ଯୋଡ଼ା,୫/୧:କେନ୍ଦୁଝର ଜିଲ୍ଲା ଯୋଡ଼ା ସହର ରେ ବିଶ୍ଵକପ ହକି ପ୍ରସାର ନିମିତ୍ତ ସାଇକେଲଚାଳକ ଟିମ୍ ଗୁରୁ ବାର ପୂର୍ବାହ୍ନରେ ପହଞ୍ଚିଥିଲା ।ଯୋଡ଼ା ପୌରାଞ୍ଚଳ ର କଳାପାହାଡ଼ ଛକ ଠାରେ ୧୧.୩୦ମିନିଟ ରେ ପହଞ୍ଚି ବା ପରେ ଯୋଡ଼ା ର ବିଶିଷ୍ଠ ବ୍ୟକ୍ତି ଏହାକୁ ସ୍ବାଗତ କରିଥିଲେ ।ପରେ ବନେଇକଳ। ସ୍କୁଲ କୁ ଯିବ। ପରେ ସେଠାରେ ଛାତ୍ରୀଛାତ୍ର ମାନେ ସ୍ବାଗତ କରିଥିଲେ ।ଏହାସହିତ ଯୋଡ଼ା ମହିଳା ମହାବିଦ୍ୟାଳୟ ରେ ମଧ୍ୟ ଛାତ୍ରୀ ମାନେ ଫୁଲତୋଡ଼ା ଦେଇ ସ୍ବାଗତ କରିଥିଲେ । ମହାବିଦ୍ୟାଳୟର ସଭା ଗୃହ ଠାରେ ଆୟୋଜିତ ଏକ ସଭାରେ ଛାତ୍ରୀ ମାନଙ୍କୁ ଟିମ୍ ର ସଦସ୍ୟମାନେ ହକି ଖେଳ ସମ୍ପର୍କରେ ପ୍ରେରଣା ଦେବା ସହ ହକି ଖେଳ ବିଷୟରେ ବିଭିନ୍ନ ପ୍ରଶ୍ନ ଛାତ୍ରୀ ମାନଙ୍କୁ ପଚାରିଥିଲେ । ମହାବିଦ୍ୟାଳୟର ଛାତ୍ରୀ ପଲ୍ଲବୀ ରାଣୀ ଦାସ ୩ଟି ପ୍ରଶ୍ନ ର ଉତ୍ତର ଦେଇ ବିଜେତା ଘୋଷିତ ହୋଇଥିଲେ ।ଶେଷରେ ଏହି ଟିମ୍ ଯୋଡ଼ା ସହର ପରିକ୍ରମା କରିଥିଲେ ।ଏହି ଟିମ୍ ଗତ ୩ତାରିଖରୁ ବାହାରି ଯାଜପୁର,ଦ୍ଵିତୀୟ ଦିନରେ କେନ୍ଦୁଝର ,ଯୋଡ଼ା ଦେଇ ରାଉର୍ କେଲ। ଯିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି ।ଏହି ଟିମ୍ ବିଭିନ୍ନ ସ୍କୁଲ,କଲେଜ ରେ ପହଞ୍ଚି ଛାତ୍ରୀ ଛାତ୍ର ମାନଙ୍କୁ ହକି ଖେଳ ବିଷୟରେ ଆଗ୍ରହ ,ଉତ୍ସାହିତ କରି ହକି ଖେଳ କୁ ଲୋକ ପ୍ରିୟ କରିବା ଉଦ୍ଦେଶ୍ୟ ରେ ଏହା କରାଯାଉଥିବା ଜଣାପଡିଛି ।
ଯୋଡା ସହରର ପହଞ୍ଚିଲା ବିଶ୍ଵକପ ହକି ପ୍ରସାର ନିମିତ୍ତ ସାଇକେଲ ଚାଳକ ଟିମ୍, ଛାତ୍ରୀଛାତ୍ର ଙ୍କ ସମେତ ବୁଦ୍ଧିଜୀବୀ କଲେ ସ୍ବାଗତ
|
January 5, 2023 |



