ଯାଜପୁର: ୧୨/୭: ଯାଜପୁର ମୁଖ୍ୟ କେନାଲ୍ରେ ପାଣି ଉପରେ ନିର୍ଭର କରି ଚାଷୀ ତଳି ପକାନ୍ତି । କିନ୍ତୁ ଚଳିତବର୍ଷ ଅଦ୍ୟାବଧି କେନାଲରେ ପାଣି ନଛଡ଼ାଯିବାରୁ ଚାଷୀମାନେ ତଳି ପକାଇ ପାରୁନାହାଁନ୍ତି । ପ୍ରକାଶ ଥାଉକି ଯାଜପୁର ମେନ୍ କେନାଲର ପାଣି ଉପରେ ଯାଜପୁର ବ୍ଳକ୍, ଦଶରଥପୁର ଓ ବିଂଝାରପୁର ବ୍ଳକ୍ର ଚାଷୀ ନିର୍ଭର କରନ୍ତି । ଏ ବିଷୟରେ ଯାଜପୁର ଜଳସେଚନ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରି କେନାଲରେ ତୁରନ୍ତ ପାଣି ଛାଡ଼ିବାକୁ ଦାବୀ କରାଯାଇଛି । ପାଣି ଅଭାବରୁ ଏ ପର୍ଯ୍ୟନ୍ତ ଚାଷକାର୍ଯ୍ୟ ମଧ୍ୟ ହୋଇପାରୁନାହିଁ । ତୁରନ୍ତ ଏ ବିଷୟରେ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲା ଉପଭୋକ୍ତା ସମିତିର ସଭାପତି ଦିଗମ୍ବର କର ବିଭାଗୀୟ କର୍ତୁପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ଯାଜପୁର ମେନ୍ କେନାଲ୍ରେ ତୁରନ୍ତ ପାଣି ଛାଡ଼ିବାକୁ ଦାବୀ
|
July 12, 2023 |