ରକ୍ତତୀର୍ଥ କଳାମାଟିଆ ଠାରେ ୮୪ ତମ ବରୀ ସହିଦ ଦିବସ ସମାରୋହ ପାଳିତ 

Spread the love

ବରୀ,   :  ୩୧/୮/୨୬ (ସନ୍ଧାନ ନ୍ୟୁଜ)  ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅର୍ନ୍ତଗତ ସହିଦ ପିଠ କଳାମାଟିଆଠାରେ ସହିଦ ସ୍ମାରକୀ ଚାରିଟେବୁଲ ଟ୍ରଷ୍ଟ ଓ ସଂସ୍କୃତି ବିଭାଗ ଓଡିଶା ସରକାର ଙ୍କ ପକ୍ଷରୁ ବୀରମାଟି ବରୀର ସହିଦ ସାଉଣ୍ଟି ମଳିକ, ସାନନ୍ଦ ସ୍ୱାଇଁ, ହାଡିବନ୍ଧୁ ପଣ୍ଡା ଓ ମୟାଧର ଭୂୟାଁଙ୍କ ବଳୀଦାନ ସ୍ମୃତି ଦିବସ ଉଦ୍ଦେଶ୍ୟରେ ଏକ ୮୪ତମ ସ୍ମୃତିଚାରଣ ସଭା ପ୍ରାଧ୍ୟାପକ ଦେବ ପ୍ରସାଦ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ବରୀ ବିଧାୟକ ବିଶ୍ଵ ରଞ୍ଜନ ମଲ୍ଲିକ ମୂଖ୍ୟ ଅତିଥି, ମୁଖ୍ୟ ବକ୍ତା ମିହିର ପ୍ରତାପ ଦାସ, ସମ୍ମାନିତ ଅତିଥି ଭାବେ ଶରତ ଚନ୍ଦ୍ର ରାୟ, ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ କୁମାର ସାମଲ, ଦିଲ୍ଲିପ କୁମାର ମହାନ୍ତି, ଅଶୋକ କୁମାର ସାମଲ ଯୋଗ ଦେଇଥିଲେ। ବରୀକୁ ବାଦ ଦେଇ ଓଡ଼ିଶା ସଂଗ୍ରାମର ଇତିହାସ ଅଧୁରା ରହିଯିବ ଏହି ମାଟିର ସଂଗ୍ରାମୀ ସହିଦଙ୍କ ବଳିଦାନ ସମଗ୍ର ଦେଶ ପାଇଁ ଗୌରବର କଥା। ଏ ମାଟିରେ ଜନ୍ମ ନେଇଥିବା ପ୍ରତ୍ୟେକ ଶିଶୁ ଭାଗ୍ୟବାନ ବୋଲି ଅତିଥିମାନେ କହିଥିଲେ। ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନ ସମୟରେ ଅଭିବକ୍ତ କଟକ ଜିଲ୍ଲା ସହିତ ଅନେକ ସ୍ମୃତି ଜଡିତ ହୋଇ ରହିଛି । କେନ୍ଦ୍ରାପଡାରୁ ଯାଜପୁର ଅଞ୍ଚଳକୁ ଗାନ୍ଧିଜୀ କଳାମାଟିଆ ଦେଇ ଗସ୍ତ କରିଥିଲେ। ତାହା ଫଳରେ ବହୁ ଦେଶପ୍ରେମୀ ସଂଗ୍ରାମୀଙ୍କ ଜନ୍ମ ବରୀ ମାଟିରେ ହୋଇଥିଲା ଆମେ ସେହି ସଂଗ୍ରାମୀ ମାନଙ୍କ ସ୍ମୃତିକୁ ମନେ ପକାଇବା ସହ ବଳିଦାନ ଦିବସକୁ ପାଳନ କରିବା ଗୌରବର କଥା ଓ ବରୀ ମାଟିରେ ଜନ୍ମ ନେବା ଗର୍ବର କଥା । ଗହ୍ମା ପୁନେଇଁରେ ଇଂରେଜ ମାନଙ୍କୁ ବିରୋଧ କରି ସହିଦ ହୋଇଥିବା ୪ଜଣ ସଂଗ୍ରାମୀଙ୍କ ସ୍ମୃତି ବଜାୟ ରଖିବା ପାଇଁ ବିଧାୟକ ଶ୍ରୀ ମଲ୍ଲିକ୍ ଆହ୍ଵାନ ଦେଇଥିଲେ। ବରୀ ମାଟି ସାହିତ୍ୟ, ସଂସ୍କୃତି ଓ ବଳିଦାନର ମାଟି ଏ ମାଟିର ବିକାଶ ପାଇଁ ସମସ୍ତଙ୍କର ସହଯୋଗ ଏବଂ ଉପଦେଶର ଆବଶ୍ୟକତା ରହିଛି ବୋଲି ଅତିଥି ମାନେ କହିଥିଲେ । ଏହି ଅବସରରେ ବିଭିନ୍ନକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜନ୍ମେଜୟ ସାହୁ, ରଞ୍ଜିତ କୁମାର ଜେନା, ଅଞ୍ଜନା ଧଳ, ସୁଭ୍ରକାନ୍ତ ମଲିକ, ବିଦୁସ୍ମିତା ସ୍ୱାଇଁଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଟ୍ରଷ୍ଟର ସଭାପତି ଶୁକଦେବ ପରିଡ଼ା ସଭା ପରିଚାଳନା କରିଥିଲେ ା

Related Posts

About The Author

Add Comment