ରସୁଲପୁର ପ୍ରାଥମିକ ସମବାୟ ସମିତିର ସାଧାରଣ ସଭା ଅନୁଷ୍ଟିତ

Spread the love

ଯାଜପୁର ସଦର, ୩୦ା୦୩: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ରସୁଲପୁର ପ୍ରାଥମିକ ସମବାୟ ସମିତିର ବାର୍ଷିକ ସାଧାରଣ ସଭା ଅନୁଷ୍ଟିତ କରାଯାଇଥିଲା । ଏହି ଅବସରରେ ତମ ବାର୍ଷିକ ସାଧାରଣ ସଭା ପଂଚାୟତ ସ୍ତରୀୟ ବ୍ୟାଙ୍କ ସେବା ଋଣମେଳା ଅନୁଷ୍ଟିତ ହୋଇଥିଲା । ସମିତରି ସଭାପତି ପୂର୍ଣ୍ଣଚନ୍ଦ୍ର ରାଉତ ସଭାପତିତ୍ୱ କରିଥିବା ବେଳେ, ମୁଖ୍ୟଅତିଥି ରସୁଲପୁର ବ୍ଲକ ଅଧ୍ୟକ୍ଷ ଅରୁଣ କୁମାର ରାଉତ ଯୋଗଦେଇଥିଲେ । ସମବାୟ ବ୍ୟାଙ୍କ ରସୁଲପୁର ଶାଖା ପରିଚାଳକ କେଦାରନାଥ ଦାଶ, ରସୁଲପୁର ସରପଂଚ ସୁରେନ୍ଦ୍ର ତିହାଡ଼ି ଯୋଗଦାନ କରି ସମିତିର ଚାଷି ମାନଙ୍କୁ ୧ଲକ୍ଷ ଟଙ୍କ ଏବଂ ଏସଜି ଗ୍ରୁପ ମହିଳା ମାନଙ୍କୁ ୫ଲକ୍ଷ ଟଙ୍କ ଋଣ ଦେବାପାଇଁ ବିନା ସୁଧରେ ଦେବା ଲାଗି ଠିକ ସମୟରେ ଋଣ ପରିଶୋଧ କରିବା ଏହି ସମିତି ଜରିଆରେ ଦେବା ପାଇଁ ଲକ୍ଷ୍ୟ ରଖାଯାଇଚି । ସମିତିର ପରିଚାଳନା ପରିଷଦ ଅଭୟ ଦାସ, ନିରଂଜନ ନାୟକ, ନରେନ୍ଦ୍ର ପତି, ଅକ୍ଷୟ ମଲିକ, ନିଳମଣୀ ପରିଡ଼ା, ପ୍ରମିଳା ମଲିକ, ପ୍ରଭାତୀ ସାହୁ, ଯୋଗେନ୍ଦ୍ର ସା ଆଲୋଚାନରେ ଅଂଶ ଗ୍ରହଣ କରିଥିଲେ । ସମିତିର ମୁଖ୍ୟ ନିରଂଜନ ବାରିକ ବାର୍ଷି ବିବରଣୀ ପାଠ କରିଥିଲେ । ସଭ୍ୟ ରଂଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସାହାଯ୍ୟ ସହଯୋଗ କରିଥିଲେ ।

Related Posts

About The Author

Add Comment