ଯାଜପୁର ସଦର, ୧୦ା୦୧: ଯାଜପୁର ଜିଲ୍ଲାରେ ଏସଏସଜି ମହିଲା ମାନଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶନଶକ୍ତି ଭବନ ଲୋକାର୍ପଣ କରିଛନ୍ତି । ଏହି ଅବସରରେ ଯାଜପୁର ସଂସ୍କୃତି ଭବନ ପରିଶରରେ ଲୋକାର୍ପିତ କରାଯାଇଚି । ରାଜ୍ୟ ପ୍ରଥମକରି ମିଶନଶକ୍ତି ଭବନ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭରଚୁଆଲ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ଏହି ଜିଲ୍ଲାର ୨୫ ହଜାରରୁ ଉର୍ଦ୍ଧ୍ୱ ମହିଳା ଗୋଷ୍ଠି ଉପକୃତ ହେବା ସହିତ ସେମାନଙ୍କୁ ଉନ୍ନତ ମାନର ତାଲିମ କରାଯିବା ସହିତ ଉତ୍ପାଦନ କରୁଥିବା ସାମଗ୍ରୀକୁ ଏଠାରେ ବିକ୍ରି କରାଯିବ ଜିଲ୍ଲାମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କ ଦ୍ୱାରା ପରିଚାଳିତ କରାଯାଉଥିବା ଏହି ଭବନ ମାଧ୍ୟମରେ ସ୍ୱୟଂସହାୟକ ଗୋଷ୍ଠିର ମହିଳା ସ୍ୱାବଲମ୍ବି ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଭାଷାରେ କହିଥିଲେ । ଏହି ଜିଲ୍ଲାରେ ଥିବା ୪୦୧୬ ମହିଳା ସ୍ୱୟଂସହାୟକ ଗୋଷ୍ଠିକୁ ବିନା ସୁଧରେ ୧୫୨କୋଟି ମାନ୍ୟବର ମୁଖ୍ୟମନ୍ତ୍ରୀ ଋଣ ପ୍ରଦାନ କରିଥିଲେ । ସେହିପିର ୧୧୭୪୨ ଗୋଷ୍ଠି ମହିଳା ମାନଙ୍କୁ ଋଣ ବାବଦକୁ ପୈଠ କରଯାଇଥିବା ୬କୋଟି ୪୪ଲକ୍ଷ ଟଙ୍କା ସୁଧ ବାବଦକୁ ଫେରସ୍ତ କରିଥିଲେ । ମିଶନଶକ୍ତି କମିଶନର ସଚିବ ସୁଜାତା କାର୍ତ୍ତିକେୟନ ଯୋଗଦେଇ ଏହି ମିଶନଶକ୍ତି ଭବନ ପ୍ରଥମ କରାଯାଇଥିବାରୁ ଶ୍ରୀମତୀ କାର୍ତ୍ତିକେୟନ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ମହିଳା ମାନଙ୍କୁ ସ୍ୱାବଲମ୍ବି କରାଯିବା ସହିତ ବେଶ ପ୍ରଶଂସା କରିଥିଲେ । ରାଜ୍ୟ ସରକାର ସମସ୍ତ ମହିଳା ମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବେ ବୋଲି ଶ୍ରୀମତୀ କାର୍ତ୍ତିକେୟନ ସୂଚନା ଦେଇଛନ୍ତି । ଏହି ଅବସରରେ ଯାଜପୁର ବିଧାୟକ ବିଜେଡି ସଂଗଠକ ପ୍ରଣବ ପ୍ରକାଶ ଦାସ ଯୋଗଦାନ କରିଥିବା ବେଳେ, ଯାଜପୁର ସାଂସଦ ଯୋଗଦାନ କରିଥିଲେ । ରାଜ୍ୟ ସଭା ସାଂସଦ ସୁଲତା ଦେଓ, ରାଜସ୍ୱ ମନ୍ତ୍ରୀ ପ୍ରମିଳା, ଗ୍ରାମଉନ୍ନୟନ ମନ୍ତ୍ରୀ ପ୍ରିତ୍ତିରଂଜନ ଘଡ଼ାଇ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, କୋରେଇ ବିଧାୟକ ଅଶୋକ ବଳ, ବରୀ ବିଧାୟୀକା ସୁନନ୍ଦା ଦାସ, ଯାଜପୁର ଜିଲ୍ଲାପରିଷଦ ଅଧ୍ୟକ୍ଷ ନଳୀନିପ୍ରଭା ଜେନା, ଉପଭାପତି ଗଣେଶ୍ୱର ବରାଳ, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ନରେଶ ମହାନ୍ତୀ, ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତି ସିଂରାଠୋର, ଯାଜପୁର ଜିଲ୍ଲା ଏସପି ଭିନିଥ ଅଗ୍ରୱାଲ ମିଶନଶକ୍ତିର ଜିଲ୍ଲା ଏବଂ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଯୋଗଦାନ କରିଥିଲେ । ଏହି ଅବସରରେ ମହିଳା ମହାସଂଘର କର୍ମକର୍ତ୍ତାମାନେ ଯୋଗଦାନ କରିଥିଲେ ।
ଯାଜପୁର ମିଶନଶକ୍ତି ଭବନ ଉଦ୍ଘାଟିତ
|
January 10, 2023 |



