ନୂଆଦିଲ୍ଲୀ, ୩/୨/୨୦ (ସନ୍ଧାନ ନିଉଜ) : ବିବାହ ପ୍ରସ୍ତାବକୁ ଗ୍ରହଣ ନକରିବାରୁ ଜଣେ ଅଧ୍ୟାପିକା ଆକ୍ରମଣର ଶିକାର ହୋଇଛନ୍ତି। ତାଙ୍କ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଛି ଏକତରଫା ଭଲ ପାଉଥିବା ଯୁବକ। ମହାରାଷ୍ଟ୍ର ବର୍ଧା ଜିଲ୍ଲାରେ ଏହି ଘଟଣା ଘଟିଛି।
ଖବର ଅନୁଯାୟୀ ୨୪ବର୍ଷୀୟା ଅଧ୍ୟାପିକାଙ୍କ ସହିତ କଥା ହେବାପରେ ତାଙ୍କୁ ଯୁବକ ଜଣଙ୍କ ଭଲପାଇ ବସିଥିଲେ। ବିବାହିତ ହୋଇ ମଧ୍ୟ ପୁଣି ଥରେ ତାଙ୍କୁ ବିବାହ କରିବା ପାଇଁ ଜିଦ୍ ଧରି ବସିଥିଲେ। ଆଉ କଲେଜ ଯିବା ଆସିବା ବାଟରେ କରୁଥିଲେ ହଇରାଣ କରୁଥିଲେ। ଏହାରି ଭିତରେ ଅଧ୍ୟାପିକାଙ୍କ ବିବାହ ଅନ୍ୟ ସ୍ଥାନରେ ଠିକ୍ ହେବା ଜାଣି ଅଭିଯୁକ୍ତ ରାଗିଯିବା ସହ ପୀଡ଼ିତା କଲେଜରୁ ଫେରୁଥିବା ବେଳେ ତାଙ୍କ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି।