ଯାଜପୁର ସଦର, ୦୨ା୦୧: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବ୍ରହ୍ମବରଦା ଡିଗ୍ରୀ ମହାବିଦ୍ୟାଳୟରେ ଅନୁଷ୍ଟିତ କରାଯାଉଥିବା ନୂଆ ଯୁବ ଓଡ଼ିଶା ନବୀନ ଓଡ଼ିଶାର ଉଦ୍ଜାପନି ଦିବସ ଅନୁଷ୍ଟିତ କରାଯାଇଥିଲା । ଏହି ଅବସରରେ ବରୀ ନିର୍ବାଚନ ମଣ୍ଡଳୀର ସୁନାମଧନ୍ୟ ବିଧାୟୀକା ସୁନନ୍ଦା ଦାସ ଯୋଗଦେଇ ଉଦ୍ଜାପନି ଦିବସ ଅବସରରେ ଯୋଗଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନୀୟ ଅତିଥି ଏହି ବିଦ୍ୟାଳୟର ସଭାପତି ବରିଞ୍ôଚ ନାରାୟଣ ଦାଶ ଯୋଗଦେଇଥିବା ବେଲେ, ବ୍ରହ୍ମବରଦା ସରପଂଚ ମମତା ଶୁଭଦର୍ଶିନୀ ଦେଓ ଯୋଗଦାନ କରିଥିଲେ । ଏହି ପଂଚାୟତର ବରିଷ୍ଠ ସମାଜ ସେବୀ ବିପିନ ବିହାରୀ ଦେଓ ଯୋଗଦାନ କରିଥିବା ବେଲେ, ଶ୍ରମିକ ଯୁବନେତା ପ୍ରଦିପ ଦାସ ଯୋଗଦାନ କରିଥିଲେ । ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ମହେଶ୍ୱର ପାଢ଼ୀ ଯୋଗଦାନ କରିଥିଲେ । +୨ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସୁଦର୍ଶନ ପୃଷ୍ଟି ବ୍ରହ୍ମବରଦା ସରକାରୀ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମାଧବୀଲତା ରାଉତ, ଅମୂଲ୍ୟ ରାଉତ, ଅଧ୍ୟକ୍ଷ ଅମୂଲ୍ୟ ପତି, ସୌଭାଗ୍ୟ ସାହୁ, ରଶ୍ମୀକାନ୍ତ ଦାସ ଯୋଗଦେଇଥରଲେ । ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନନୀୟା ଅତିଥି ପ୍ରମାଣପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏହି ବିଦ୍ୟାଳୟର ଅଧ୍ୟକ୍ଷ ମହେଶ୍ୱର ପାଢ଼ୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଅଧ୍ୟାପକ ସଂଜୟ ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ, ଏହି ବିଦ୍ୟାଳୟ ମୁଖ୍ୟ କାର୍ଯ୍ୟନିର୍ବାହୀ ରୁଲ ଅମିନ, ବାବୁଲା ରଣା, କ୍ରୀଡ଼ା ଅଧିକାରୀ ଶିବପ୍ରଶାଦ ସାହୁ, ବିବେକାନନ୍ଦ ଜେନା, କାର୍ଯ୍ୟକାରୀ ସହାୟକ ବିନୟ, ସୁନିଲ ଓଝା, ଅକତର ହୁସେନ ଖାଁ ଏବଂ ଦୁଇ ବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଏବଂ କର୍ମଚାରୀ ମାନେ ଏହି ପରିଚାଳନାରେ ସାହାଯ୍ୟ ସହଯୋଗ କରିଥିଲେ ।
ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦ୍ଜାପିତ
|
January 3, 2024 |
![](https://sandhannews.com/wp-content/uploads/2024/01/02-Yoba-Odisha-2.jpeg)