ଭଦ୍ରକ, ୧୬/୦୭/୨୦ (ସନ୍ଧାନ ନିଉଜ) : ଆଜି ପ୍ରାୟ ଦିନ ୧୦ ଘଟିକା ସମୟରେ ଭଦ୍ରକ ସହରାଞ୍ଚଳ ଥାନା ଅଧୀନସ୍ଥ ଚାରିଘରିଆ ଗ୍ରାମର ବିଶିଷ୍ଟ ଯୁବ ସମାଜସେବୀ ଓ ସଂସ୍କୃତିପ୍ରେମୀ କାର୍ତ୍ତିକ ଚନ୍ଦ୍ର ବେହେରା ଓରଫ ଦୁଃଖ ନାମକ ବ୍ୟକ୍ତି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ କାର୍ତ୍ତିକ ସକାଳେ ବଜାରରୁ ଜଳଖିଆ ଖାଇ ନିଜ ସଂପର୍କୀୟ ଭଉଣୀ ଘରକୁ ଯାଇଥିଲେ । ସେଠାରେ ସେ ଫ୍ୟାନ୍ରେ ରଶି ଲଗାଇ ଆତ୍ମହତ୍ୟା କରିଥିବାର ଜଣାପଡିଛି । ଏହି ଖବର ପାଇ ସହରାଞ୍ଚଳ ଥାନା ପୁଲିସ୍ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ଏହି ଘଟଣାରେ ସହରାଞ୍ଚଳ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ବ୍ୟବଚ୍ଛେଦ ପରେ ତାର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏଠାରେ ସୂଚନାଯୋଗ୍ୟ ସେ ଏକାଧାରାରେ ଜଣେ ସଂସ୍କୃତ ପ୍ରେମୀ, କଳାକାର, ସମାଜସେବୀ ଓ ରାଜନୈତିକ କର୍ମୀ ଭାବେ ସହରରେ ବେଶ୍ ପରିଚିତ ଥିଲେ । ତାଙ୍କର ଏଭଳି ମୃତ୍ୟୁ ଖବର ପାଇ ବହୁ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ତାଙ୍କ ଶବାଧାରାରେ ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ ଅମର ଆତ୍ମାର ସଦ୍ଗତି କାମନା କରିଥିବାବେଳେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।
ଯୁବ ସମାଜସେବୀଙ୍କ ଆତ୍ମହତ୍ୟା
|
July 16, 2020 |
![ଯୁବ ସମାଜସେବୀଙ୍କ ଆତ୍ମହତ୍ୟା](https://sandhannews.com/wp-content/themes/mts_newsonline/images/nothumb-featuredfull.png)