ଯାଜପୁର ଲୋକସଭା ସାଂସଦ ପ୍ରାର୍ଥି ଶ୍ରମିଷ୍ଠା ସେଠୀ ପ୍ରାର୍ଥିପତ୍ର ଦାଖଲ କଲେ

Spread the love

ଯାଜପୁର ସଦର, ୧୩ା୦୫: ଯାଜପୁର ଜିଲ୍ଲାରେ ହେବାକୁ ଯାଉଥିବା ନିର୍ବାଚନ ପାଇଁ ଜୁନ ୧ ତାରିଖରେ ମତଦାନ କରାଯାଉଥିବା ବେଳେ, ଯାଜପୁର ପୂର୍ବତନ ସାଂସଦ ଶ୍ରୀମତୀ ଶ୍ରମିଷ୍ଠା ସେଠୀ ବିରାଟ ପଟୁଆରରେ ବାହାରି ହଜାର ହଜାର କର୍ମି ସମର୍ଥକ ମାନଙ୍କୁ ନେଇ ଯାଜପୁର ଜିଲ୍ଲାର ଜାତୀୟ ରାଜପଥ ଜାରକା ଠାରୁ ବାହାରି ଗ୍ରାମ ଦେବତୀଙ୍କୁ ପୂଜାର୍ଚ୍ଚନା କରି ଶ୍ରୀମତୀ ଶ୍ରମିଷ୍ଠା ସେଠୀ ଗ୍ରାମ ପରିକ୍ରମା କରି ଯାଜପୁର ଅଭିମୁଖେ ପ୍ରାର୍ଥିପତ୍ର ଦାଖଲ କରିବା ପାଇଁ ସମର୍ଥକ ଏବଂ ପ୍ରସ୍ତାବକ ମାନଙ୍କୁ ସାଙ୍ଗରେ ଧରି ଆଜି ଦିନ ୧ଟା ସମୟରେ ଯାଜପୁରରେ ପହଁଞ୍ôଚବା ସହିତ ପୂର୍ବତନ ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାନ୍ତି ଏବଂ ବିଜୁ ଜନତା ଦଳର ବରିଷ୍ଠ ସଦସ୍ୟ ମାନଙ୍କୁ ନେଇ ଯାଜପୁର ଜିଲ୍ଲାପାଳ ନିଖିଳ ପୱାନଙ୍କ ନିକଟରେ ପ୍ରାର୍ଥି ପତ୍ର ଦାଖଲ କରିଥିଲେ । ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଢ଼େ ୪କୋଟି ଲୋକଙ୍କର ସାହା ଭରଷା ସୁଖ ଦୁଃଖର ସାଥି ଷଷ୍ଠ ଥର ମୁଖ୍ୟମନ୍ତ୍ରୀଙ୍‌କ ଆଶ୍ରୀର୍ବାଦକୁ ଭରଷା କରି ଶ୍ରୀମତୀ ଶ୍ରମିଷ୍ଠା ସେଠୀ ଆଜି ଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଯାଜପୁର ଜିଲ୍ଲାର ୭ଟି ନିର୍ବାଚନ ମଣ୍ଡଳୀର ମତଦାତା ମାନଙ୍କ ସୁଖ ଦୁଃଖରେ ଭାଗି ହେବାପାଇଁ ୨ଥର ପାର୍ଲ୍ୟାମେଣ୍ଟକୁ ପଠାଇବାପାଇଁ ଶ୍ରୀମତୀ ସେଠୀ ନିବେଦନ କରିଥିଲେ । ଯାଜପୁରର ବିକାଶ ପାଇଁ ମୋର ପ୍ରଚେଷ୍ଠା ଜାରି ରହିବ ବୋଲି ଶ୍ରୀମତୀ ସେଠୀ ଗଣମାଧ୍ୟମକୁ ସୂଚନା ଦେବା ସହିତ ମା ବିରଜାଙ୍କ ଆଶ୍ରୀର୍ବାଦକୁ ନେଇ ନିର୍ବାଚନ ଲଢ଼ୁଅଛି । ଏ ବିଜୟ ଆପଣ ମାନଙ୍କର ମୁଁ ନିମିତ୍ତ ମାତ୍ର ଆପଣ ମାନେ ବିପୁଳ ସଂଖ୍ୟାରେ ଜୋଡ଼ି ଶଙ୍ଖ ବିଧାନ ସଭା ପ୍ରାର୍ଥି ଏବଂ ଲୋକସଭା ପ୍ରାର୍ଥିଙ୍କୁ ବିଜୟ କରିବା ପାଇଁ ମୁଁ ଆପଣ ମାନଙ୍କୁ ନିବେଦନ କରୁଚି ।

Related Posts

About The Author

Add Comment