ଯୁବତୀ ଅପହରଣ ଘଟଣାକୁ ନେଇ ଗ୍ରାମବାସୀ ଥାନା ଘେରାଉ କଲେ

Spread the love

ଯାଜପୁର ସଦର, ୦୧ା୦୩: ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ନିକଟସ୍ଥ ସାସନ୍ଦା ଗ୍ରାମର ଜଣେ ଯୁବତୀକୁ ଅପହରଣ କରାଯାଇଥିବା ଘଟଣାକୁ ନେଇ ବିଞ୍ଜାରପୁର ଥାନା ପୋଲିସ ଏହି ଘଟଣାକୁ ହାଲୁକା ଭାବରେ ନେଇଥିବା ବେଳେ, ପୋଲିସ କାର୍ଯ୍ୟାନୁଷ୍ଠାନ ନନେବାରୁ ଗ୍ରାମବାସୀ ଏବଂ ଯୁବତୀଙ୍କ ସମ୍ପର୍କୀୟ ମାନେ ବିଞ୍ଝାରପୁର ଥାନାକୁ ଘେରିବା ସହିତ ଚାପା ଉତ୍ତେଜନା ଦେଖାଦେଇଥିଲା । ଯାହା ଫଳରେ ଏହି ଘଟଣାକୁ ନେଇ ଥାନା ପରିଶରରେ ଉତ୍ତେଜନା ଦେଖାଯିବା ସହିତ ଏନେଇ ଏସଡିପିଓ ସତ୍ୟବ୍ରତ ଲେଙ୍କା ଘଟଣା ସ୍ଥଳରେ ପହଁଞ୍ଚ ଉତ୍ତେକ୍ତ ଲୋକ ମାନଙ୍କୁ ବୁଝାସୁଝା କରିବା ସହିତ ଶ୍ରୀଘ୍ର ଯୁବତୀକୁ ଉଦ୍ଧାର କରାଯିବ ବୋଲି ଏସଡିପିଓ ଶ୍ରୀ ଲେଙ୍କା ପ୍ରତିଶୃତି ଦେବାପରେ ପରିସ୍ଥିତି ଶାନ୍ତ ରହିଥିଲା । ଏଠାରେ ସୂଚନା ଯୋଗ୍ୟ ଯେ, ଏହି ଗ୍ରାମର ଜଣେ ୨୫ବର୍ଷିୟ ଯୁବତୀ ଅଗ୍ନୀ ଉତ୍ସବ ପାଉଁଶ ତୋଳିବାକୁ ଯାଇଥିବା ବେଳେ, ସେଟାରେ ପୂର୍ବରୁ ପ୍ରସ୍ଥୁତ ହୋଇ ରହିଥିବା ଟିଣା ଗ୍ରାମର ରାକେଶ ନାୟକ ତାଙ୍କ ସହଯୋଗୀଙ୍କ ସହ ମିଶି ଏହି ଯୁବତୀକୁ ଅପହରଣ କରାଯାଇଥିଲା । ଏନେଇ ଯୁବତୀଙ୍କ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ, ବିଞ୍ଝାରପୁର ପୋଲିସ ୧୪୦/୨୪ ରେ ଏକ ମାମଲା ରୁଜୁ କରିଥିବା ବେଳେ, ଏହା ମଧ୍ୟରେ ୮ ଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତ ମାନଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ନକରିବାରୁ ଆମେ ଏନେଇ ଥାନା ଘେରାଉ କରିଥିଲୁ ବୋଲି ପରିବାର ଲୋକମାନେ ଅଭିଯୋଗ କରିଥିଲେ । ସୁରକ୍ଷା ଦୃଷ୍ଠିକୁ ଆଖିଆଗରେ ରଖି ମଙ୍ଗଳପୁର ଥାନା ଦଶରଥପୁର ଥାନା ଅଳକୁଣ୍ଡ ଥାନାର ଆଇଆଇ ମାନେ ଘଟଣା ସ୍ଥଳରେ ରହି ଫୋର୍ସ ମୁତୟନ କରାଯାଇଥିଲା । ରିପୋର୍ଟ ଲେଖାହେବା ବେଳକୁ ଯୁବତୀ ଉଦ୍ଧାର ହୋଇନଥିବା ଜଣାଯାଇଚି ।

Related Posts

About The Author

Add Comment