଦ ସାହୁ ଦୁଃଖ ପ୍ରକାଶ କରିବା ସହିତ କଠୋର କାର୍ଯ୍ୟାନୁଷ୍ଠାନ କରାଯିବା ଲାଗି ସାମ୍ବାଦିକ ସଂଘ ଦାବି କରିଚି । ଶ୍ରୀ ବିଶ୍ୱାଳଙ୍କ ମୃତୁ୍ୟରେ ଜେୟୁଜେର ରାଜ୍ୟ ସଭାପତି ପ୍ରଶନ୍ନ କୁମାର ମହାନ୍ତି ଉପସଭାପତି କିଶାନ ରାଉତ ଦୁଃଖ ପ୍ରକାଶ କରିଛନ୍ତି । ଜେୟୁଜେର ରାଜ୍ୟ ସମ୍ପାଦକ ସରଜିତ ମହାନ୍ତି ଦୁଃଖ ପ୍ରକାଶ କରିବା ସହିତ ତାଙ୍କ ପରିବାରକୁ ଭଗବାନ ଶକ୍ତି ଦିଅନ୍ତୁ ବୋଲି ତାଙ୍କ ଆତ୍ମାର ସଗ୍ଦତି କାମନା କରିଥିଲେ । ପ୍ରେସ ଫୋରମର ସମସ୍ତ ଗଣମାଧ୍ୟମ ପ୍ରତିନିଧି ବିଶ୍ୱାଳଙ୍କ ମୃତୁ୍ୟରେ ଦୁଃଖ ପ୍ରକାଶ କରିଛନ୍ତି ।

Related Posts

About The Author

Add Comment