ଯାଜପୁର,, ୮/୩/୨୦ (ସନ୍ଧାନ ନିଉଜ) : ଜିଲ୍ଳ୍ା ସମାଜ କଲ୍ୟାଣ ବିଭାଗ, ଜିଲ୍ଳ୍ା ଆଇନ ସେବା ପ୍ରାଧିକରଣ, ସଖୀ ଓ ବେଟୀ ବଚାଓ ବେଟୀ ପଢାଓ ଆନୁକୂଲ୍ୟରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଜିଲ୍ଳ୍ା ସ୍ତରୀୟ ମହିଳା ଦିବସ ପାଳିତ ହୋଇଯାଇଅଚ୍ଥି । ପ୍ରଥମେ ମା’ ବିରଜାଙ୍କର ପଂଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରାଯାଇ ଊକ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଳ୍ା ଜଜ୍ ପ୍ରଶାନ୍ତ କୁମାର ନାୟକ ଯୋଗଦେଇ ସମାଜର ଉନ୍ନତିରେ ମହିଳା ମାନଙ୍କର ଭୂମିକାକୁ ଭୂୟସି ପ୍ରଶଂସା କରିଥିଲେ । ଗୋଟିଏ ମା’ ର ତ୍ୟାଗ ବା ଆଦର୍ଶର ତୁଳନା ନାହିଁ ବୋଲି କହିବା ସହିତ ନାରୀ ସଶକ୍ତିକରଣ ଆଜିର ଆହ୍ୱାନ ହୋଇପଡିଚ୍ଥି ବୋଲି ମତବ୍ୟକ୍ତ କରିଥିଲେ । ନାରୀ ବିନା ସୃଷ୍ଟି ଅସମ୍ଭବ ଓ ସୁସ୍ଥ ସମାଜ ଗଠନରେ ନାରୀ ମାନଙ୍କର ତ୍ୟାଗ ଯୁଗେ ଯୁଗେ ରହିଚ୍ଥି ବୋଲି ସେ କହିଥିଲେ । ଆଜିର ଯୁଗରେ ପ୍ରତ୍ୟେକ କ୍ଷେତ୍ରରେ ମହିଳା ମାନଙ୍କର ଭାଗୀଦାରି ଅପରିହାର୍ଯ୍ୟ ବୋଲି କହିବା ସହିତ ଶିକ୍ଷା, ସ୍ୱାସ୍ଥ୍ୟ ଓ ଆର୍ଥିକ ସ୍ଥିତିର ପରିବର୍ତ୍ତନ ନ ହେଲେ ଗୋଟିଏ ନାରୀର ପୂର୍ଣ୍ଣାଙ୍ଗତା ଅସମ୍ଭବ । ନାରୀର ସଂପୂର୍ଣ୍ଣ ବିକାଶ ପାଇଁ ବିଭିନ୍ନ ଉଦାହରଣ ମାଧ୍ୟମରେ ପର୍ଯ୍ୟାଲୋଚନା କରିଥିଲେ । ଏହି ବୈଠକରେ ଅନ୍ୟାନ୍ୟ ସମ୍ମାନିତ ଅତିଥି ଭାବେ ଜିଲ୍ଳ୍ା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର, ସି.ଜେ.ଏମ୍. ଜୀବନାନନ୍ଦ ପାଢୀ, ଜିଲ୍ଳ୍ା ଆଇନ ସେବା ପ୍ରାଧିକରଣ ସଂପାଦିକା ପୁନମ୍ ଜେନା, ଜେ.ଏମ୍.ଏଫ୍.ସି. ଜୁଏଲ ପଟ୍ଟନାୟକ, ସଖୀର ପରିଚାଳିକା ବିଜୟଶ୍ରୀ ବାରିକ, ଶିଶୁ ମଙ୍ଗଳ କମିଟିର ରୀତା ବେହେରା ଓ ସଦସ୍ୟ ଡଃ ରୁଦ୍ର ନାରାୟଣ ପୃଷ୍ଟି ଯୋଗଦେଇ ନାରୀ ମାନଙ୍କର ସାମ୍ୱିଧାନିକ ଅଧିକାର ଓ ଆଇନ ସହାୟତା ସମ୍ୱଂଧରେ ବିଭିନ୍ନ ଦିଗ ଉପରେ ପର୍ଯ୍ୟାଲୋଚନା କରିଥିଲେ । ପରେ ପରେ ବିଭିନ୍ନ ବ୍ଳ୍କର ଶ୍ରେଷ୍ଠ ଅଙ୍ଗନୱାଡି କର୍ମୀ ଭାବେ ଯାଜପୁର ବ୍ଳ୍କର ଦୀପ୍ତି ମଂଜରୀ ରାଉତ, ବଡଚଣା ବ୍ଳକର ତରୁଲତା ରାଉତ ଓ ସଂଯୁକ୍ତା ବିଶ୍ୱାଳ, ଦାନଗଦୀ ବ୍ଳ୍କର ମମତା ପୃଷ୍ଟି, ସୁକିନ୍ଦା ବ୍ଳ୍କର ସସ୍ମିତା ମହାନ୍ତ, ରସୁଲପୁର ବ୍ଳକର ସବିତା କର, ଦଶରଥପୁର ବ୍ଳ୍କର କମଳିନୀ ରାଉତ, କୋରାଇ ବ୍ଳକର ରେଶ୍ମା ଦେବୀ, ଧର୍ମଶାଳା ବ୍ଳ୍କର ରୀନା ରଣା, ବିଂଝାରପୁର ବ୍ଳକର ସୁଜାତା ଦାସ, ବରୀ ବ୍ଳ୍କର ସାଗରିକା ଜେନାଙ୍କ ସହିତ ବୃତ୍ତିଗତ କାର୍ଯ୍ୟପାଇଁ ଧର୍ମଶାଳାର ମା’ ସିଦ୍ଧଚ ଣ୍ଡ ୀ ସ୍ୱୟଂ ସହାୟକ ଗୋଷ୍ଠୀ, ଯାଜପୁରର ଲକ୍ଷ୍ମୀ ନାରାୟଣ ସ୍ୱୟଂ ସହାୟକ ଗୋଷ୍ଠୀ, ରସୁଲପୁରର ମା’ ସିଂହବାହିନୀ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଦିବସର ଅତିଥିଗଣ ପୁରସ୍କୃତ କରିଥିଲେ । ବେଟୀ ବଚାଓ ଓ ବେଟୀ ପଢାଓ ତରପଂରୁ ଜିଲ୍ଳ୍ାପାଇଁ ଗୈାରବ ଓ ଊକôର୍ସତାକୁ ଆଣିଥିବା ଜିଲ୍ଳ୍ାସ୍କୁଲର ଚ୍ଥାତ୍ରୀ ଦେବଦତ୍ତା ଦାଶ, ରାଜ୍ୟ ସ୍ତରୀୟ ଖେଳାଳି ଦୀପ୍ତିମୟୀ ମହାନ୍ତ, ସେବା କ୍ଷେତ୍ରରେ ପ୍ରଭାତୀ ପ ଣ୍ଡା , ବକ୍ତୃତା କ୍ଷେତ୍ରରେ ଅର୍ଚ୍ଚିତା କରଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା ।
ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ବିଭିନ୍ନ ବ୍ଳ୍କର ସି.ଡି.ପି.ଓ., ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଓ ଜିଲ୍ଳ୍ାର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ମହିଳାଗଣ ଉପସ୍ଥିତ ଥିଲେ । ମିଶନଶକ୍ତିର ଡି.ପି.ସି. ସେପାଂଳୀ ସ୍ୱାଗତିକା ଏହାକୁ ସଂଚାଳନ କରିବା ସହିତ ଧନ୍ୟବାଦ ପ୍ରଦାନ କରିଥିଲେ ।
ଯାଜପୁରରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ।
|
March 8, 2020 |