ଯାଜପୁର ସଦର, ୨୨ା୦୧: ଯାଜପୁର ଜିଲ୍ଲାରେ ୧ ଦିନିଆ ଗସ୍ତରେ ଆସିଥିବା ମହାମହିମ ରାଜ୍ୟପାଳ ରଘୁବର ଦାସ ଚଣ୍ଡିଖୋଲ ନିକଟସ୍ଥ ଶ୍ରୀ ଶ୍ରୀ ମହାପ୍ରଭୂ ମହାବିନାୟକଙ୍କ ପିଠରେ ପହଁଞ୍ଚ ପ୍ରଭୂଶ୍ରୀ ମହାବିନାୟକଙ୍କ ଆଶ୍ରୀର୍ବାଦ ଭିକ୍ଷା କରିବା ସହିତ ସମସ୍ଥଙ୍କର ମଙ୍ଗଳ କାମନା କରିବା ସହିତ ମହାପ୍ରଭୂଙ୍କ ପୂଜା ଅର୍ଚ୍ଚନା କରିଥିଲେ । ପ୍ରଶାସନ ଅଧିକାରୀଙ୍କ ସହିତ ଯାଇ ମହାପ୍ରଭୂଙ୍କୁ ଦର୍ଶନ କରିଥିଲେ । ଏହି ଅବସରରେ ମହାମହିମ ରାଜ୍ୟପାଳ ରଘୁବର ଦାସ ଯାଜପୁର ଜିଲ୍ଲାକୁ ଗସ୍ତ କରିଥିବା ଦେଖିବାକୁ ମିଳିଥିଲା । ଜିଲ୍ଲାର ପ୍ରଶାସନ ଅଧିକାରୀଙ୍କ ସହିତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରି ରାଜଭବନକୁ ଫେରିଯାଇଥିବା ଜଣାଯାଇଚି । ରାଜ୍ୟପାଳଙ୍କ ସହିତ ଯାଜପୁର ଜିଲ୍ଲା ଏସପି ଭିନିଥ ଅଗ୍ରୱାଲ, ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତି ସିଂରାଠୋର ଉପସ୍ଥିତ ରହିଥିବା ବେଳେ, ମହାପ୍ରଭୂଙ୍କୁ ଦର୍ଶନ ସାରି ଶ୍ରୀଯୁକ୍ତ ରାଜ୍ୟପାଳ ରଘୁବର ଦାସ ମନ୍ଦିର କର୍ମକର୍ତ୍ତାଙ୍କ ସହିତ ମନ୍ଦିର ସମ୍ପର୍କରେ ପଚାରି ବୁଝିଥିଲେ । ଯାଜପୁର ଜିଲ୍ଲାକୁ ମହାମହିମ ରାଜ୍ୟପାଳ ଗସ୍ତକରି ମା ବିରଜାଙ୍କୁ ଦର୍ଶନ କଲେ । ବିରଜା ମନ୍ଦିର ମୁଖ୍ୟ ପୂଜାରୀଙ୍କ ଠାରୁ ସମସ୍ଥ କଥା ବୁଝି ସାରିବା ପରେ ମା ବିରଜା ପୂଜା କମିଟି ପକ୍ଷରୁ ମହାମହିମ ରାଜ୍ୟପାଳ ରଘୁବର ଦାସଙ୍କୁ ଉପଢ଼ୌକନ ପୁଷ୍ପଗୁଚ୍ଛ ପ୍ରଦାନ କରାଯିବା ସହିତ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାପରେ ମହାମହିମ ରାଜ୍ୟପାଳ ରଘୁବର ଦାସ ମା ମାନଙ୍କର ମିଶନ ଶକ୍ତି ଭବନରେ ପହଁଞ୍ଚ ଦେଢ଼ ହଜାରରୁ ଉର୍ଦ୍ଧ୍ୱ ସ୍ୱୟଂ ସହାୟୀକା ଗୋଷ୍ଠୀର ମହିଲା ମାନଙ୍କୁ ଭେଟି ମାନ୍ୟବର ରାଜ୍ୟପାଳ ରଘୁବର ଦାସ ମିଶନ ଶକ୍ତି ସମ୍ପର୍କରେ ପଚାରୀ ବୁଝିବା ସହିତ ପରିବାର ଭରଣ ପୋଷଣ ସମ୍ପର୍କରେ ପଚାରୀ ବୁଝିଥିଲେ । ମା ବିରଜାଙ୍କୁ ଦର୍ଶନ ସାରି ମାନ୍ୟବର ରାଜ୍ୟପାଳ ଦଶରଥପୁର ବ୍ଲକ ଅନ୍ତର୍ଗତ ଖଣ୍ଡରା ପଂଚାୟତ କାର୍ଯୟାଳୟରେ ପହଁଞ୍ଚ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ମାନଙ୍କ ସହିତ ଆଲୋଚନା କରିବା ସହିତ ବିଭିନ୍ନ ସମସ୍ୟା ଉପରେ ପଚାରି ବୁଝିଥରଲେ । ଖଣ୍ଡରା ପଂଚାୟତର ପରିଶରରେ ରାଜ୍ୟପାଳଙ୍କୁ ପାଛୋଟି ନେବା ସହିତ ପୁଷ୍ପଗୁଚ୍ଛ ଅର୍ପଣ କରି କାର୍ଯ୍ୟାଳୟକୁ ପାଛୋଟି ନେଇଥିଲେ । ଜାତୀୟ ସଙ୍ଗୀତ ଗାନ କରାଯିବା ସହିତ ଖଣ୍ଡରା ପଂଚାୟତରେ ସରପଂଚ କୁଞ୍ଜବିହାରୀ ଦାସ ପୁଷ୍ପଗୁଚ୍ଛ ଉପଢ଼ୌକନ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିପରି କରାଯାଉଚି ସେସମ୍ପର୍କରେ ପଚରୀ ବୁଝିଥିଲେ । ମାନ୍ୟବର ରାଜ୍ୟପାଳ କହିଲେ ଗରିବ ଲୋକଟିଏ କୌଣସି ଯୋଜନାରୁ ବଞ୍ôଚତ କରାନଯିବା ପାଇଁ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରୟାସ କୌଣସି ଗିରବ ଲୋକ ଯେଭଳି ଭାବରେ ହିତାଧିକାରୀ ମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଜ୍ଜ୍ୱଳା ଯୋଜନା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚତ ନହୁଅନ୍ତି ସେଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାଲାଗି ରାଜ୍ୟପାଳ ସତର୍କ କରାଇଥିଲେ । ପାନୀୟ ଜଳ ଯୋଜନା ଉପରେ ଗୁରୁତ୍ୱ ଦେବାଲାଗି ଦେଢ଼କୋଟି ଏହିତିନୋଟି ଯୋଜନାରୁ ଗିରବ ଲୋକମାନଙ୍କ ପାଖରେ ପହଁଞ୍ଚାଇବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ପ୍ରୟାସ ହୋଇଥିବା ବେଳେ, ଆର୍ଥିକ ପ୍ରଗତିରେ ଉନ୍ନତି ଆସିବା ସହିତ ଗିରବ ଲୋକଟିଏ ସମସ୍ତ ସୁବିଧା ପାଇପାରିବ ବୋଲି ରାଜ୍ୟପାଳ କହିଥିଲେ । ଏହା ଉପରେ ପାଂୟତର ୧ନଂ ଅଙ୍ଗନୱାଡ଼ି ପରିଦର୍ଶନ କରି ମାନ୍ୟବର ରାଜ୍ୟପାଳ ସେଠାରୁ ରସୁଲପୁର ବ୍ଲକ ଅଭିମୁଖେ ଯାତ୍ରା କରିଥିଲେ । ଯାଜପୁର ଜିଲ୍ଲା ପ୍ରଶାସନ ଜିଲ୍ଲାପାଳ ଚକ୍ରବର୍ତ୍ତି ସିଂରାଠୋର, ଯାଜପୁର ଜିଲ୍ଲା ଏସପି ଭିନିଥ ଅଗ୍ରୱାଲ ଜିଲ୍ଲା ପ୍ରଶାସନ ଅଧିକାରୀ ଅଶୋକ ବେଉରୀଆ, ଯାଜପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ, ଉପଖଣ୍ଡ ଆରକ୍ଷୀ ଅଧ୍ୟକ୍ଷକ ସତ୍ୟବ୍ରତ ଲେଙ୍କା, ଯାଜପୁର ଥାନା ଅଧିକାରୀ ବିଲୋମଙ୍ଗଳ ସେଠୀ, ଦଶରଥପୁର ବ୍ଲକ ବିଡ଼ିଓ ଆକାଶ ପଟ୍ଟନାୟକ, ଦଶରଥପୁର ତହସିଲଦାର ବିକ୍ରମ ପରିଡ଼ା, ସହକାରୀ ନିର୍ବାହି ଯନ୍ତ୍ରୀ ରାହାସ ବିହାରୀ ଜେନା ଓ ବହୁ ବିରଷ୍ଠ ଅଧିକାରୀ ରାଜ୍ୟପାଳଙ୍କ ଗସ୍ତରେ ଉପସ୍ଥିତ ଥିଲେ ।
ଯାଜପୁର ମହାବିନାୟକ ପିଠ ମହାମହିମ ରାଜ୍ୟପାଳ ଦର୍ଶନ କଲେ
|
January 26, 2024 |



