ଯୁବତୀଙ୍କୁ ପ୍ରେମ ଓ ପ୍ରତାରଣା : ବରକୁ ଉଠାଇ ନେଲା ପୋଲିସ

Spread the love
କନ୍ଧମାଳ, ୨୩/୦୭/୨୪:(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): ବାହାଘର ସରିଥିଲା। ବର ଘରକୁ କନିଆ ଆସି ସାରିଥିଲା। ବିଧି ମୁତାବକ ଘରେ ସବୁ କାର୍ଯ୍ୟ ଚାଲିବା ସହ ଭୋଜିର ଆୟୋଜନ ହୋଇଥିଲା। ଗ୍ରାମବାସୀ, ବନ୍ଧୁ ବାନ୍ଧବ ଏବଂ ଝିଅ ଘର ଲୋକେ ଭୋଜିରେ ମଧ୍ୟ ସାମିଲ ହୋଇଥିଲେ। ଖାଇପିଇ ସାରିବା ପରେ ଖୁସିର ମାହୋଲରେ ହଠାତ୍‌ ବରକୁ ଉଠାଇ ନେଇଗଲା ପୋଲିସ। ଜଣେ ଝିଅକୁ ପ୍ରେମ କରି ପ୍ରତାରଣା କରିବା ଅଭିଯୋଗରେ ସୋମବାର ବରକୁ କୋର୍ଟ ଚାଲାଣ କରାଯାଇଛି। ଏହା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକ ବାରିକୁମ୍ପା ଅଞ୍ଚଳରେ।ପ୍ରକାଶ ଯେ, ବାରିକୁମ୍ପା ଗ୍ରାମର ସୌରଭ ପ୍ରଧାନଙ୍କ ସହ ଫିରିଙ୍ଗିଆ ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ୨୦୧୧ରୁ ଦେଖା ସାକ୍ଷାତ ହୋଇଥିଲା। ଏହାପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଉଭୟ ବିବାହର ନିଷ୍ପତ୍ତି ନେଇ କଟକର ଏକ ମନ୍ଦିରରେ ଲୁଚି ବିବାହ କରିଥିଲେ। ପରବର୍ତ୍ତୀ ସମୟରେ ଦୁହିଁଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବିଚ୍ଛେଦ ହୋଇଥିଲା। ଗତ ୧୪ ତାରିଖରେ ସୌରଭ ଗଞ୍ଜାମ ଅଞ୍ଚଳର ଜଣେ ଝିଅକୁ ରୀତିନୀତି ଅନୁସାରେ ବିବାହ କରିଥିଲେ। ନିଜ ବାସଭବନରେ ରବିବାର ରାତିରେ ଭୋଜନର ଆୟୋଜନ କରିଥିଲେ। ଏହି ସମୟରେ ପୋଲିସ ପହଞ୍ଚି ତାଙ୍କୁ ଗିରଫ କରିଥିଲା। ପୂର୍ବରୁ ପ୍ରେମ କରୁଥିବା ଯୁବତୀ ଜଣକ ଏ ନେଇ ଖଜୁରିପଡ଼ା ଥାନାରେ ଏତଲା ଦେଇଥିଲେ। ଏ ନେଇ ନଂ.୧୧୩/୨୪ରେ ମାମଲା ରୁଜୁ ହୋଇଛି। ସୌରଭଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ଚାପଧାରୀ ପ୍ରଧାନ ସୂଚନା ଦେଇଛନ୍ତି ।

Related Posts

About The Author

Add Comment