ଇଷ୍ଟାଗ୍ରାମ୍‌ ସାଇଟ୍‌ ହ୍ୟାକ୍‌ କରି ୩୦ ହଜାର ଡଲାର ଜିତିଲେ ଚେନ୍ନାଇ ଗବେଷକ

Spread the love
  •  
  •  
  •  
  •  
  •  

ଚେନ୍ନାଇ, ୧୮/୭ (ସନ୍ଧାନ ନିଉଜ) : ଫେସ୍‌ବୁକ୍‌ ସ୍ୱାମୀତ୍ୱରେ ପରିଚାଳିତ ଇଷ୍ଟାଗ୍ରାମ୍‌ ସାଇଟ୍‌କୁ ହ୍ୟାକ୍‌ କରି ଚେନ୍ନାଇର ଗବେଷକ ଲକ୍ଷ୍ମଣ ମୁଥିହା ୩୦ ହଜାର ଆମେରିକୀୟ ଡଲାର ଜିତିଛନ୍ତି। ମୁଥିହା କହିଛନ୍ତି, କର୍ତ୍ତୃପକ୍ଷ କୌଣସି ଇଷ୍ଟାଗ୍ରାମ ଆକାଉଣ୍ଟକୁ ହ୍ୟାକ୍‌ କରିବାକୁ ଅନୁମତି ଦେଇଥିଲେ। ଗବେଷଣାରୁ ସେ ଜାଣି ପାରିଛନ୍ତି ଯେ, କୌଣସି ଇଷ୍ଟାଗ୍ରାମ ଆକାଉଣ୍ଟର ପାସ୍‌ଓ୍ଵାର୍ଡକୁ ପୁଣିଥରେ ପରିବର୍ତ୍ତନ, ରିକୋଭରି କୋର୍ଡ ପାଇଁ ଅନୁରୋଧ କରିବା ଅଥବା ଆକାଉଣ୍ଟ ବିପକ୍ଷରେ ପୁଣି ଥରେ କୋଡ ରିକଭରି କରିହେବ।

ଇଷ୍ଟାଗ୍ରାମ ସାଇଟ୍‌ ହ୍ୟାକ୍‌ କରିବା ନେଇ ଫେସ୍‌ବୁକ୍‌ ଟିମ୍‌କୁ ମୁଁ ଏକ ରିପୋର୍ଟ ଦେଇଥିଲି। ମାତ୍ର ସେମାନେ ଜବାବରେ କହିଥିଲେ, ଇଷ୍ଟାଗ୍ରାମରେ ପୁଣି ଥରେ ପାସ୍‌ଓ୍ଵାର୍ଡ ରିକଭର କରିବା ସହଜ ନୁହେଁ। କିଛି ଇ-ମେଲ୍‌ ଏବଂ ଭିଡିଓ ପ୍ରମାଣତି କରିବା ପରେ ଏହା ସମ୍ଭବ ବୋଲି ମୁଁ ଭାବିଥିଲି। ମୁଥିହା ଏକ ବ୍ଲଗ ପୋଷ୍ଟରେ ଚଳିତ ସପ୍ତାହରେ ଉଲ୍ଲେଖ କରିଛନ୍ତି। ମୋ କାମରେ ଖୁସି ହୋଇ ଫେସ୍‌ବୁକ୍‌ ଏବଂ ଇଷ୍ଟାଗ୍ରାମ ସୁରକ୍ଷା ଟିମ୍‌ ମୋତେ ୩୦ ହଜାର ଡଲାର ପୁରସ୍କାର ଦେଇଛନ୍ତି।

Related Posts

About The Author

Add Comment