ଯୋଗାଣ ବିଭାଗ ଖୁଚୁରା ବିକ୍ରେତା ନିଲମ୍ୱିତ

Spread the love

ଯାଜପୁର, ୨୯/୦୭/୨୦୨୦ (ସନ୍ଧାନ ନିଉଜ) : ଧର୍ମଶାଳା ବ୍ଳ୍କ ଅଣ୍ଟିଆ ଗ୍ରାମ ପଞ୍ଚାୟତର ଅଣ୍ଟିଆ ଗ୍ରାମର ଯୋଗାଣ ବିଭାଗର ଖୁଚୁରା ବିକ୍ରେତା ଚକ୍ରଧର ବଳଙ୍କୁ ଉପଜିଲ୍ଳ୍ାପାଳ ତଥା ସନନ୍ଦ ପ୍ରାଧିକାରୀ ନାରାୟଣ ଚନ୍ଦ୍ର ଧଳ ନିଲମ୍ୱନ କରିଚ୍ଥନ୍ତି । ସାଧାରଣ ବଣ୍ଟନ ବ୍ୟବସ୍ଥା (ନିୟନ୍ତ୍ରଣ) ନିଦେ୍ର୍ଦଶ, ୨୦୧୬ର ଧାରା ୧୦କୁ ଉଲଙ୍ଘନ କରିଥିବାରୁ ଶ୍ରୀ ବେହେରାଙ୍କ ବିରୁଦ୍ଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଚ୍ଥି । ଅଣ୍ଟିଆ ଗ୍ରାମରେ ଖୁଚୁରା ସାମଗ୍ରୀ ପ୍ରଦାନରେ ଅନିୟମିତତା ହେବା ସଂପର୍କରେ ଅଭିଯୋଗ ମିଳିବା ପରେ ଜିଲ୍ଳ୍ା ଯୋଗାଣ ବିଭାଗର ଏକ ତ୍ୱରିତ ବାହିନୀ ଏହାର ତଦନ୍ତ କରି ସତ୍ୟତା ଅନୁଭବ କରି ରିପୋର୍ଟ କରିଥିଲେ । ଏହି ଅନିୟମିତତା ମଧ୍ୟରେ ଖାଉଟିଙ୍କୁ କମ୍ ଓଜନ ଦ୍ରବ୍ୟ ପ୍ରଦାନ, ଦୁର୍ବ୍ୟବହାର ପ୍ରଦର୍ଶନ ଇତ୍ୟାଦି ଅନ୍ତର୍ଭୁକ୍ତ । ଏହି ଅନିୟମିତତା ସଂପର୍କରେ ସନ୍ତୋଷଜନକ କୈପିଂୟତ ପତ୍ର ପ୍ରାପ୍ତିର ୭ ଦିନ ମଧ୍ୟରେ ପ୍ରଦାନ ପାଇଁ ଶ୍ରୀ ବଳଙ୍କୁ ନିଦେ୍ର୍ଦଶ ଦିଆଯାଇଚ୍ଥି । ଅନ୍ୟଥା ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଳ୍ାପାଳ ଶ୍ରୀ ବଳଙ୍କୁ ସତର୍କ କରାଇ ଦେଇଚ୍ଥନ୍ତି ।

Related Posts

About The Author

Add Comment